Get Updates
Get notified of breaking news, exclusive insights, and must-see stories!

ଜ୍ଞାନବ୍ୟାପୀ ମସଜିଦ ମାମଲା : ହିନ୍ଦୁଙ୍କୁ ଝଟକା, ଶିବଲିଙ୍ଗର କାର୍ବନ ଡେଟିଂ ଆବେଦନ ଖାରଜ

ବାରାଣସୀର ସେସନ କୋର୍ଟ ଜ୍ଞାନବ୍ୟାପୀ ମଜସିଦରୁ ମିଳିଥିବା କଥିତ ଶିବଲିଙ୍ଗର କାର୍ବନ ଡେଟିଂ କରାଇବା ଦାବିରେ ଆଗତ ଆବେଦନକୁ ଖାରଜ କରିଛନ୍ତି।

ଲକ୍ଷ୍ନୌ: ବାରାଣାସୀ ଜ୍ଞାନବ୍ୟାପୀ ମନ୍ଦିରର କଥିତ ଶିବଲିଙ୍ଗର କାର୍ବନ ଡେଟିଂ କରାଇବା ଦାବିରେ ଆଗତ ଆବେଦନକୁ ଖାରଜ କରିଛନ୍ତି ସେସନ କୋର୍ଟ । ଏବେ ହିନ୍ଦୁ ପକ୍ଷ ସେସନ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଉଚ୍ଚତମ ନ୍ୟାୟାଳୟ ଯିବାକୁ ନିଷ୍ପତ୍ତି ନେଇଛି। ଶୁକ୍ରବାର ଏହାର ସୂଚନା ଦେଇଛନ୍ତି ହିନ୍ଦୁ ପକ୍ଷର ଓକିଲ ସୁଭାଷ ଚନ୍ଦନ ଚତୁର୍ବେଦୀ ।

gyanavapi

ସୂଚନା ଅନୁସାରେ, ବାରାଣସୀର ସେସନ କୋର୍ଟଙ୍କ ଆଦେଶକ୍ରମେ ଜ୍ଞାନବ୍ୟାପୀ ମସଜିଦର ସର୍ବେକ୍ଷଣ କରାଯାଇଥିଲା । ଏହି ସମୟରେ ମସଜିଦରେ ଶିବଲିଙ୍ଗ ମିଳିଥିବା ଦାବି କରିଥିଲେ ହିନ୍ଦୁ ପକ୍ଷ। ଅନ୍ୟପଟେ ଶିବଲିଙ୍ଗଟି ଫଓ୍ଵାରା ବୋଲି କହିଥିଲେ ମୁସଲିମ ପକ୍ଷ। ଏହାପରେ ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ହିନ୍ଦୁ ପକ୍ଷ ଦାବି କରିଥିଲେ । ହେଲେ ସେସନ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ବର୍ତ୍ତମାନ ଶିବଲିଙ୍ଗର ଆକୃତି ମିଳିଥିବା ସ୍ଥାନକୁ ସିଲ୍ କରାଯାଇଛି। ଏହାର କାର୍ବନ ଡେଟିଂ କରାଇବା ଦାବିକୁ ଅଗ୍ରାହ୍ୟ କରାଯାଇଥିଲେ ମଧ୍ୟ ଏହାର ଅସ୍ଥିତ୍ଵକୁ ଖାରଜ କରାଯାଇ ନାହିଁ।

ମସଜିଦର ତତ୍ତ୍ୱାବଧାରକ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ଦାବି କରିଛି ଯେ ଏହି ବସ୍ତୁଟି ୱାଜୁ ଖାନା କିମ୍ବା ଫାଉଣ୍ଟେନ ଏବଂ ହିନ୍ଦୁ ଦେବତା ଶିବଙ୍କ ସାଙ୍କେତିକ ପ୍ରତିନିଧିତ୍ୱ ନୁହେଁ। ଗତ ସପ୍ତାହରେ ଶୁଣାଣି ସମୟରେ, ଅଦାଲତ ଜ୍ଞାନବ୍ୟାପୀ ମସଜିଦ ଭିତରେ ମିଳିଥିବା ସଂରଚନା ସୁଟ୍ ସମ୍ପତ୍ତିର ଏକ ଅଂଶ କି ନାହିଁ ସେ ବିଷୟରେ ସ୍ପଷ୍ଟୀକରଣ ମାଗିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+