ସୌମ୍ୟ ବାବୁଙ୍କ ଘରେ ହୋଇପାରେ ଭିଜିଲାନ୍ସ ରେଡ: ତାରା ବାହିନୀପତି

ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ସୌମ୍ୟ ବାବୁ ଗୋଟିଏ ପରେ ଗୋଟିଏ ବାଣ ମାରି ସରକାରଙ୍କୁ ଆଣ୍ଠଉଛନ୍ତି। ସେ ଅପ୍ରିୟ ସତ କଥା ଲେଖୁଛନ୍ତି।

ଭୁବନେଶ୍ୱର: ବିଜେଡି ବିଧାୟକ ତଥା ପ୍ରତିଷ୍ଠିତ ଦୈନିକ ଗଣମାଧ୍ୟମର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସଂପାଦକୀୟ ଆଜି ରାଜ୍ୟ ରାଜନୀତିରେ ବିସ୍ଫୋରଣ ସୃଷ୍ଟି କରିଛି । ମମିତା ମେହେର ହତ୍ୟା ପ୍ରସଙ୍ଗରେ ଆଜି ସୌମ୍ୟ ରଞ୍ଜନ ନିଜ ଦୈନିକ ଖବର କାଗଜରେ ଏକ ସଂପାଦକୀୟ ଲେଖିଛନ୍ତି ।

Tara Bahinipati

ଏନେଇ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ସୌମ୍ୟ ବାବୁ ଗୋଟିଏ ପରେ ଗୋଟିଏ ବାଣ ମାରି ସରକାରଙ୍କୁ ଆଣ୍ଠଉଛନ୍ତି। ସେ ଅପ୍ରିୟ ସତ କଥା ଲେଖୁଛନ୍ତି। ମୁଁ ଭାବୁଛି ତାଙ୍କୁ ଆଉ ବିଜେଡିରେ ଟିକେଟ ମିଳିବନି। ତାଙ୍କ ଘରେ କେବେ ଭିଜିଲାନ୍ସ ରେଡ ହେବ ସେ ଦିନକୁ ମୁଁ ଅପେକ୍ଷା କରିଛି?

ସେ ଆହୁରି କହିଛନ୍ତି, ସୌମ୍ୟ ବାବୁ ବିଜେଡି ବିଧାୟକ। ଏହାସହ ସେ କନକ ଟିଭି ଓ ସମ୍ବାଦର ମାଲିକ। ମାଲିକ ହିସାବରେ ସେ ଯାହା ଲେଖୁଛନ୍ତି, ମୁଁ ତାଙ୍କୁ ସ୍ୱାଗତ କରୁଛି। ସୌମ୍ୟ ବାବୁ ଆଗ ମାଟି, ତା' ପରେ ପାର୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ବିଧାନସଭାରେ ମୁଁ ଅନେକ ଥର କହିଛି, ଆଗେ ମାଟି, ପରେ ପାର୍ଟି। ମାଟିଥିଲେ ଆମେ ବଞ୍ଚିପାରିବା, ପାର୍ଟି ସହ ଆମେ ସମ୍ପର୍କ ରହିବା ଦରକାର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+