ଚାଷୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ସିଧା ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାଷୀଙ୍କ ପ୍ରସଙ୍ଗ ଉଠାଇ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ଚାଷୀଙ୍କୁ ଅବହେଳା, ମଣ୍ଡି ଅବବ୍ୟସ୍ଥା ନେଇ ବିଜେଡି ଉପରେ ବର୍ଷିଲେ ଧର୍ମେନ୍ଦ୍

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାଷୀଙ୍କ ପ୍ରସଙ୍ଗ ଉଠାଇ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ଚାଷୀଙ୍କୁ ଅବହେଳା, ମଣ୍ଡି ଅବବ୍ୟସ୍ଥା ନେଇ ବିଜେଡି ଉପରେ ବର୍ଷିଲେ ଧର୍ମେନ୍ଦ୍ର ।

Dharmendra Pradhan

ସୋହେଲାରେ ଆୟୋଜିତ ସଭାରେ ଧର୍ମେନ୍ଦ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଚାଷୀମାନଙ୍କୁ ଦେଉଛନ୍ତି ଟଙ୍କା। ହେଲେ ନବୀନବାବୁ ସରକାର ପୁଞ୍ଜିପତି ମିଲ୍‌ରମାନଙ୍କ ସାଙ୍ଗରେ ମିଶି ଚାଷୀମାନଙ୍କ ଟଙ୍କାକୁ ହଡପ୍‌ କରୁଛନ୍ତି । ଏହାର ପ୍ରତିବାଦ କରିଥିଲେ କୁନାବାବୁ (ପ୍ରଦୀପ ପୁରୋହିତ)। ଆମେ ଚାହୁଁଛୁ ଧାନ କିଣା ସମସ୍ୟାର ସ୍ଥାୟୀ ସମାଧାନ ହେଉ। ହେଲେ ତା'ର ସମାଧାନ କରିବା ପରିବର୍ତ୍ତେ ମଝିରେ ମଝିରେ ସେମାନେ ବିଧାନସଭାରେ ଏତିକି ଟଙ୍କା ଦିଅ, ସେତିକି ଟଙ୍କା ଦିଅ କଥା ଉଠାଉଛନ୍ତି। ମୁଁ ଏଠି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛି, ଆପଣ ବହୁବାର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ହେଲେ ଥରେ କେବେ ଧାନ କିଣା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ବୋଲି ମୁଁ ଜାଣିନି। ଏପରିକି ଖବର କାଗଜରେ ମଧ୍ୟ ପଢ଼ିନି। ନା ଗଣମାଧ୍ୟମରେ ସେ କେବେ ବକ୍ତବ୍ୟ ଦେଇଛନ୍ତି। କେବଳ ଲୋକ ଦେଖାଣିଆ ଭାବେ ଏଇଠି ଭୁରୁଡି ମାରୁଛନ୍ତି ବୋଲି ସେ କହିଛନ୍ତି।

ପ୍ରଦୀପ ପୁରୋହିତଙ୍କ ପ୍ରଶଂସା କରି ଧର୍ମେନ୍ଦ୍ର କହିଛନ୍ତି, ଧାନ, ମୋଦି ଆପଣଙ୍କୁ ପଦ୍ମପୁର ପାଇଁ ମନୋନୀତ କଲେ, ନଡ୍ଡା ଜୀ ଦସ୍ତଖତ କରି ଆପଣଙ୍କୁ ଟିକେଟ୍ ଦେଲେ । ଆପଣ କୃଷକ ଆନ୍ଦୋଳନରୁ ନିର୍ବାଚନକୁ ଆସିଛନ୍ତି ତେଣୁ ଚାଷୀଙ୍କ କଥା ଆପଣଙ୍କଠୁ କେହି ଭଲ ବୁଝିପାରିବେ ନାହିଁ । ଆମ ହଳିଆ କୁନା ପୁରୋହିତ, ଆମର ଗୁତି ହେଲେ କୁନା ପୁରୋହିତ ତେଣୁ ଆପଣମାନଙ୍କ ହାତରେ ଏବେ ଆମେ ଜଣେ ହଳିଆକୁ ଛାଡ଼ିଲୁ ନିଷ୍ପତ୍ତି ପଦ୍ମପୁରବାସୀ ନେବେ ।

ମଣ୍ଡି ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଧାନ ମଣ୍ଡି ଖୋଲିବା ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଛନ୍ତି। ହେଲେ ମଣ୍ଡିରେ ଚାଷୀଙ୍କ ବସିବା ପାଇଁ ଚୌକିଟିଏ ନାହିଁ। ଖରା ତରାରେ ଆସୁଥିବା ଚାଷୀ ପାଇଁ ଫ୍ୟାନ୍‌ ନାହିଁ। ସରକାରୀ କ୍ୟାଣ୍ଟିନ୍‌, ଶୌଚାଳୟ ନାହିଁ। ଯିଏ ଚାଷୀଙ୍କ ପାଇଁ ଚୌକିଟିଏର ବ୍ୟବସ୍ଥା କରିନାହିଁ, ସେ ଆସିଛି ଚୌକି ସ୍ଥାୟୀ କରିବା ପାଇଁ । ତା'ର ଜବାବ ମାଆ ଓ ଭଉଣୀମାନେ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+