UP CM Swearing Live: ୟୁପି ସିଏମ୍ ଭାବେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ, ମଞ୍ଚରେ ବିଜେପି ହେବିୱେଟ୍
ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହା ୟୁପିରେ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ କାର୍ଯ୍ୟକାଳ ହେବ ।
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ଦଳ ବିଜୟ ହାସଲ କରିବା ପରେ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହା ୟୁପିରେ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ କାର୍ଯ୍ୟକାଳ ହୋଇଛି । ଏହାପୂର୍ବରୁ ଗୁରୁବାର ଲକ୍ଷ୍ନୌରେ ବିଜେପି ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଯୋଗୀ ଆଦିତ୍ୟନାଥ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ସମାରୋହର ଲାଇଭ୍ ଅପଡେଟ୍ ପଢନ୍ତୁ...













Click it and Unblock the Notifications