ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପାଇଁ ବିଜେପିର କୋର କମିଟି ବୈଠକ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଲକ୍ଷ୍ନୌରେ ଭାରତୀୟ ଜନତା ପାର୍ଟି ନିର୍ବାଚନ କମିଟିର ଆଜି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ନିର୍ବାଚନରେ ବିଜେପିର ରଣନୀତି ଉପରେ ମଧ୍ୟ ଆଲୋଚନା କରିବେ। ଏଥିପାଇଁ ଏକ ସ୍ଵତନ୍ତ୍ର ପ୍ଯାନେଲ ଗଠନ କରାଯାଇଛି । 24 ସଦସ୍ୟ ବିଶିଷ୍ଟ ଏହି ପ୍ୟାନେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦଳର ରାଜ୍ୟ ମୁଖ୍ୟ, ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଦୀନେଶ ଶର୍ମା, ରାଜ୍ୟ ସାଧାରଣ ସମ୍ପାଦକ ସୁନୀଲ ବନସଲ, ସହକାରୀ ସାଧାରଣ ସମ୍ପାଦକ କର୍ମବିର ସିଂ, ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ରାମପତି ରାମ ପ୍ରମୁଖ ।

ରାଜ୍ୟରେ 7ଟି ପର୍ଯ୍ୟାୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଫେବୃୟାରୀ 10ରେ ଅନୁଷ୍ଠିତ ହେବ । ଏଥିପାଇଁ ଆରମ୍ଭ ହୋଇଯାଇଛି କସରତ । 24 ଜଣିଆ ପ୍ଯାନେଲରେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ହେବ ବ୍ୟାପକ ଆଲୋଚନା। ଗତ ନିର୍ବାଚନରେ ପ୍ରଚାରର ମଙ୍ଗ ଧରିଥିବା ବିଜେପିର ବରିଷ୍ଠ ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ଵକୁ ନେଇ ଜାରି ରହିଥିବା ଆଲୋଚନାକୁ ବିରାମ ଦେଇଥିଲେ । କେନ୍ଦ୍ରୀୟ ନେତୃବୃନ୍ଦ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବକୁ ନାପସନ୍ଦ କରୁଥିବା ନେଇ ଚାପ ଗୁଞ୍ଜରଣ ସୃଷ୍ଟି ହୋଇଥିବା ବେଳେ ଏହିଭଳି ଆଲୋଚନା ଭିତ୍ତିହୀନ ବୋଲି କହି ଅମିତ ଶାହ ସୂଚିତ କରିଛନ୍ତି ଯେ, ଯୋଗୀ ହିଁ ବିଜେପିର ମୁଖ୍ୟମନ୍ତ୍ରୀ ଚେହରା ବୋଲି ସ୍ପଷ୍ଟ କରିଦେଇଛନ୍ତି । ଯୋଗୀଙ୍କ ସମାଲୋଚକଙ୍କ ମୁହଁ ଏଥିରେ ବନ୍ଦ ହୋଇଯିବା ସହିତ ଯୋଗୀଙ୍କ ରାଜନୈତିକ ଶିବିର ଏଥିରେ ଉତ୍ସାହିତ ହୋଇଥିଲେ ।
ରାଜ୍ୟରେ କ୍ରମାଗତ ଦୁଇଟି ବିଧାନସଭା ନିର୍ବାଚନରେ କୌଣସି ଦଳ ଜିତିନାହାନ୍ତି:
ଉତ୍ତରପ୍ରଦେଶ ରାଜନୀତିର ଏକ ଗୁରୁତ୍ବପୂର୍ଣ ବିଷୟ ହେଲା, ରାଜ୍ୟରେ 1985 ପରଠାରୁ ରାଜ୍ୟରେ କ୍ରମାଗତ ଦୁଇଟି ବିଧାନସଭା ନିର୍ବାଚନରେ କୌଣସି ଦଳ ଜିତିନାହାନ୍ତି। ଉତ୍ତରପ୍ରଦେଶ ନିର୍ବାଚନର ଫଳାଫଳ ଦିଲ୍ଲୀ ଦରବାର ପାଇଁ ରାସ୍ତା ନିର୍ଣ୍ଣୟ କରିଥାଏ । ତେଣୁ, 2024 ଲୋକସଭା ନିର୍ବାଚନରେ କ୍ଷମତା ଦଖଲ ପାଇଁ ବିଜେପିକୁ ଏବେଠାରୁ ମାର୍ଗ ପ୍ରଶସ୍ତ କରିବାକୁ ପଡିବ । 2017 ବିଧାନସଭା ନିର୍ବାଚନରେ ବିଜେପି ନିଜେ 312 ଟି ସିଟ୍ ଜିତିଥିବା ବେଳେ ଦଳକୁ ସମର୍ଥନ ମିଳିଛି ଅନ୍ୟ 13 ଜଣ ବିଧାୟକଙ୍କ। ଅଖିଳେଶ ଯାଦବଙ୍କ ସମାଜବାଦି ପାର୍ଟି 49 ଏବଂ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି 19 ଟି ସିଟ୍ ଜିତିଥିଲା।












Click it and Unblock the Notifications