Get Updates
Get notified of breaking news, exclusive insights, and must-see stories!

ଅବସର ନେଲେ ପାଣ୍ଡିଆନ୍‌: ବିଜେପି କହିଲା ରାଜନୀତି ଏବେ ଖୋଲା ମୈଦାନରେ, କଂଗ୍ରେସ କହିଲା ଷଡ଼ଯନ୍ତ୍ର

ଗୋଟିଏ ନାମ ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ । କେବଳ ରାଜ୍ୟ ନୁହେଁ ଜାତୀୟ ରାଜନୀତିରେ ବି ଏହି ନାମ ଭାରି ଚର୍ଚ୍ଚା । କିଏ ବା ତାଙ୍କୁ ଜାଣିନି । ଛୋଟ ଛୁଆଠୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ, ପ୍ରତି ଓଡ଼ିଆ ତାଙ୍କୁ ଚିହ୍ନନ୍ତି । ଆଉ ଗତକାଲିଠୁ ଏହି ନାମ ଆହୁରି ଗୁଞ୍ଜରିତ ହେଉଛି । ସେ ଆଉ ସରକାରୀ ବାବୁ ନୁହନ୍ତି । ଗତକାଲି ସେ ଅବସର ନେଇଛନ୍ତି ।

ଆଉ ଅବସର ନେବା ପରେ ତାଙ୍କୁ କିଏ କ'ଣ ପରିଚୟ ଦେଲାଣି । ସୋସିଆଲ ମିଡିଆରେ ବି ପାଣ୍ଡିଆନ ପୁରା ଛାଇ ଯାଇଛନ୍ତି । କିଏ ତାଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ କହିଲାଣି ତ, କିଏ କହୁଛି ବିଜେଡିର ଷ୍ଟାର ଏବେ ସେ । ତାଙ୍କ ଅନୁସାରେ ବିଜେଡି ୨୦୨୪ ନିର୍ବାଚନ ବୈତରଣୀ ପାର ହେବ ବୋଲି କିଏ କହୁଛି । ଏହାରି ଭିତରେ ସେ ବି ଓଡ଼ିଶାରେ ଏମିତି କାମ କରିଛନ୍ତି ଆଉ ଏତେ ଲୋକପ୍ରିୟ ହୋଇ ପାରିଛନ୍ତି ।

ଏହାରି ଭିତରେ ତାଙ୍କୁ ନୂଆ ପଦବୀ ମିଳିଛି । ଭି.କେ ପାଣ୍ତିଆନଙ୍କୁ କ୍ୟାବିନେଚ୍ ମନ୍ତ୍ରୀ ପ୍ୟାହା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସରପ୍ରାପ୍ତ ୨୦୦୦ ମସିହା ଆଇଏସଏସ ଶ୍ରୀ ପାଣ୍ତିଆନଙ୍କୁ ରାଜ୍ୟ ସରକରାଙ୍କ ୫ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ । ଏନେଇ ଆଜି ସାଧାରଣ ପ୍ରଶାସନ ବଭାଗ ପକ୍ଷରୁ ବିଧିବଧ ଭାବେ ବିଜ୍ଞପ୍ତି ଜାର ହୋଇଛି ।

ତେବେ ଏନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ,
ଚାକିରି ସହ ରାଜନୀତିକୁ ଆମେ ବିରୋଧ କରୁଥିଲୁ । ଆମେ ବ୍ୟକ୍ତିକୁ ନୁହେଁ, ବ୍ୟବସ୍ଥାକୁ ବିରୋଧ କରିଥିଲୁ । ଚାକିରି ଛାଡ଼ି ସମସ୍ତେ ରାଜନୀତି କରିପାରିବେ, ଏବେ ରାଜନୀତି କରନ୍ତୁ । ବିଜେଡି ଦାୟିତ୍ୱ ଦେଉ, ସେଥିରେ କିଛି ଅସୁବିଧା ନାହିଁ । ବିଜେପି ନୀତି ଆଦର୍ଶ ଓ ଜନ ଅସନ୍ତୋଷକୁ ନେଇ ନିର୍ବାଚନ ଲଢ଼ିବ ବୋଲି ଶ୍ରୀ ସାମଲ କହିଛନ୍ତି ।ରାଜନୀତି ଏବେ ଖୋଲା ମୈଦାନରେ ହେବ । ସରକାରୀ ଚାକିରି କରି ରାଜନୀତି କରିବାକୁ ବିଜେପି ବିରୋଧ କରୁଥିଲା ବୋଲି ସେ କହିଛନ୍ତି।

VK_PANDIAN

ପାଣ୍ଡିଆନ୍‌ଙ୍କୁ କ୍ୟାବିନେଟ୍‌ ପାହ୍ୟା ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଇସ୍ତଫା ଏକ ପ୍ରହେଳିକା, କ୍ଷମତା ହାସଲ ପାଇଁ ଏହା ଷଡ଼ଯନ୍ତ୍ର । ବିଜେପି-ବିଜେଡି ଏକ ପୁଣି ଥରେ ପ୍ରମାଣିତ ହୋଇଛି । ପାଣ୍ଡିଆନଙ୍କ VRS ୩ ଦିନରେ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି । ଓଡ଼ିଶା ଶାସନକୁ ବାହାର ରାଜ୍ୟର ଲୋକଙ୍କୁ ଟେକା ଯାଇପାରିବନି । ଓଡ଼ିଆ ଭାଇମାନେ ଠିକ୍‌ ସମୟରେ ଠିକ୍‌ ଜବାବ ଦେବେ ବୋଲି ସେ କହିଛନ୍ତି ।

ସେହିପରି ନରସିଂହ ମିଶ୍ର କହିଛନ୍ତି ଯେ, ପାଣ୍ଡିଆନ ଜଣେ ସଫଳ ପ୍ରଶାସନିକ ଅଧିକାରୀ । ରାଜନୀତିକୁ ଓହ୍ଲାଇଲେ ସଫଳ ହେବେ ବୋଲି କହି ହେବନି ।

ସଂପୂର୍ଣ୍ଣ ରାଜନୈତିକ ନିଯୁକ୍ତି । ରାଜନୈତିକ ସଙ୍କେତ ଦେଇଦେଲେ ମୁଖ୍ୟମନ୍ତ୍ରୀ । ପାଣ୍ଡିଆନ ଓଡ଼ିଶା ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିବାକୁ ଯାଉଛନ୍ତି ବୋଲି ଜଣେ ବରିଷ୍ଠ ସାମ୍ବାଦିକ କହିଛନ୍ତି । ୨୦୧୨ ମେ' ୨୯ ପ୍ୟାରୀ ମହାପାତ୍ରଙ୍କ ମିଡନାଇଟ୍ ଅପରେସନ ପରେ ଧୀରେ ଧୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ପାଲଟି ଯାଇଥିଲେ ପାଣ୍ଡିଆନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+