For Quick Alerts
Turn On Notification  
For Daily Alerts
Oneindia App Download

ଆସନ୍ତାକାଲିଠୁ ପଦ୍ମପୁରରେ ମାରାଥନ୍ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପଦ୍ମପୁର ଉପ ନିର୍ବାଚନ ପାଇଁ ଏବେ ଚାଲିଛି ଜୋରଦାର ପ୍ରଚାର । ତିନି ଦଳର ପ୍ରାର୍ଥୀ ଆଉ ନେତାମାନେ ଘରକୁ ଘର ଯାଇ ଭୋଟ୍ ଭିକ୍ଷା କରୁଥିବାବେଳେ, ଆସନ୍ତାକାଲିଠୁ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

|

ଭୁବନେଶ୍ୱର: ପଦ୍ମପୁର ଉପ ନିର୍ବାଚନ ପାଇଁ ଏବେ ଚାଲିଛି ଜୋରଦାର ପ୍ରଚାର । ତିନି ଦଳର ପ୍ରାର୍ଥୀ ଆଉ ନେତାମାନେ ଘରକୁ ଘର ଯାଇ ଭୋଟ୍ ଭିକ୍ଷା କରୁଥିବାବେଳେ, ଆସନ୍ତାକାଲିଠୁ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲିଠୁ ୪ ଦିନ ଧରି ମାରାଥନ୍ ପ୍ରଚାର କରିବେ।

Dharmendra Pradhan

ଏନେଇ ଆଜି ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ପଦ୍ମପୁରରେ ହେବାକୁ ଥିବା ବିଭିନ୍ନ ସାଧାରଣ ସଭା ଓ ରୋଡ୍ ଶୋ' କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଛି । ସୂଚନା ମୁତାବକ, ୨୯ ତାରିଖଠୁ ଆରମ୍ଭ କରି ୩୦ ତାରିଖ, ୧ ତାରିଖ ଏବଂ ୩ ତାରିଖ ଦିନ ପଦ୍ମପୁରରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ । ଏହି ୪ ଦିନରେ ସେ ଏକାଧିକ ସ୍ଥାନରେ ରୋଡ୍ ସୋ କରିବା ସହିତ ଲୋକଙ୍କ ସୁଖଦୁଃଖ ବୁଝିବେ । ଖାଲି ସେତିକି ନୁହେଁ, ପଦ୍ମପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧାରଣ ସଭା କରିବେ ବୋଲି ମଧ୍ୟ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀଙ୍କର ପାଇକମାଳ ବ୍ଲକରେ ମୋଟ ୩୨ଟି କାର୍ଯ୍ୟକ୍ରମ ରହିଛି । ଏଥିରେ ୬ଟି ଜନସଭା ଓ ବାକି ୨୬ଟି ସ୍ଥାନରେ ରୋଡ୍ ଶୋ' ହେବ। ସେହିପରି ୩୦ତାରିଖରେ ମୋଟ ୧୯ଟି କାର୍ଯ୍ୟକ୍ରମ ରହିଛି । ସେଥିରୁ ପାଇକମାଳ ବ୍ଲକରେ ୨ଟି ଜନସଭା ଓ ୧୨ଟି ରୋଡ୍ ଶୋ' ଏବଂ ଅପରାହ୍ନରେ ପଦମପୁର ବ୍ଲକରେ ୨ଟି ଜନସଭା ଓ ୩ଟି ରୋଡ୍ ଶୋ' ହେବ । ୧ ତାରିଖରେ ପଦମପୁର ବ୍ଲକରେ ୧୨ଟି ସ୍ଥାନରେ ଜନସଭା ଓ ରୋଡ୍ ଶୋ' କାର୍ଯ୍ୟକ୍ରମ ରହିଛି । ୨ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କର କୌଣସି କାର୍ଯ୍ୟକ୍ରମ ନଥିବାବେଳେ ୩ ତାରିଖରେ ଝାରବନ୍ଧ ବ୍ଲକରେ ବିଶାଳ ଜନସଭା ଓ ଅପରାହ୍ନରେ ପଦମପୁରରେ ରୋଡ୍ ଶୋ' କରାଯିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ୨ତାରିଖରେ ପଦ୍ମପୁରରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ସୂଚନା ମିଳିଛି

ସେପଟେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ରୀତା ସାହୁ ପଦ୍ମପୁରରେ ପ୍ରଚାର କରିଛନ୍ତି । ରୋଡ ସୋ କରିବା ସହ ଛୋଟ ଛୋଟ ସମାବେଶ କରି ଅଧିକ ଲୋକଙ୍କ ପାଖରେ ପହଁଚିବାକୁ ଲକ୍ଷ୍ୟ ରଖିଛନ୍ତି । କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ତାଙ୍କ ସମର୍ଥକଙ୍କୁ ଧରି ପଦ୍ମପୁର ଓ ଝାରବନ୍ଧ ଅଞ୍ଚଳରେ ପ୍ରଚାର କରିଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପିସିସି ପ୍ରଭାରୀ ଏ. ଚେଲାକୁମାର ମଧ୍ୟ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Union Minister Dharmendra Pradhan will campaign for Padmapur By Election from tomorrow
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X