ହିମନ୍ତ ବିଶ୍ୱ ଶର୍ମା- କେଜ୍ରିୱାଲ ଟ୍ବିଟ ୱାର
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ମଧ୍ୟରେ ଟ୍ୱିଟରେ ୱାର ଆରମ୍ଭ ହୋଇଯାଇଛି। ଏହାରି ଭିତରେ କେଜ୍ରିୱାଲ୍ ଶର୍ମାଙ୍କୁ ତାଙ୍କ ରାଜ୍ୟର ସରକାରୀ ସ୍କୁଲ ଅବସ୍ଥା ନେଇ ଉସକାଇଥିବା ଦେଖାଯାଇଛି।
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ମଧ୍ୟରେ ଟ୍ୱିଟରେ ୱାର ଆରମ୍ଭ ହୋଇଯାଇଛି। ଏହାରି ଭିତରେ କେଜ୍ରିୱାଲ୍ ଶର୍ମାଙ୍କୁ ତାଙ୍କ ରାଜ୍ୟର ସରକାରୀ ସ୍କୁଲ ଅବସ୍ଥା ନେଇ ଉସକାଇଥିବା ଦେଖାଯାଇଛି। ଆସାମର ସରକାରୀ ସ୍କୁଲ୍ ଦେଖିବାକୁ କେବେ ଯିବି ବୋଲି କେଜ୍ରିୱାଲ୍ ହିମନ୍ତ ବିଶ୍ୱ ଶର୍ମାଙ୍କୁ ପ୍ରଶ୍ନ କରିଛନ୍ତି।

ବୁଧବାର କେଜରିୱାଲ୍ ଟ୍ୱିଟ୍ କରି କହିଥିଲେ ଯେ ସ୍କୁଲ୍ ବନ୍ଦ କରିବା କୌଣସି ସମସ୍ୟାର ସମାଧାନ ନୁହେଁ। ବରଂ ଦେଶରେ ଅଧିକ ସ୍କୁଲ୍ ଖୋଲିବାର ଆବଶ୍ୟକତା ଅଛି। ଆସାମର କିଛି ସ୍କୁଲ୍ ବନ୍ଦ କରିଦିଆଯାଇଥିବା ଏକ ଖବରକୁ ଶେୟାର କରିବା ସହ ଆସାମ ସରକାରଙ୍କୁ ଏଭଳି ଟାର୍ଗେଟ୍ କରିଥିଲେ। ଗତ ୩ ଦିନି ହେଲା ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ଏମିତି ଟ୍ୱିଟର ୱାର୍ ଜାରି ରହିଛି।
ଟ୍ୱିଟ୍ କରି କେଜ୍ରିୱାଲ୍ କହିଛନ୍ତି " ଆମର ଏଠି ଲୋକକଥା ଅଛି ଯେ ଯଦି କେହି କହେ ମୁଁ କେବେ ଯିବି ? ଆପଣ କହିବେ ଯେବେ ଇଚ୍ଛା ଆସିପାର। ଏହାର ମାନେ ହେଲା ଯେ ବିଲକୁଲ ଆସନାହିଁ। ହେଲେ ମୁଁ ଆପଣଙ୍କୁ ପଚାରିଲେ ଯେ ଆସାମର ସରକାରୀ ସ୍କୁଲ ଦେଖିବାକୁ କେବେ ଆସିବି ? କୁହନ୍ତୁ କେବେ ଆସିବି ? ତେବେ ତ ଯିବି। "
ଏହା ପୂର୍ବରୁ ଶୁକ୍ରବାର ହେମନ୍ତ ବିଶ୍ୱ ଶର୍ମା ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ଦିଲ୍ଲୀ ଓ ଆସାମର ଫରକ ବତାଇ କେଜ୍ରିୱାଲଙ୍କର ମଜାକ ଉଡ଼ାଇଥିଲେ। ଶର୍ମା ଲେଖିଥିଲେ " ପ୍ରିୟ କେଜରିୱାଲ୍ ଜୀ। ଆପଣଙ୍କ ଅଜ୍ଞାନତା ଦେଖି ଦୁଃଖ ଲାଗୁଛି। ଆସାମ ଦିଲ୍ଲୀ ଠାରୁ 5 ଗୁଣା ବଡ଼। ଆମର ଏଠି 44,521ରେ 65 ଲକ୍ଷ ପିଲା ପାଠ ପଢ଼ନ୍ତି। ଆଉ ଆପଣଙ୍କର ସେଠି ହଜାରେ କିଛି ଅଧିକ ସ୍କୁଲ ଅଛି। ଆମର ଏଠି ଦୁଇ ଲକ୍ଷରୁ ଅଧିକ ଶିକ୍ଷକ ଅଛନ୍ତି ଓ 1.8 ଲକ୍ଷ ମଧ୍ୟାହ୍ନ ଭୋଜନର କର୍ମଚାରୀ ବି ଅଛନ୍ତି।"
ଆଉ ଏକ ଟ୍ୱିଟ୍ କରି ଶର୍ମା ଲେଖିଥିଲେ "ଶୁଣନ୍ତୁ ଯେବେ ଆପଣ ଆସାମରେ ଥିବେ ସେତେବେଳେ ମୁଁ ଆପଣଙ୍କୁ ଆମର ମେଡିକାଲ କଲେଜଗୁଡ଼ିକୁ ବୁଲେଇ ନେବି। ଆପଣଙ୍କର ମହଲ୍ଲା କ୍ଲିନିକ ଏକ ହଜାର ଗୁଣ ଉନ୍ନତମାନର। ଆପଣ ଆମର ପ୍ରତିଭାଶାଳୀ ଶିକ୍ଷକ ଓ ଛାତ୍ରଛାତ୍ରଙ୍କୁ ଭେଟିବେ। ଆଉ ହଁ ଆପଣ ଦେଶକୁ ଏକ ନମ୍ବର ବନାଇବା ଚିନ୍ତା ଛାଡ଼ି ଦିଅନ୍ତୁ। ସେ କାମ ମୋଦୀ ଜୀ କରୁଛନ୍ତି।"












Click it and Unblock the Notifications