Get Updates
Get notified of breaking news, exclusive insights, and must-see stories!

Assembly Election 2022 : ସରିଛି ତିନି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମତଦାନ

ଆଜି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଗୋଆ ବିଧାନସଭା ଆସନ ପାଇଁ ହେଉଛି ମତଦାନ । ଉତ୍ତରପ୍ରଦେଶରେ ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର 9 ଜିଲ୍ଲାର 55ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।

ସରିଛି ତିନି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମତଦାନ । ଉତ୍ତର ପ୍ରଦେଶ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମତଦାନ ହୋଇଥିବା ବେଳେ ଉତ୍ତରାଖଣ୍ଡ ଓ ଗୋଆ ରାଜ୍ୟର ସମସ୍ତ ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଛି । ମୋଟ ମତଦାନ ପ୍ରତିଶତ ଆଉ କିଛି ସମୟପରେ ସାର୍ବଜନୀନ କରିବେ ନିର୍ବାଚନ ଆୟୋଗ ।

ଉତ୍ତରପ୍ରଦେଶରେ ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର 9 ଜିଲ୍ଲାର 55ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଛି । ସେହିପରି ଉତ୍ତରାଖଣ୍ଡର ତଥା ଗୋଆର ସମସ୍ତ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଛି । ସମସ୍ତ ତିନୋଟି ରାଜ୍ୟରେ ଏବେ ବିଜେପି କ୍ଷମତାସୀନ ଥିବା ବେଳେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ଗୋଆରେ କଂଗ୍ରେସ ପକ୍ଷରୁ ତୀବ୍ର ମୁକାବିଲାର ସମ୍ମୁଖୀନ ହେଉଛି ଦଳ। ସୂଚନା ଯୋଗ୍ୟ ଯେ, ଆସନ୍ତା ମାର୍ଚ୍ଚ 10 ତାରିଖରେ ଭୋଟ ଗଣତି ହେବ ।

UP uttarakhand poll

ତିନୋଟି ରାଜ୍ୟର ମତଦାନ ସମ୍ବନ୍ଧିତ ଖବର ପାଇଁ ଦେଖନ୍ତୁ ୱାନ ଇଣ୍ଡିଆ ଓଡିଆର ଲାଇଭ ଅପଡେଟ:

Feb 14, 2022, 7:07 pm IST

ୟୁପରେ 60.44 ଏବଂ ଗୋଆରେ 75.29 ମତଦାନ

ୟୁପରେ 60.44 ଏବଂ ଗୋଆରେ 75.29 ମତଦାନ ରେକର୍ଡ ହୋଇଛି ।
Feb 14, 2022, 7:03 pm IST

ସରିଲା ଦ୍ଵିତୀୟ ପର୍ଯ୍ୟାୟ ମତଦାନ

ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଗୋଆରେ ସରିଲା ମତଦାନ
Feb 14, 2022, 6:53 pm IST

ସରିଛି ତିନି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମତଦାନ । ଉତ୍ତର ପ୍ରଦେଶ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମତଦାନ ହୋଇଥିବା ବେଳେ ଉତ୍ତରାଖଣ୍ଡ ଓ ଗୋଆ ରାଜ୍ୟର ସମସ୍ତ ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଛି । ମୋଟ ମତଦାନ ପ୍ରତିଶତ ଆଉ କିଛି ସମୟପରେ ସାର୍ବଜନୀନ କରିବେ ନିର୍ବାଚନ ଆୟୋଗ ।
Feb 14, 2022, 6:45 pm IST
ଉତ୍ତର ପ୍ରଦେଶ

ଦ୍ୱିତୀୟ ପର୍ଯ୍ୟାୟରେ, 09 ଟି ଜିଲ୍ଲାରେ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ମୋଟ 60.44% ମତଦାନ ରେକର୍ଡ ହୋଇଛି ।
Feb 14, 2022, 6:44 pm IST
ଉତ୍ତରାଖଣ୍ଡ

ଅପରାହ୍ନ 5 ଟା ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ସମସ୍ତ ଆସନରେ ମୋଟ 59.37 ପ୍ରତିଶତ ମତଦାନ ହୋଇଛି ।
Feb 14, 2022, 6:43 pm IST
ଗୋଆ

