ଆସନ୍ତୁ ଜାଣିବା: ବିଜେପି, କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ କେତେ ପାଣ୍ଠି ଗ୍ରହଣ କରିଛନ୍ତି?

ନୂଆଦିଲ୍ଲୀ: ଏକ ଅଧ୍ୟୟନ ଅନୁଯାୟୀ ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ସମୟରେ ଶାସକ ବିଜେପି ଏବଂ ପ୍ରାଥମିକ ବିରୋଧୀ ଦଳ କଂଗ୍ରେସକୁ ସର୍ବାଧିକ ଅର୍ଥ ପ୍ରଦାନ କରାଯାଇଛି। ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ୍ ୱାଚ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ବିଧାନସଭା ନିର୍ବାଚନ ସମୟରେ ବିଜେପି ଏବଂ କଂଗ୍ରେସ ସମେତ ୧୯ ଟି ରାଜନୈତିକ ଦଳ ୧୧ଶହ କୋଟିରୁ ଅଧିକ ଟଙ୍କା ପାଇଛନ୍ତି।

BJP and congress

ବିଜେପି, କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ କେତେ ପାଣ୍ଠି ଗ୍ରହଣ କରିଛନ୍ତି?

ବିଜେପି ସର୍ବାଧିକ ୬୧୧.୬୯ କୋଟି ଟଙ୍କା ହାସଲ କରିଛି। ଏହା ପଛକୁ ରହିଛି କଂଗ୍ରେସ। ସୂଚନା ଅନୁଯାୟୀ କଂଗ୍ରେସ ୧୯୩.୭୭ କୋଟି ଟଙ୍କା ପାଇଛି। ସେହିପରି ଡିଏମକେ ୧୩୪ କୋଟି ଟଙ୍କା, ସିପିଆଇ (ଏମ) ୭୯.୨୪ କୋଟି ଟଙ୍କା, ଟିଏମସି ୫୬.୩୨ କୋଟି ଟଙ୍କା, ଏଆଇଡିଏମକେ ୧୪.୪୬ କୋଟି ଏବଂ ସିପିଆଇ ୮.୦୫ କୋଟି ଟଙ୍କା ଗ୍ରହଣ କରିଛନ୍ତି। ୨୦୨୧ ରେ ଅନୁଷ୍ଠିତ ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ସମୟରେ ୧୯ଟି ରାଜନୈତିକ ଦଳ ସଂଗ୍ରହ କରିଥିବା ମୋଟ ପାଣ୍ଠି ୧,୧୧୬.୮୧ କୋଟି ଏବଂ ମୋଟ ବ୍ୟୟ ୫୧୪.୩୦ କୋଟି ଟଙ୍କା ବୋଲି ଏକ ବେସରକାରୀ ନିର୍ବାଚନ ନିରୀକ୍ଷକ ସୂଚନା ପ୍ରଦାନ କରିଛି।

ନିର୍ବାଚନ ସମୟରେ ଦଳଗୁଡ଼ିକ କେତେ ଖର୍ଚ୍ଚ କଲେ?
bjp

୧୯ ଟି ଦଳ ମଧ୍ୟରେ ନିର୍ବାଚନ ପାଇଁ ବିଜେପି ସର୍ବାଧିକ ଅର୍ଥ ଖର୍ଚ୍ଚ କରିଛି । ସାଫ୍ରନ୍ ପାର୍ଟିର ମୋଟ ଖର୍ଚ୍ଚ ୨୫୨ କୋଟି ଟଙ୍କା ହୋଇଛି। ଯାହାର ମୁଖ୍ୟ ଅଂଶ ବିଜ୍ଞାପନ ଏବଂ ମୋବିଲିଟି ଖର୍ଚ୍ଚ ଭାବରେ ଦର୍ଶାଇଛି ଦଳ। ଏହା ମିଡିଆ ବିଜ୍ଞାପନ ସମେତ ପ୍ରଚାର ପାଇଁ ୮୫.୨୬ କୋଟି ଟଙ୍କା ଏବଂ ଷ୍ଟାର ପ୍ରଚାରକ ତଥା ଅନ୍ୟ ନେତାଙ୍କ ଯାତ୍ରା ଖର୍ଚ୍ଚରେ ୬୧.୭୩ କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଦେଇଛି ତଥ୍ୟ ।

Congress

କଂଗ୍ରେସ ୮୫.୬୨୫ କୋଟି ଟଙ୍କା ଖର୍ଚ୍ଚ କରିଛି, ଯେଉଁଥିରେ ପ୍ରଚାର ପାଇଁ ୩୧.୪୫୧ କୋଟି ଏବଂ ଯାତ୍ରା ଖର୍ଚ୍ଚରେ ୨୦.୪୦ କୋଟି ଟଙ୍କା ରହିଛି। ତାମିଲନାଡୁରେ ଏହାର ସହଯୋଗୀ ଡିଏମକେ ମୋଟ ୧୧୪.୧୪ କୋଟି ଟଙ୍କା ବ୍ୟୟ କରିଥିବା ବେଳେ ପାର୍ଟି ପ୍ରଚାର ପାଇଁ ୫୨.୧୪୪ କୋଟି ଏବଂ ତାରକା ପ୍ରଚାରକ ତଥା ଅନ୍ୟ ନେତାଙ୍କ ଯାତ୍ରା ଖର୍ଚ୍ଚ ପାଇଁ ୨.୪୧ କୋଟି ଟଙ୍କା ଖର୍ଚ୍ଚ କରିଛି। ସିପିଆଇ (ଏମ) ୩୨.୭୪ କୋଟି ଟଙ୍କା ଖର୍ଚ୍ଚ କରିଛି, ଯେଉଁଥିରେ ପ୍ରଚାର ପାଇଁ ୨୧.୫୦୯ କୋଟି ଏବଂ ଯାତ୍ରା ଖର୍ଚ୍ଚରେ ୧.୧୭ କୋଟି ଟଙ୍କା ରହିଛି। ରିପୋର୍ଟ ଅନୁଯାୟୀ, ତାମିଲନାଡୁ ନିର୍ବାଚନ ସମୟରେ ଏଆଇଏମ ୫୭.୩୩ କୋଟି ଟଙ୍କା ଖର୍ଚ୍ଚ କରିଛି ଏବଂ ସେଥିରୁ ୫୬.୭୫୬ କୋଟି ଟଙ୍କା ପ୍ରଚାର ପ୍ରସାରକୁ ଯାଇଛି। ସିପିଆଇ ନିର୍ବାଚନରେ ​​୫.୬୮ କୋଟି ଟଙ୍କା ବ୍ୟୟବରାଦ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+