ଇଡି କାର୍ଯ୍ୟାଳୟରେ ବର୍ଷା ରାଉତ, ସଞ୍ଜୟଙ୍କ ସାମନାରେ ହେବ ପଚରାଉଚରା
ଇଡି କାର୍ଯ୍ୟାଳୟରେ ହାଜର ହେଲେ ସଂଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ । ଆଜି ବର୍ଷାଙ୍କୁ କରାଯିବ ପଚରାଉଚରା । ଆଜି ଦିନ 11 ଟା ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ଦିଆଯାଇଥିଲା ନିର୍ଦ୍ଦେଶ ।
ମୁମ୍ବାଇ: ଇଡି କାର୍ଯ୍ୟାଳୟରେ ହାଜର ହେଲେ ସଂଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ । ଆଜି ବର୍ଷାଙ୍କୁ କରାଯିବ ପଚରାଉଚରା । ଆଜି ଦିନ 11 ଟା ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ଦିଆଯାଇଥିଲା ନିର୍ଦ୍ଦେଶ । ସମୟ ପୂର୍ବରୁ ପହଞ୍ଚିଛନ୍ତି ବର୍ଷା । ସଂଜୟ ରାଉତଙ୍କ ସାମନାରେ ବର୍ଷାଙ୍କୁ ପଚରା ଉଚରା କରାଯାଇ ପାରେ ବୋଲି ହେଉଛି ଚର୍ଚ୍ଚା।

ଏହି ଜମି ଦୁର୍ନୀତି ଘଟଣାରେ ବର୍ଷା ସାମିଲ ଥିବା ପୂର୍ବରୁ ଅନେକ ଥର ଇଡି କହି ସାରିଛି। ଏଥିପାଇଁ ତାଙ୍କ ନାଁରେ ଥିବା କିଛି ସମ୍ପତ୍ତିକୁ ମଧ୍ୟ ଇଡି ସିଜ କରିଛି। ହେଲେ ତାଙ୍କୁ ପୂର୍ବରୁ ଜେରା କରାଯାଇ ନଥିଲା, ସଞ୍ଜୟଙ୍କ ଗିରଫଦାରୀ ପରେ ବର୍ଷାଙ୍କୁ ସମନ କରାଯାଇଥିଲା।












Click it and Unblock the Notifications