ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: 47 % ଲୋକ ମୁଖ୍ୟମନ୍ତ୍ରୀ ଭାବରେ ପୁଣି ଚାହୁଁଛନ୍ତି ଯୋଗୀଙ୍କୁ, 35% ଲୋକଙ୍କ ପସନ୍ଦ ଅଖିଲେଶ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କ୍ଷମତା ଦଖଲ ପାଇଁ ସଂଘର୍ଷ ଚରମରେ ପହଞ୍ଚିଥିବା ବେଳେ ଆସିଛି ଆଉ ଏକ ସଦ୍ୟତମ ଜନମତ ସର୍ଭେର ଫଳାଫଳ। ଜାତୀୟ ଗଣମାଧ୍ୟମ ସଂସ୍ଥା ଜୀନ୍ଯୁଜ ପକ୍ଷରୁ ହୋଇଥିବା ଏହି ସର୍ଭେରେ ସବୁଠାରୁ ଅଧିକ ସାମ୍ପଲ ଅର୍ଥାତ ଅଧିକ ଲୋକଙ୍କ ମତ ସଂଗ୍ରହ ହୋଇଥିବା ଦର୍ଶଯାଇଛି । ଏହି ସର୍ଭେରେ ଜନତା କାହାକୁ ମୁଖ୍ୟମନ୍ତ୍ରୀ ଭାବରେ ଅଧିକ ପସନ୍ଦ କରୁଛନ୍ତି ସେନେଇ ପ୍ରଶ୍ନ କରାଯାଇଥିଲା । ଉତ୍ତରପ୍ରଦେଶରେ ଲଢେଇ ମୁଖ୍ଯତଃ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ହେଉଥିବା ନେଇ ଆପାତତଃ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ହୋଇଥିବା ଜନମତ ଫଳାଫଳ ରାଜ୍ୟରେ ଉଷ୍ମ ଥିବା ରାଜନୈତିକ ପାଣିପାଗକୁ ଗରମ କରିଛି ।

ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସବୁଠାରୁ ଅଧିକ ପସନ୍ଦ କେଉଁ ନେତା?
ଏହି ସର୍ଭେର ତଥ୍ୟ ଅନୁସାରେ ରାଜ୍ୟରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ଅଧିକ ଲୋକଙ୍କ ପସନ୍ଦ ହୋଇଥିବା ବେଳେ ଏହା ପଛକୁ ଅଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ। ଜନମତ ଅନୁସାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଭାବରେ ଯୋଗୀଙ୍କୁ ସମୁଦାଯ 47 ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ଏହି ଦୌଡରେ ଅଖିଲେଶଙ୍କ ପଛକୁ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜବାଦୀ ପାର୍ଟିର ନେତ୍ରୀ ମାୟବତୀ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ ହେଉଛି, ମହିଳା ଭୋଟକୁ ଟାର୍ଗେଟ କରି ବହୁ ପୂର୍ବରୁ ଅଭିଯାନ ଆରମ୍ଭ କରିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏହି ଦୌଡରେ ବହୁତ ପଛରେ ପଡି ଯାଇଛନ୍ତି। ପ୍ରିୟଙ୍କାଙ୍କୁ ମାତ୍ର 4ରୁ 5 ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟଯେ, ରାଜ୍ୟରେ 403 ଗୋଟି ଆସନ ପାଇଁ 7ଗୋଟି ପର୍ଯ୍ୟାୟରେ ହେବ ମତଦାନ।
ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଏମିତି ରହିଛି ଲୋକଙ୍କ ପସନ୍ଦ:
- ଯୋଗୀ ଆଦିତ୍ୟନାଥ: 47 %
- ଅଖିଲେଶ ଯାଦବ: 35 %
- ମାୟାବତୀ : 9 %
- ପ୍ରିୟଙ୍କା ଭଦ୍ରା: 5%
- ଅନ୍ୟ: 4 %
ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଜନମତ:
ଅୱ୍ୱଧ (ଲକ୍ଷ୍ନୌ, ପ୍ରୟାଗ, ଅଯୋଧ୍ୟା ଅନ୍ତର୍ଭୁକ୍ତ):
- ଯୋଗୀ ଆଦିତ୍ୟନାଥ: 47%
- ଅଖିଲେଶ ଯାଦବ: 34%
- ମାୟାବତୀ: 10%
- ପ୍ରିୟଙ୍କା ଗାନ୍ଧୀ ଭଦ୍ରା: 5%
- ଅନ୍ୟମାନେ: 4%
ପୂର୍ବାଞ୍ଚଳ:
- ଯୋଗୀ ଆଦିତ୍ୟନାଥ: 48%
- ଅଖିଳେଶ ଯାଦବ: 35%
- ମାୟାବତୀ: 9%
- ପ୍ରିୟଙ୍କା ଗାନ୍ଧୀ ଭଦ୍ରା: 5%
- ଅନ୍ୟମାନେ: 4%
ବୁନ୍ଦେଲଖଣ୍ଡ:
- ଯୋଗୀ ଆଦିତ୍ୟନାଥ: 50%
- ଅଖିଳେଶ ଯାଦବ: 31%
- ମାୟାବତୀ: 11%
- ପ୍ରିୟଙ୍କା ଗାନ୍ଧୀ ଭଦ୍ରା: 5%
- ଅନ୍ୟମାନେ: 4%
କେନ୍ଦ୍ରୀୟ ୟୁପି:
- ଯୋଗୀ ଆଦିତ୍ୟନାଥ: 47%
- ଅଖିଳେଶ ଯାଦବ: 35%
- ମାୟାବତୀ: 9%
- ପ୍ରିୟଙ୍କା ଗାନ୍ଧୀ ଭଦ୍ରା: 4%
- ଅନ୍ୟମାନେ: 5%
ପଶ୍ଚିମ ୟୁପି:
- ଯୋଗୀ ଆଦିତ୍ୟନାଥ: 43%
- ଅଖିଳେଶ ଯାଦବ: 41%
- ମାୟାବତୀ: 9%
- ପ୍ରିୟଙ୍କା ଗାନ୍ଧୀ ଭଦ୍ରା: 4%
- ଅନ୍ୟମାନେ: 3%












Click it and Unblock the Notifications