ମେଘାଳୟ ଏବଂ ନାଗାଲାଣ୍ତ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ
ମେଘାଳୟ ଏବଂ ନାଗାଲାଣ୍ତ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଯାଇଛି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ମତଦାନ ।

Nagaland-Meghalaya Election: ମେଘାଳୟ ଏବଂ ନାଗାଲାଣ୍ତ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଯାଇଛି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ମତଦାନ ।
ଆଜି ମେଘାଳୟ ଏବଂ ନାଗାଲାଣ୍ଡ ପାଇଁ ଜାରି ରହିଛି ମତଦାନ । ମେଘାଳୟ ବିଧାନସଭାରେ ୫୯ଟି ଆସନ ପାଇଁ ଭୋଟ୍ ହେବା ପାଇଁ ଥିବାବେଳେ ନାଗାଲାଣ୍ଡର ୧୬ଟି ଜିଲ୍ଲାର ୬୦ଟି ବିଧାନସଭା ଆସନ ମଧ୍ୟରୁ ୫୯ ଟିରେ ଭୋଟ୍ ଗ୍ରହଣ ହେଉଛି । ମାର୍ଚ୍ଚ ୨ ରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ମେଘାଳୟର ହୋହିଓଙ୍ଗ ଆସନରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଯିବାରୁ ଏଠାରେ ମତଦାନ ବନ୍ଦ ରହିଛି । ସେହିପରି ନାଗାଲ୍ୟାଣ୍ତରେ ଅକୁଲୁଟୋ ଆସନରୁ କଂଗ୍ରେସ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରି ନେଇଥିବାରୁ ଏଠାରେ ମଧ୍ୟ ଭୋଟିଂ ବନ୍ଦ ରହିଛି ଏବଂ ବିପେଜି ଏହି ଆସନ ହାତେଇଛି ।
ମେଘାଳୟରେ ମୋଟ ୩୬୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୧ ଲକ୍ଷ ଭୋଟର । ରାଜ୍ୟରେ ମୋଟ୍ ୩ ହଜାର ୪ଶହ ୧୯ଟି ପୋଲିଂ ବୁଥ୍ କରାଯାଇଛି । ମେଘାଳୟରେ 81000 ଭୋଟର ପ୍ରଥମ ଥର ପାଇଁ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ ।
ସେହିପରି ନାଗାଲାଣ୍ତରେ ଚଳିତ ଥର ମୋଟ ୧୮୩ ଜଣ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ନାଗଲାଣ୍ଡରେ କୌଣସି ମହିଳା ବିଧାୟକ ନାହାଁନ୍ତି । ଏଥର ବିଜେପି, ଏନଡିପିପି ଏବଂ କଂଗ୍ରେସ ମହିଳା ମାନଙ୍କୁ ଟିକେଟ୍ ଦେଇଛନ୍ତି । ଯଦି କୌଣସି ମହିଳା ପ୍ରାର୍ଥୀ ବିଜୟୀ ହୁଅନ୍ତି, ତେବେ ନାଗାଲାଣ୍ଡ ଇତିହାସ ରଚିବ । ମାର୍ଚ୍ଚ ୨ ତାରିଖରେ ଉଭୟ ରାଜ୍ୟର ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।












Click it and Unblock the Notifications