ଉପରାଷ୍ଟ୍ରପତି ନିର୍ବାଚନ 2022: ଆରମ୍ଭ ହେଲା ଭୋଟ ଗଣତି, ଖୁବଶୀଘ୍ର ଫଳାଫଳ
ଆଉ ମାତ୍ର ସମୟ ପରେ ସ୍ପଷ୍ଟ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ ଫଳାଫଳ । ଏନେଇ ମତଦାନ ପରେ ସଂସଦ ଭବନ ପରିସରରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି ।
ନୂଆଦିଲ୍ଲୀ: ଆଉ ମାତ୍ର ସମୟ ପରେ ସ୍ପଷ୍ଟ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ ଫଳାଫଳ । ଏନେଇ ମତଦାନ ପରେ ସଂସଦ ଭବନ ପରିସରରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀମାନେ ବାଲାଟ ବକ୍ସ ଖୋଲି ଗଣତି ଜାରି ରଖିଛନ୍ତି । ଏହି ଭୋଟ ଗଣତି ଏକାଧିକ ପର୍ଯ୍ୟାୟରେ ଗଣତି ଶେଷ ହେବ । ବିଳମ୍ବିତ ସଂଧ୍ୟା ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବା ସହ ଆନୁଷ୍ଠାନିକ ଫଳାଫଳ ଘୋଷଣା କରାଯିବ ।

ବର୍ତ୍ତମାନ ସୁଦ୍ଧା ସଂଖ୍ୟା ଦୃଷ୍ଟିରୁ NDA ପ୍ରାର୍ଥୀ ଜଗଦୀପ ଧନଖରଙ୍କ ବିଜୟ ଏକପ୍ରକାର ସ୍ପଷ୍ଟ ଦେଖାଯାଉଛି । କେବଳ ଫଳାଫଳକୁ ରହିଛି ସମସ୍ତଙ୍କ ଅପେକ୍ଷା । ଆଜି ସକାଳ 10ରୁ ଆରମ୍ଭ ହୋଇଥିଲା ମତଦାନ। ପ୍ରଥମେ ପିଏମ ମୋଦି ନିଜର ମତ ରଖିଥିଲେ। ଆନୁଷ୍ଠାନିକ ଭାବେ ଫଳ ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦି ଜଗଦୀପ ଧନଖରଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇବାର କାର୍ଯ୍ୟକ୍ରମ ଥିବା ନେଇ ଯୋଜନା ରହିଛି ।












Click it and Unblock the Notifications