କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ: ବାଦ୍ ପଡ଼ିବେ ଧର୍ମେନ୍ଦ୍ର, ମନ୍ତ୍ରୀ ହେବେ ଅପରାଜିତା !
ଭୁବନେଶ୍ୱର: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଏବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଚର୍ଚ୍ଚା ଭିତରେ ଓଡିଶାର ତିନି ମନ୍ତ୍ରୀ ବାଦ୍ ପଡିବା ନେଇ ମଧ୍ୟ ଚର୍ଚ୍ଚା ବଢିଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ୱବ ଓ ବିଶ୍ୱେଶର ଟୁଡୁ ବାଦ ପଡିପାରନ୍ତି । ଆଉ ନୂଆ ମୁହଁ ଭାବେ ଜୁଏଲ ଓରାମ, ସୁରେଶ ପୂଜାରୀ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ଚର୍ଚ୍ଚା ହେଉଛି । ତେବେ ବାଦ୍ ପଡିବାର କାରଣ ଏବଂ ସାମିଲ ହେବାର ଆଧାର ଭିନ୍ନ ଭିନ୍ନ ରହିଛି ।

କେନ୍ଦ୍ରରେ ପ୍ରଭାବଶାଳୀ ମନ୍ତ୍ରୀ ଭାବେ ଜଣାଶୁଣା ଧର୍ମେନ୍ଦ୍ର ପ୍ରଧାନ ଏବେ ଶିକ୍ଷା ବିଭାଗର ମନ୍ତ୍ରୀ ଅଛନ୍ତି । ଦଳ କିନ୍ତୁ ଏବେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ଆଣି ସଙ୍ଗଠନରେ ଗୁରୁ ଦାୟିତ୍ୱ ଦେବାକୁ ଚିନ୍ତା କରୁଛି । ଧର୍ମେନ୍ଦ୍ର ଗତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସଠିକ ଗୋଟି ଚାଳନା କରି ନିଜର ସାଙ୍ଗଠନିକ ଦକ୍ଷତା ଦେଖାଇଥିଲେ । ଆଉ ଉତ୍ତରପ୍ରଦେଶରୁ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ଲୋକସଭା ଆସନ ରହିଥିବାରୁ ଧର୍ମେନ୍ଦ୍ରଙ୍କୁ ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ସଂଗଠନର ମୁଖ୍ୟ ଭାବେ ଦାଇତ୍ୱ ଦିଆଯାଇପାରେ ।
ଅନ୍ୟପଟେ ବାହାନଗା ଦୁର୍ଘଟଣା ପାଇଁ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିପାରନ୍ତି ଅଶ୍ୱିନୀ ବୈଷ୍ଣବ ବୋଲି ଚର୍ଚ୍ଚା ଜୋର ଧରିଛି । ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ତାଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦେଇଛି ଦଳ । ସାଧାରଣ ନିର୍ବାଚନରେ ଅଶ୍ୱିନୀ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି । ଏବେ ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ସହ ମିଶି ଭୋଟ୍ ବ୍ୟାଙ୍କ ସଜାଡି ପାରନ୍ତି ରେଳ ମନ୍ତ୍ରୀ । ସେହିପରି ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ହୋଇପଡିଛନ୍ତି କେନ୍ଦ୍ର ଆଦିବାସୀ ରାଷ୍ଟ୍ରମନ୍ତ୍ରୀ । ଏସବୁ ଦୃଷ୍ଟିରୁ ବିଶ୍ୱେଶ୍ୱର ମୋଦୀଙ୍କ ଆସ୍ଥା ହରାଇ ପାରନ୍ତି ।
ନୂଆ ଚେହେରାଙ୍କୁ ନେଇ ବଢୁଛି ଚର୍ଚ୍ଚା
ଓଡିଶାରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଥିବା ତିନି ଜଣଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ପୂର୍ବରୁ କେନ୍ଦ୍ରରେ ମନ୍ତ୍ରୀ ଥିବା ସୁଦରଗଡ଼ର ସାଂସଦ ଜୁଏଲ ଓରାମଙ୍କୁ ପୁଣି ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ । ସେ ଜଣେ ଆଦିବାସୀ ଚେହେରା ହୋଇଥିବାବେଳେ ପଶ୍ଚିମ ଓଡିଶାରୁ ଦଳର ସାଂସଦ ଅଛନ୍ତି । ପଶ୍ଚିମ ଓଡିଶାରୁ ଗତ ନିର୍ବାଚନରେ 5 ରୁ 5 ସାଂସଦ ବିଜେପି ଜିତିଥିବା ବେଳେ ଏବେ ସେଠାରୁ ଜଣେ ହେଲେ ବି ମନ୍ତ୍ରୀ ନାହାନ୍ତି । ତେଣୁ ଭୌଗଳିକ ଦୃଷ୍ଟିକୋଣରୁ ଓ ଜୁଏଲଙ୍କ ଅଭିଜ୍ଞାତା ଥିବାରୁ ତାଙ୍କୁ ପୁଣି ମନ୍ତ୍ରୀ ହେବାର ସୁଯୋଗ ମିଳିପାରେ ।
ସେପଟେ ଏଥର ନୂଆ ମୁହଁ ଭାବେ ନିଜ ମନ୍ତ୍ରୀମଣ୍ଡଳରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସ୍ଥାନ ଦେଇ ପାରନ୍ତି । ତେବେ ଅପରାଜିତାଙ୍କୁ ମନ୍ତ୍ରୀପଦ ମିଳିବ କି ନାହିଁ ତାହା ମନ୍ତ୍ରିମଣ୍ଡଳରେ ଖାଲି ହେବାକୁ ଥିବା ଆସନ ସଂଖ୍ୟା ଉପରେ ନିର୍ଭର କରେ ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications