ସମାଜବାଦୀ ପାର୍ଟିକୁ ଝଟକା ଦେବାକୁ ବିଜେପିର ପ୍ରସ୍ତୁତି: ମୁଲାୟମ ସିଂହ ଯାଦବଙ୍କ ବୋହୁ ଅପର୍ଣା ଯାଦବକୁ ଦଳ କରିପାରେ ପ୍ରାର୍ଥୀ
ନୂଆଦିଲ୍ଲୀ: ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ପରେ ବିଭିନ୍ନ ରାଜନୈତିକ ନେତାଙ୍କ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି। ବିଜେପିର ୩ ଜଣ ମନ୍ତ୍ରୀଙ୍କ ସମେତ ଜଣଙ୍କ ପରେ ଜଣେ ବିଧାୟକ ସମାଜବାଦୀ ପାର୍ଟିରେ ସାମିଲ ହେବାରେ ଲାଗିଛନ୍ତି। ନିର୍ବାଚନ ଆରମ୍ଭରୁ ଏହା ବିଜେପିକୁ ଜୋରଦାର ଝଟକା ଦେଇଛି। ଏହି ପରିସ୍ଥିତିରେ ସମାଜବାଦୀକୁ ମାତ ଦେବାକୁ ପ୍ରସ୍ତୁତ ଆରମ୍ଭ କରିଛି ବିଜେପି।

ଉତ୍ତରପ୍ରଦେଶର ଗରମ ରାଜନୈତିକ ପାଣିପାଗ ମଧ୍ୟରେ ଆଲୋଚନା ହେଉଛି ଯେ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇପାରନ୍ତି। ତେବେ ଏହି ଅଲୋଚନାରେ କେତେ ବାସ୍ତବିକତା ରହିଛି, ତାହା ଆଗାମୀ କିଛିଦିନରେ ସ୍ପଷ୍ଟ ହେବ । କିନ୍ତୁ ଅପର୍ନା ବିଜେପିରେ ଯୋଗଦେବା ବିଷୟରେ ଆଲୋଚନା ପାଇଁ ବଜାର ଗରମ । ସୂଚନାଯୋଗ୍ୟଯେ, ଅପର୍ଣ୍ଣା ହେଉଛନ୍ତି ମୁଲାୟମ ସିଂ ଯାଦବଙ୍କ ସାନପୁଅ ଏବଂ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକ ଯାଦବଙ୍କ ପତ୍ନୀ । ଅପର୍ଣ୍ଣା ଲକ୍ଷ୍ମଣ କ୍ୟାଣ୍ଟ ଆସନରୁ ଏକ ସମାଜବାଦୀ ପାର୍ଟି ଟିକେଟ୍ ରେ ୨୦୧୭ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ନିର୍ବାଚନରେ ଅପର୍ଣ୍ଣା ଯାଦବ ଦ୍ୱିତୀୟ ସ୍ଥାନରେ ରହିଥିଲେ। ତାଙ୍କୁ ବିଜେପିର ରୀତା ବାହୁଗୁନା ଯୋଶୀଙ୍କ ହାତରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ତେବେ ଅପର୍ନା ପ୍ରାୟ ୬୩ ହଜାର ଭୋଟ୍ ପାଇଥିଲେ। ଅଖିଳେଶ ଯାଦବ ମଧ୍ୟ ତାଙ୍କ ପାଇଁ ପ୍ରଚାର କରିଥିଲେ।
ମୋଦୀ ଓ ଯୋଗୀଙ୍କୁ ପ୍ରସଂଶା କରିଛନ୍ତି ଅପର୍ଣ୍ଣା:
ସମାଜବାଦୀ ଦଳରେ ରହି ମୋଦୀ ଓ ଯୋଗୀଙ୍କୁ ପ୍ରସଂଶା କରି ଆଲୋଚନାକୁ ଆସିଥିଲେ ଅପର୍ଣ୍ଣା। ଏପରିକି ସେ ରାମ ମନ୍ଦିର ପାଇଁ ୧୧ ଲକ୍ଷ ୧୧ ହଜାର ଦାନ କରିଥିଲେ। ଅପର୍ନା ଯୋଗୀ ଆଦିତ୍ୟନାଥଙ୍କ ସହ ଅନେକ ଥର ନଜର ଆସିଛନ୍ତି । ଖବର ରହିଛି ଯେ ବିଜେପି ତାଙ୍କୁ ଲକ୍ଷ୍ନୌ କ୍ୟାଣ୍ଟ ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ। ଏହି ଆଲୋଚନା ସମ୍ବନ୍ଧରେ ବିଜେପି କିମ୍ବା ଅପର୍ଣ୍ଣାଙ୍କ କୌଣସି ମନ୍ତବ୍ୟ ମିଳିନାହିଁ । କିନ୍ତୁ ଏହି ଆଲୋଚନା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହାପୂର୍ବରୁ ଫିରୋଜାବାଦର ସିରସାଗଞ୍ଜ ଆସନରୁ ମୁଲାୟମ ସିଂ ଯାଦବଙ୍କ ପାରିବାରିକ ବନ୍ଧୁ ତଥା ବିଧାୟକ ହରି ଓମ ଯାଦବ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ।












Click it and Unblock the Notifications