ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ରାମ ମନ୍ଦିର ପ୍ରସଙ୍ଗ ଯୋଗୁ କେତେଦୂର ଲାଭବାନ ହେବ ବିଜେପି
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ନେଇ ସରଗରମ ଅଛି ସମଗ୍ର ଦେଶ। ରାମ ମନ୍ଦିର ନିର୍ମାଣ, ଲକ୍ଷ୍ମୀପୁର ଖେରୀ ହିଂସା, ଚାଷୀ ଆନ୍ଦୋଳନ ଭଳି ଏକାଧିକ ପ୍ରସଙ୍ଗକୁ ରାଜନୀତି ଜୋର ଧରିଛି। ବିକାଶକୁ ପ୍ରସଙ୍ଗ କରି ପୁଣି ଶାସନ ଅକ୍ତିଆର କରିବାକୁ ୟୋଗୀ ଆଦିତ୍ୟନାଥ ପ୍ରଚାର ଆଗକୁ ବଢାଇଥିବା ବେଳେ ରାମ ମନ୍ଦିର ନିର୍ମାଣ ଏକ ପ୍ରମୁଖ ପ୍ରସଙ୍ଗ ହେବାକୁ ଯାଉଛି ଭାରତର ଏହି ସର୍ବବୃହତ ରାଜ୍ୟରେ । ତେବେ ଏହି ପ୍ରସଙ୍ଗ ବିଜେପିକୁ କେତେ ଦୂର ସହାୟକ ହେବ ନିର୍ବାଚନୀ ବୈତରଣୀ ପାର କରିବାକୁ? ଆସନ୍ତୁ ଜାଣିବା ଏଥିସମ୍ପର୍କିତ ସର୍ଭେରୁ।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ୟୁପି ବିଧାନସଭା ନିର୍ବାଚନରେ କେତେଦୂର ପ୍ରଭାବ ପକାଇବ। ଏବିପି-ସିଭୋଟର ପକ୍ଷରୁ କରାଯାଇଥିବା ସର୍ଭେରେ ବିଜେପି, କଂଗ୍ରେସ, ବିଏସପି, ଏସପି ତଥା ଅନ୍ଯାନ୍ଯ ଦଳର ସମର୍ଥକଙ୍କୁ ଏହି ପ୍ରସଙ୍ଗ ବିଷୟରେ ମତାମତ ସଂଗ୍ରହ କରାଯାଇଥିଲା।
ଆସନ୍ତୁ ଜାଣିବା ବିଜେପି ଲାଭବାନ ହେବକି ନାହିଁ:
ଏହି ସର୍ଭେରେ ଜଣା ପଡିଛି ଯେ, ୫୬.୭ ପ୍ରତିଶତ ଲୋକ ଭାବନ୍ତି ଯେ, ରାମ ମନ୍ଦିର ପ୍ରସଙ୍ଗ ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପିକୁ ସହାୟକ ହେବ। ଏହା ବିଜେପିକୁ ଭୋଟ ହାର ବଢାଇବାରେ ସହାୟକ ହେବ ବୋଲି ମତାମତ ଦେଇଛନ୍ତି। ତେବେ ଏବଂ ୪୧.୪ ପ୍ରତିଶତ ଲୋକ ଭାବନ୍ତି ଯେ ଏହା ବିଜେପିର ଲାଭ ହେବ ନାହିଁ। ରିପୋର୍ଟ ଅନୁଯାୟୀ, ୬୯.୨% ବିଜେପି ସମର୍ଥକ, ୫୧.୯% କଂଗ୍ରେସ ସମର୍ଥକ, ୩୧.୩% ଏସପି ସମର୍ଥକ ଏବଂ ୩୫.୬% ବିଏସପି ସମର୍ଥକ ଭାବନ୍ତି ଯେ ରାମ ମନ୍ଦିର ନିର୍ମାଣ ବିଜେପି ପାଇଁ ଲାଭଦାୟକ ହେବ। ଯଦି ବିଜେପି ନିର୍ବାଚନରେ ଜିତେ ତେବେ ଆପଣ ରାମ ମନ୍ଦିରକୁ କେତେ ଶ୍ରେୟ ଦେବେ ଏହି ପ୍ରଶ୍ନରେ ପ୍ରାୟ ୫୦.୬% ଉତ୍ତରଦାତା କହିଛନ୍ତି ଯେ ଯଦି ବିଜେପି ନିର୍ବାଚନରେ ଜିତେ ତେବେ ସେମାନେ ରାମ ମନ୍ଦିର ନିର୍ମାଣକୁ ବିଜୟର ଶ୍ରେୟ ଦେବେ। ୨୬% ଉତ୍ତରଦାତା କହିଛନ୍ତି ଯେ ସେମାନେ ବିଜେପିର ବିଜୟକୁ ରାମ ମନ୍ଦିର ନିର୍ମାଣରେ ଦର୍ଶାଇବେ ନାହିଁ। ପୁନର୍ବାର ୨୧.୪% ସେମାନେ ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରେୟ ଦେବେ କି ନାହିଁ ସେ ସମ୍ପର୍କରେ ସର୍ଭେରେ ଜଣାଇ ନାହାନ୍ତି।
ଅନ୍ୟ ରାଜ୍ୟ ନିର୍ବାଚନ ଉପରେ ପ୍ରଭାବ:
ଉତ୍ତର ପ୍ରଦେଶ ସମେତ ଆସନ୍ତା ବର୍ଷ ଉତ୍ତରାଖଣ୍ଡ ଏବଂ ପଞ୍ଜାବକୁ ମିଶାଇ ମୋଟ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି। ବିଭିନ୍ନ ରାଜ୍ୟରେ ପ୍ରସଙ୍ଗ ଭିନ୍ନ ଭିନ୍ନ ରହିଥିବା ବେଳେ ଉତ୍ତରପ୍ରଦେଶର ପଡୋଶୀ ଉତ୍ତରାଖଣ୍ଡ ନିର୍ବାଚନରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗର କିଛିଟା ପ୍ରଭାବ ପଡିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଚର୍ଚା କରୁଛନ୍ତି। ତେବେ ଗୋଆ, ମଣିପୁର, ପଞ୍ଜାବ ଭଳି ରାଜ୍ୟରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗର ବିଶେଷ ଗୁରୁତ୍ଵ ରହିବ ନହିଁ ବୋଲି ଚର୍ଚା ହେଉଛି।












Click it and Unblock the Notifications