ଝାଡ଼ଖଣ୍ତରେ ଦୁଇଟି ପର୍ଯ୍ୟାୟରେ ହେବ ମତଦାନ: ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ ତାରିଖ

Jharkhand Election Date: ଝାଡ଼ଖଣ୍ତରେ ଦୁଇଟି ପର୍ଯ୍ୟାୟରେ ହେବ ମତଦାନ ଅନୁଷ୍ଠିତ ହେବ । ନିର୍ବାଚନ ଆୟୋଗ ଝଡଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଥର ଭୋଟ୍ ଦୁଇଟି ପର୍ଯ୍ୟାୟରେ ଅର୍ଥାତ୍ 13 ଏବଂ 20 ନଭେମ୍ବରରେ ଅନୁଷ୍ଠିତ ହେବ । ସେହିପରି ଫଳାଫଳ 23 ନଭେମ୍ବରରେ ପ୍ରକାଶ ପାଇବ । ବିଶେଷ କଥା ହେଉଛି ଏହାପୂର୍ବରୁ ରାଜ୍ୟରେ 5 ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କାର୍ଯ୍ୟକାଳ ଜାନୁୟାରୀ 5, 2025 ପର୍ଯ୍ୟନ୍ତ ରହିଛି। ରାଜ୍ୟରେ ମୋଟ 81 ଟି ସିଟ୍ ରହିଛି। ଏଥି ମଧ୍ୟରୁ ଶାସକ ଦଳ ପାଖରେ ମୋଟ ଆସନ 47 ରହିଛି ଏବଂ ଏନଡିଏରେ ମୋଟ 28 ଟି ସିଟ୍ ରହିଛି ।

Jharkhand

ପ୍ରଥମ ପର୍ଯ୍ୟାୟ ମତଦାନ
18-25 ଅକ୍ଟୋବର: ନାମାଙ୍କନ ଭରିବା

28 ଅକ୍ଟୋବର: ନାମାଙ୍କନ ଯାଞ୍ଚ

30 ଅକ୍ଟୋବର: ନାମାଙ୍କନ ପତ୍ର ପ୍ରତ୍ୟାହାର ତାରିଖ

13 ନଭେମ୍ବର: ମତଦାନ

ଦ୍ୱିତୀୟ ପର୍ଯ୍ୟାୟ ମତଦାନ

22-29 ଅକ୍ଟୋବର: ନାମାଙ୍କନ ଭରିବା
30 ଅକ୍ଟୋବର: ନାମାଙ୍କନପତ୍ରର ଯାଞ୍ଚ
1 ନଭେମ୍ବର: ନାମାଙ୍କନ ପ୍ରତ୍ୟାହାର
20 ନଭେମ୍ବର: ମତଦାନ
ଫଳାଫଳ: 23 ନଭେମ୍ବର

ସମସ୍ତ ପ୍ରମୁଖ ରାଜନୈତିକ ଦଳ ଝାଡଖଣ୍ଡ ବିଧାନସଭାର 81 ଟି ଆସନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏଥର ଇଣ୍ତିଆ ଆଲାଇନ୍ସ ଏବଂ ଏନଡିଏ ମଧ୍ୟରେ କଡ଼ା ଟକ୍କର ହେବାର ଦେଖିବାକୁ ମିଳିବ । ସମସ୍ତ ନେତା ନିଜ ନିଜ ଅଞ୍ଚଳରେ ପ୍ରଚାର ଆରମ୍ଭ କରିଛନ୍ତି। 2019 ଝାଡଖଣ୍ଡ ବିଧାନସଭା ନିର୍ବାଚନ ଶେଷ ଥର ପାଇଁ ନଭେମ୍ବର 30 ରୁ ଡିସେମ୍ବର 20 ପର୍ଯ୍ୟନ୍ତ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ଏବଂ ଫଳାଫଳ ଡିସେମ୍ବର 23 ରେ ଘୋଷଣା କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+