ଗୋଆରେ ସନ୍ଧ୍ୟା 5 ଟା ସୁଦ୍ଧା 75.29% ମତାଦନ ରେକର୍ଡ ହୋଇଛି ।
Feb 14, 2022, 5:42 pm IST

ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଗୋଆରେ 75.29%, ଉତ୍ତରାଖଣ୍ଡରେ 59.37 % ଏବଂ ଉତ୍ତର ପ୍ରଦେଶରେ 60.44% ମତଦାନ ରେକର୍ଡ ହୋଇଛି ।
Feb 14, 2022, 5:11 pm IST
ଉତ୍ତର ପ୍ରଦେଶ

ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଆମରୋହର ସହସପୁର ଆଲିନଗରରେ ନିଜର ଭୋଟ୍ ଦେଇଛନ୍ତି । ଭୋଟ୍ ଦେବା ପରେ ମହମ୍ମଦ ଶାମି କହିଛନ୍ତି - ଭୋଟ୍ ଦେବାର ସମସ୍ତ ଅଧିକାର, ତେଣୁ ଭୋଟ୍ ଦେବା ଜରୁରୀ ।
Feb 14, 2022, 5:09 pm IST

ଏକ ଘଣ୍ଟା ପରେ ସରିବ ଉତ୍ତର ପ୍ରଦେଶ ଦ୍ୱିତୀୟ ପର୍ଯ୍ୟାୟ, ଉତ୍ତରାଖଣ୍ଡ ଓ ଗୋଆ ବିଧାନସଭା ନିର୍ବାଚନ ପାଇଁ ମତଦାନ ।
Feb 14, 2022, 5:09 pm IST

ଏକ ଘଣ୍ଟା ପରେ ସରିବ ଉତ୍ତର ପ୍ରଦେଶ ଦ୍ୱିତୀୟ ପର୍ଯ୍ୟାୟ, ଉତ୍ତରାଖଣ୍ଡ ଓ ଗୋଆ ବିଧାନସଭା ନିର୍ବାଚନ ପାଇଁ ମତଦାନ ।
Feb 14, 2022, 4:53 pm IST

ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ଦେବା ମଧ୍ୟରେ ଶିବପାଲ ଯାଦବ ଟ୍ୱିଟ୍ କରିଛନ୍ତି - ଚାରିଆଡ଼େ କେବଳ ଅଖିଳେଶ, ଉତ୍ତରପ୍ରଦେଶ ଜିତୁଛି
Feb 14, 2022, 4:03 pm IST

ଗୋଆରେ ଏବେ ସୁଦ୍ଧା 60 ପ୍ରତିଶତ ମତଦାନ

ଗୋଆରେ ଏବେ ସୁଦ୍ଧା 60 ପ୍ରତିଶତ ମତଦାନ ହୋଇ ସାରିଛି।
Feb 14, 2022, 4:02 pm IST

ଆଜି ପଞ୍ଜାବର ଜଲନ୍ଧରରେ ପିଏମ ମୋଦୀଙ୍କ ନିର୍ବାଚନୀ ସଭା ଅଛି। ପୂର୍ବାହ୍ନରେ ହୋଶିଆରପୁରରେ ହୋଇଥିଲା ରାହୁଲଙ୍କ ସଭା।
Feb 14, 2022, 4:01 pm IST

ଉତ୍ତରାଖଣ୍ଡରେ 49 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି।
Feb 14, 2022, 3:58 pm IST

ଉତ୍ତରପ୍ରଦେଶର ମୋରଦାବାଦରେ ଭାରି ଉତ୍ସାହରେ ଚାଲିଛି ମତଦାନ
Feb 14, 2022, 3:52 pm IST

ଉତ୍ତରପ୍ରଦେଶ: ରାମପୁର, ମୁରାଦାବାଦ, ବରେଲୀରେ ମତଦାନ ୫୦ ପ୍ରତିଶତରୁ ଅଧିକ ହେଲା।
Feb 14, 2022, 3:51 pm IST

ଅପରାହ୍ନ ପରେ ଆହୁରି ବଢିଲା ମତଦାନ ହାର।
Feb 14, 2022, 3:17 pm IST

ଗୋଆ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ପ୍ରମୋଦ ସାବନ୍ତ ପ୍ରତିଦ୍ୱନ୍ଦିତା କରୁଥିବା ଉତ୍ତର ଗୋଆର ଶଙ୍ଖଲିମ ଆସନରେ ଏବେ ସୁଦ୍ଧା 54 ପ୍ରତିଶତ ମତଦାନ ହୋଇଛି ।
Feb 14, 2022, 3:11 pm IST

ଉତ୍ତରପ୍ରଦେଶର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ହେଉଥିବା 55 ଟି ଆସନ ମଧ୍ୟରୁ ଅଧିକାଂଶ ଆସନରେ କଡା ଟକ୍କର ହେଉଛି ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ।
Feb 14, 2022, 2:58 pm IST

