୨୫୦ ଏମ୍‌ସିଡି ୱାର୍ଡ ପାଇଁ ଚାଲିଛି ଭୋଟିଂ: ସକାଳ ୮ଟାରୁ ସନ୍ଧ୍ୟା ୫.୩୦ରେ ଯାଏଁ ଭୋଟିଂ

୨୫୦ ଏମ୍‌ସିଡି ୱାର୍ଡ ପାଇଁ ଚାଲିଛି ଭୋଟିଂ: ସକାଳ ୮ଟାରୁ ସନ୍ଧ୍ୟା ୫.୩୦ରେ ଯାଏଁ ଭୋଟିଂ

ନୂଆଦିଲ୍ଲୀ: ଦିଲ୍ଲୀରେ ୨୫୦ ଏମ୍‌ସିଡି ୱାର୍ଡ ପାଇଁ ଚାଲିଛି ଭୋଟିଂ। ଦିଲ୍ଲୀର ରାଜ୍ୟ ନିର୍ବାଚନ କମିସନ୍‌ ଏମ୍‌ସିଡି ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ୧୩,୬୩୮ ମତଦାନ କେନ୍ଦ୍ରରେ ପ୍ରାୟ ୧ ଲକ୍ଷ କର୍ମଚାରୀ ମୁତୟନ ହୋଇଛନ୍ତି। ୨୫୦ ଏମ୍‌ସିଡି ୱାର୍ଡ ପାଇଁ ଆଜି ସକାଳ ୮ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୫.୩୦ରେ ଶେଷ ହେବ। ଡିସେମ୍ବର ୭ରେ ଭୋଟ୍‌ ଗଣତି ଏବଂ ଏହି ସମାନ ଦିନ ଫଳାଫଳ ଆସିବ ।

election

ଏମ୍‌ସିଡି ନିର୍ବାଚନ ପାଇଁ ଦିଲ୍ଲୀରେ ସମସ୍ତ ହୋଲସେଲ୍ ଏବଂ ରିଟେଲ ବଜାର ବନ୍ଦ ରହିବ। ନିର୍ବାଚନ ପାଇଁ ଦିଲ୍ଲୀରେ ସମସ୍ତ ସରକାରୀ ସ୍କୁଲ୍‌ ବନ୍ଦ ଘୋଷଣା କରାଯାଇଛି । ଏଥର ଏହି ନିର୍ବାଚନ ପାଇଁ ୬୮ଟି ଆଦର୍ଶ ବୁଥ୍‌ ଓ ୬୮ଟି 'ପିଙ୍କ୍‌ ବୁଥ୍‌' ନିର୍ମାଣ କରାଯାଇଛି।

ଦିଲ୍ଲୀର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଭୋଟ୍‌ ଦେବା ଲାଗି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଭୋଟର୍‌ମାନଙ୍କୁ ନିବେଦନ କରିଛନ୍ତି। ‌ସେହିପରି ସଚ୍ଚୋଟ ଓ କାମ କରିବା ଭଳି ସରକାରଙ୍କୁ ଭୋଟ୍‌ ଦେବା ପାଇଁ ଭୋଟର୍‌ମାନଙ୍କୁ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଶେଷ ଥର ପାଇଁ ନିବେଦନ କରିଛନ୍ତି। ରାଜୌରି ଗାର୍ଡେନ୍‌ ବୁଥ୍‌ରେ ଭୋଟ୍‌ ଦେଇ କଂଗ୍ରେସ ନେତା ଅଜୟ ମାକେନ୍‌ କହିଛନ୍ତି, କଂଗ୍ରେସ ପ୍ରାର୍ଥୀମାନେ ଉତ୍ତମ, ସେମାନଙ୍କୁ ଭୋଟ୍‌ ଦିଅନ୍ତୁ। ଭୋଟ୍‌ ଥିବାରୁ ଆଜି ଦିଲ୍ଲୀ ମେଟ୍ରୋ ସେବା ରାତି ୪ଟାରୁ ଆରମ୍ଭ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+