ସରଗରମ ପଦ୍ମପୁର ରାଜନୀତି, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ପ୍ରଶ୍ନ କଲେ କେନ୍ଦ୍ରମନ୍ତ୍ରୀ

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ମୈଇଦାନରେ ଚାଲିଛି ଜୋରଦାର ପ୍ରଚାର । ତାହା ସହ ପରସ୍ପରକୁ ସିଧାସଳଖ ଟାର୍ଗେଟ୍ କରୁଛନ୍ତି ରାଜନୈତିକ ଦଳ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କରିଛନ୍ତି ଟାର୍ଗେଟ୍ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ପ୍ରଶ୍ନ ଉଠାଇବା ସହ ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ।

Dharmendra Pradhan

ରାଜ୍ୟର ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟକ୍ରମରେ ଏକ ବିଶାଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସେମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । ୨୦୨୨ ଅପ୍ରେଲ ପହିଲାରୁ ଏହି ନୂତନ ଋଣ ବ୍ୟବସ୍ଥା ଲାଗୁ କରାଯିବ । ପୂର୍ବରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଥିଲା । ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ମାଛ ତେଲରେ ମାଛ ଭାଜୁଛନ୍ତି ନବୀନ ସରକାର । କାରଣ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗର ରୁରାଲ୍‌ ଡେଭଲପ୍‌ମେଣ୍ଟ ଡିପାର୍ଟମେଣ୍ଟର ଦୀନଦୟାଲ ଅନ୍ତୋଦୟ ଯୋଜନା ଓ ନ୍ୟାସନାଲ ରୁରାଲ୍‌ ଲାଇଭ୍‌ଲିହୁଡ୍‌ ମିଶନରେ କେନ୍ଦ୍ର ସରକାର ଲାଇଭହୁଡ ମିଶନରେ ମହିଳା ମାନଙ୍କୁ ୧୧% ସୁଧ ଉପରେ ୭% ସୁଧ ଛାଡ କରିଛନ୍ତି । ରାଜ୍ୟ ସରକାର ମାତ୍ର ୪ ପ୍ରତିଶତ ଋଣ ଛାଡ କରି ବାହାବାହି ନେବାପାଇଁ ଚେଷ୍ଟା କରୁଛି । ତେବେ ପଦ୍ମପୁର ଉପ-ନିର୍ବାଚନକୁ ଆଖିଆଗରେ ରଖି ରାଜ୍ୟ ସରକାର ଏପରି ଘୋଷଣା କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଇନପୁଟ୍ ସବସିଡିକୁ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ ଉଠାଇଛନ୍ତି ସେ କହିଛନ୍ତି ଘୋଷଣା ସରିଛି ହେଲେ ଏପର୍ଯ୍ୟନ୍ତ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିନାହିଁ । ସେହିପରି ପଦ୍ମପୁରକୁ ଜିଲ୍ଲରା ମାନ୍ୟତା ଦିଆଯାଉ ବୋଲି ସେ ଦାବି କରିଛନ୍ତି । ସେହିପରି ରେଳ ପ୍ରକଳ୍ପ, ଦାଦନ ଶ୍ରମିକ, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ପରି ପ୍ରମୁଖ ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+