ଯୋଗୀ ଆଦିତ୍ୟନାଥଙ୍କୁ ଧମକଭରା ଚିଠି, ଥାନାରେ ମାମଲା
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। 15 ଦିନ ଭିତରେ ବୋମା ମାଡକରି ଉଡାଇଦେବୁ ବୋଲି ଏଭଳି କିଛି ଧମକପୂର୍ଣ୍ଣ ଚିଠି ମିଳିଛି। ତେବେ ଚିଠି ଲେଖିଥିବା ବ୍ୟକ୍ତି ସଲମାନ ସିଦ୍ଦିକି ବୋଲି ଜଣା ପଡିଛି ।
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। 15 ଦିନ ଭିତରେ ବୋମା ମାଡକରି ଉଡାଇଦେବୁ ବୋଲି ଏଭଳି କିଛି ଧମକପୂର୍ଣ୍ଣ ଚିଠି ମିଳିଛି। ତେବେ ଚିଠି ଲେଖିଥିବା ବ୍ୟକ୍ତି ସଲମାନ ସିଦ୍ଦିକି ବୋଲି ଜଣା ପଡିଛି । ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସମେତ ଭାରତୀୟ କୃଷକ ମଞ୍ଚରର ଜାତୀୟ ସଭାପତି ଏବଂ ପିଆଇଏଲ୍ କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ତିୱାରୀଙ୍କୁ ମଧ୍ୟ ହତ୍ୟା ଧମକ ଦେଇଛି। ଉତ୍ତରପ୍ରଦେଶର ଆଲମବାଗ ଅଞ୍ଚଳରେ ବାସ କରୁଥିବା ଦେବେନ୍ଦ୍ରଙ୍କ ଘର ବାହାରୁ ମିଳିଛି ଏହି ଚିଠି । ତେବେ ଦେବେନ୍ଦ୍ରଙ୍କ ଅଭିଯୋଗ ପରେ ଆଲମବାଗ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଧମକପୂର୍ଣ୍ଣ ଚିଠି ମିଳିବା ପରେ ପୁଲିସ ତୁରନ୍ତ ଘଟଣାକୁ ନେଇ ଗୁରୁତର ସହ ନେଇ ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ କରୁଛି। ତେବେ ସଲମାନକୁ ଏପର୍ଯ୍ୟନ୍ତ ଗିରଫ କରିବାରେ ସଫଳ ହୋଇ ନାହିଁ ୟୁପି ପୋଲିସ ।












Click it and Unblock the Notifications