ଗୋଆରେ ଜାରି ବମ୍ପର ଭୋଟିଂ

ଗୋଆରେ ମତଦାନରେ ଦେଖାଦେଇଛି ପ୍ରବଳ ଉତ୍ସାହ । ଅପରାହ୍ନ ଗୋଟାଏ ସୁଦ୍ଧା 44 ପ୍ରତିଶତ ମତଦାନ
Feb 14, 2022, 2:56 pm IST

ଆଜି ୟୁପିର ବଦାୟୁଁ, ରାମପୁର, ଶହରଣପୁର, ଶାହଜାହାନପୁର, ବରେଲୀ, ସମ୍ଭାଲ, ବିଜନୌର, ଅମରୋହ, ମୁରାଦାବାଦ ଇତ୍ୟାଦି ବିଧାନସଭା ଆସନରେ ହେଉଛି ଭୋଟ ।
Feb 14, 2022, 2:43 pm IST

ବିଜେପି ନେତାଙ୍କ କାର ଉପରେ ଆକ୍ରମଣ

ଉତ୍ତରପ୍ରଦେଶର ସମ୍ଭଲ ବିଧାନସଭା କ୍ଷେତ୍ରରେ ବିଜେପି ନେତାଙ୍କ କାର ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି।
Feb 14, 2022, 2:30 pm IST

ଉତ୍ତରପ୍ରଦେଶରେ ଦ୍ଵିତୀୟ ପର୍ଯ୍ୟାୟରେ ବମ୍ପର ଭୋଟିଂ

ଉତ୍ତରପ୍ରଦେଶରେ ଦ୍ଵିତୀୟ ପର୍ଯ୍ୟାୟରେ ବମ୍ପର ଭୋଟିଂ । ଅଧିକାଂଶ ଆସନରେ ମତଦାନ ହାର ମଧ୍ୟାହ୍ନ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମତଦାନ ହାର ତୁଳନାରେ ଅଧିକ ରହିଛି।
Feb 14, 2022, 2:29 pm IST

ଉତ୍ତରପ୍ରଦେଶର ଶହରଣପୁରରେ ମଧ୍ୟାହ୍ନ ସୁଦ୍ଧା 39 ପ୍ରତିଶତ ମତଦାନ ହୋଇଛି।
Feb 14, 2022, 2:27 pm IST

ଉତ୍ତରପ୍ରଦେଶର ଶହଜାହାନପୁରରେ ମଧ୍ୟାହ୍ନ ସୁଦ୍ଧା 38 ପ୍ରତିଶତ ମତଦାନ ହୋଇଛି।
Feb 14, 2022, 2:27 pm IST

ଉତ୍ତରପ୍ରଦେଶର ବରେଲୀରେ ମଧ୍ୟାହ୍ନ ସୁଦ୍ଧା 39 ପ୍ରତିଶତ ମତଦାନ ହୋଇଛି।
Feb 14, 2022, 1:53 pm IST

ଅପରାହ୍ନ 1 ଟା ସୁଦ୍ଧା ଉତ୍ତର ପ୍ରଦେଶରେ 39.07 %, ଉତ୍ତରାଖଣ୍ଡରେ 35.21 % ଏବଂ ଗୋଆରେ 44.63 ପ୍ରତଶତ ମତଦାନ ହୋଇଛି ।
Feb 14, 2022, 1:36 pm IST

ନିର୍ବାଚନ ଆୟୋଗ ଖୁବ୍ ଶୀଘ୍ର ଉତ୍ତରାଖଣ୍ଡ, ଗୋଆ ଏବଂ ୟୁପିରେ ଭୋଟ୍ ପ୍ରତିଶତ ସଂଖ୍ୟା ପ୍ରକାଶ କରିବେ
Feb 14, 2022, 1:31 pm IST
ଉତ୍ତର ପ୍ରଦେଶ

ଉତ୍ତରପ୍ରଦେଶର ସମ୍ୱଲରେ ବିକାଶମୂଳକ କାର୍ଯ୍ୟ ହୋଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ, ବର୍ଜନ କଲେ ମତଦାନ ।
Feb 14, 2022, 1:24 pm IST
ଉତ୍ତରାଖଣ୍ଡ

ଉତ୍ତରାଖଣ୍ଡରେ ଜାରି ରହିଛି ମତଦାନ । ଦେଖନ୍ତୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ମତଦାନ ସମୟର ଭିଡ଼ିଓ
READ MORE

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+