‘କାଲି ଜାଗା ଦେଲେ ପରଦିନ କାମ ଆରମ୍ଭ ହେବ’

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ବିଜେପିର ପାୱାର ଶୋ’ । ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ମାଗିଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଏହି ଅସବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସରକାରଙ୍କୁ ଖ

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ବିଜେପିର ପାୱାର ଶୋ' । ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ମାଗିଛନ୍ତି
ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଏହି ଅସବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବରଗଡ଼ରୁ ନୂଆପଡ଼ାକୁ ନୂଆ ରେଳ ଲାଇନ୍ ନେଇ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ରେଳମନ୍ତ୍ରୀ ।

Union Railway Minister

ପାଇକମାଳରେ ନିର୍ବାଚନୀ ସଭାରେ ରେଳମନ୍ତ୍ରୀ କହିଛନ୍ତି, କାଲି ଜାଗା ଦେଲେ ପହରଦିନ କାମ ଆରମ୍ଭ ହେବ। ଜାଗା ଓଡ଼ିଶା ସରକାରଙ୍କର। ଜାଗା ନ ଦେଲେ ରେଲ ଲାଇନ୍ କିପରି ହେବ ? ମନ୍ତ୍ରୀ ଟୁକୁନି ସାହୁ ନୂଆ ରେଳ ଲାଇନ ନେଇ ଚିଠି ଲେଖିଥିଲେ। ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ତାକୁ ଦୋହରାଇଛନ୍ତି। କାହିଁକି ମାନ୍ୟବର ମନ୍ତ୍ରୀ ଓ ପୂର୍ବତନ ସାଂସଦ ମିଛ କହୁଛନ୍ତି ?

ଏହାସହ ସେ କହିଛନ୍ତି ଯେ, 'ରେଳ ସେବା ପାଇବା ଲୋକଙ୍କ ଅଧିକାର । ସେ ଅଧିକାରକୁ କେହି ଛଡାଇନେଇପାରିବେ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ଓଡିଶା ପ୍ରତି ଥିବା ତାଙ୍କର ସଙ୍କଳ୍ପକୁ ନିଶ୍ଚୟ ପୂରଣ କରିବେ' ।

ସେ କହିଛନ୍ତି, ରାଜ୍ୟ ସରକାର ଜାଗା ଦେଲେ ଓଡ଼ିଶାର ବିକାଶ ହୋଇପାରିବ। ପୂର୍ବରୁ ରାଜ୍ୟକୁ ରେଳ ପ୍ରକଳ୍ପ ବାବଦକୁ ୮ ଶହ କୋଟି ଆସୁଥିଲା। ମୋଦି ସରକାରରେ ଏହା ୧୦ ହଜାର କୋଟିରେ ପହଞ୍ଚିଛି। ପ୍ରତି ଗାଁରେ ମୋବାଇଲ ଟାୱାର ନିର୍ମାଣ ପାଇଁ ୫ ହଜାର ୬ ଶହ କୋଟି ମଞ୍ଜୁର ହୋଇଛି। ରାଜ୍ୟ ସରକାରଙ୍କ ନୀତି ନିୟତ ଠିକ୍ ରହିଲେ ଏଠାରେ ରୋଜଗାରର ମାଧ୍ୟମ ସୃଷ୍ଟି ହୋଇପାରିବ। ଏକଜୁଟ ହୋଇ କାମ କଲେ କେହି ଦାଦନ ଖଟିବାକୁ ଯିବେ ନାହିଁ।

ରେଳ ପ୍ରକଳ୍ପକୁ ନେଇ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । କହିଲେ '୬୦ ବର୍ଷରେ କଂଗ୍ରେସ ଯାହା କରିନଥିଲା ତାହା ମୋଦୀ ସରକାର କରୁଛନ୍ତି' । ଏହାସହ ଦାଦନ ସମସ୍ୟାକୁ ନେଇ ମଧ୍ୟ ଉଭୟ ଦଳ ଉପରେ ବର୍ଷିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+