ଓଡିଶା ଇନଭେଷ୍ଟର୍ସ ମିଟକୁ ନେଇ ଏମିତି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ମେକ୍ ଇନ ଓଡିଶା ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଦେଶର ବିଭିନ୍ନ ପ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଥିବା ଓଡିଶା ଇନଭେଷ୍ଟର୍ସ ମିଟକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ପୁରୀ: ମେକ୍ ଇନ ଓଡିଶା ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଦେଶର ବିଭିନ୍ନ ପ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଥିବା ଓଡିଶା ଇନଭେଷ୍ଟର୍ସ ମିଟକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ । କେନ୍ଦ୍ର ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାକୁ ନିବେଶକ ଆସିବା ନିହାତି ଆବଶ୍ୟକ । ନିବେଶ ଆସିଲେ ରାଜ୍ୟର ହେବ ବିକାଶ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । କିନ୍ତୁ ସେପଟେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସୂଚନାଥାଉ କି, ଗତକାଲି (ବୁଧବାର) ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଆୟୋଜିତ ହୋଇଥିଲା 'ଓଡ଼ିଶା ଇନଭେଷ୍ଟର୍ସ ମିଟ୍'। ରାଜ୍ୟରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଓ 'ଓ୍ୱାରେ ଇଞ୍ଜିନିୟର୍ସ ଲିଃ.'ର ଅଧ୍ୟକ୍ଷ ହିତେଶ ଚିମନଲାଲ ଦୋଶୀଙ୍କୁ ଭେଟିଥିଲେ ।
ସେହିପରି ଏସବିଆଇ ଚେୟାରମ୍ୟାନ୍ ଦୀନେଶ କୁମାର ଖନ୍ନା, ଓ୍ଵାରୀ ଇଞ୍ଜିନିୟର୍ସ ଲିମିଟେଡ୍ ଚେୟାରମ୍ୟାନ୍ ହିତେଶ ଦୋଶୀ, ଅପାର୍ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଚୈତନ୍ୟ ଦେଶାୟୀ ପ୍ରମୁଖଙ୍କ ସହ ଓ୍ଵାନ୍ ଟୁ ଓ୍ଵାନ୍ ଆଲୋଚନା କରିଥିଲେ । ସେହିପରି ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଚେୟାରମ୍ୟାନ୍ ଏସ୍. ଏସ୍. ମୁନ୍ଦ୍ରା, ସୁପ୍ରିମ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଚେୟାରମ୍ୟାନ୍ ଏମପି ଟାପରିଆ, ଜେଏମ୍ ବକ୍ସିର ଚେୟାରମ୍ୟାନ୍ ଧ୍ରୁବ କୋଟାକ, ରାଲସେନ୍ ଏଣ୍ଡ ଟର୍ବୋର ହୋଲ୍ ଟାଇମ୍ ଡିରେକ୍ଟର ଡି. କେ. ସେନ୍, ଏସଟିଟି ଡିଜିସି ଇଣ୍ଡିଆ ସିଏଫଓ ବିମଳ ଖଣ୍ଡେଲଓ୍ଵାଲ୍ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।
ଚଳିତ ବର୍ଷ ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ଯାଏଁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ ହେବାକୁ ଯାଉଛି । ଏହି ସମ୍ମିଳନୀକୁ ନିବେଶକଙ୍କୁ ନିମନ୍ତ୍ରଣ କରିବା ସହ ରାଜ୍ୟରେ ଥିବା ପୁଞ୍ଜିନିବେଶ ସୁଯୋଗର ପ୍ରଚାର ପ୍ରସାର ପାଇଁ ଏହି ଗସ୍ତ କରୁଛନ୍ତି ନବୀନ ।












Click it and Unblock the Notifications