ୟୁପି ବାଇପୋଲ ରିଜଲ୍ଟ: ଆଜମଗଡରେ ବାଜି ମାରିଲେ BJP ପ୍ରାର୍ଥୀ
ଉତ୍ତର ପ୍ରଦେଶରେ ଚଳିତ ଲୋକସଭା ଉପ-ନିର୍ବାଚନରେ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜାମ ଖାନଙ୍କ ଗଡ଼ ଭାବେ ପରିଚିତ ରାମପୁରର ଆସନ ଛଡ଼ାଇ ପୂର୍ବ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି ଭାରତୀୟ ଜନତା ପାର୍ଟି ।
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଚଳିତ ଲୋକସଭା ଉପ-ନିର୍ବାଚନରେ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜାମ ଖାନଙ୍କ ଗଡ଼ ଭାବେ ପରିଚିତ ରାମପୁରର ଆସନ ଛଡ଼ାଇ ପୂର୍ବ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି ଭାରତୀୟ ଜନତା ପାର୍ଟି । ବିଜେପିର ଦୁଇ ପ୍ରାର୍ଥୀ ଘନଶ୍ୟାମ ଲୋଧି ଓ ଦୀନେଶ ଲାଲ ନିରୁହା ବିଜୟ ଟିକା ପିନ୍ଧିବାରେ ସଫଳ ହୋଇଛନ୍ତି।

ରାମପୁର ଆସନରୁ ପ୍ରାୟ 42 ହଜାର ଭୋଟ ବ୍ୟବଧାନରେ ଘନଶ୍ୟାମ ଲୋଧି ବିଜୟୀ ହୋଇଛନ୍ତି। ସେହିପରି ଆଜମଗଡ ଉପ-ନିର୍ବାଚନରେ ବିଜେପିର ଦୀନେଶ ଲାଲ ନିରୁହା ମଧ୍ୟ ନିଜ ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ପ୍ରାୟ 12 ହଜାର ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ଆଜି ରାମପୁର ଏବଂ ଆଜାମଗଡରେ ସକାଳ 8 ଟାରୁ ଭୋଟ୍ ଗଣନା ଆରମ୍ଭ ହୋଇଥିଲା । ଆଜମଗଡରେ ଗଣତି ଆରମ୍ଭରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଧର୍ମେନ୍ଦ୍ର ଯାଦବ ଆଗୁଆ ରହିଥିଲେ । ଏଥି ସହିତ ରାମପୁରର ମଧ୍ୟ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅସୀମ ରାଜା ମଧ୍ୟ ଆଗରେ ଥିଲେ ।
ପରବର୍ତ୍ତୀ ସମୟରେ ଉଭୟ ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିବା ସହ ଘନଶ୍ୟାମ ଲୋଧୀଙ୍କ ବିଜୟ ସ୍ପଷ୍ଟ ହୋଇସାରିଛି । ଲୋଧୀଙ୍କୁ ମୋଟ 3,52,674 ଭୋଟ ମିଳିଥିବା ଜଣାପଡିଛି ।












Click it and Unblock the Notifications