ଓଡିଶା ଗସ୍ତରେ 7 କେନ୍ଦ୍ରମନ୍ତ୍ରୀ, ହେବ ସାଙ୍ଗଠନିକ ଆଲୋଚନା
ଓଡିଶାରେ କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ଵୟନ ସଂପର୍କରେ ବିସ୍ତୃତ ଅବଗତ ହେବା ପାଇଁ କେନ୍ଦ୍ରମନ୍ତ୍ରୀମାନେ ଓଡିଶା ଗସ୍ତ କରୁଛନ୍ତି ।
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଶାସନ କ୍ଷମତାକୁ ଆସିବା ପରେ ଅଦ୍ୟୋଦୟକୁ ମୂଳମନ୍ତ୍ର କରି ଗରୀବକଲ୍ୟାଣ ଯୋଜାନାଙ୍କୁ ପ୍ରାଧାନ୍ୟ ଦେବା ସହିତ ଏହି ସମସ୍ତ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । " ସବକା ସାଥ୍ , ସବକା ବିକାଶ , ସବକା ବିଶ୍ଵାସ , ସବକା ପ୍ରୟାସ " ଆଧାରରେ ଏହି ସମସ୍ତ ଯୋଜନାର ସଫଳତା ଏବଂ ରାଜ୍ୟଗୁଡିକରେ ଏହାର କାର୍ଯ୍ୟାନ୍ଵୟନକୁ ଗୁରୁତ୍ଵ ଦେଇଛନ୍ତି ମୋଦି ସରକାର ।

ଏହି ଅବସରରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର, ଅର୍ଜୁନ ମୁଣ୍ଡା ଯାଜପୁର , ନିତ୍ୟାନନ୍ଦ ରାୟ କଟକ , ଅଶ୍ଵିନୀ ଚୌବେ ଭୁବନେଶ୍ବର , ବିଶେଶ୍ଵର ଟୁଡ଼ୁ ମୟୁରଭଞ୍ଜ ଗସ୍ତ କରିଛନ୍ତି । ଆସନ୍ତା କାଲି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଭୁବନେଶ୍ଵର, ନିଶିଥ୍ ପରମାଣିକ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାର ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କ ସହିତ ଦଳୀୟ ସଂଗଠନ ସଂପର୍କରେ ମଧ୍ୟ ଆଲୋଚନା କରିବେ ବୋଲି ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ଦାସ ସୂଚନା ଦେଇଛନ୍ତି ।












Click it and Unblock the Notifications