ରାଷ୍ଟ୍ରପତି ମୁର୍ମୁଙ୍କୁ ନେଇ ବିବାଦୀୟ ଟ୍ବିଟ, ପୁଣି ଚର୍ଚ୍ଚାରେ କଂଗ୍ରେସ ନେତା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତା ଦେଲେ ବିବାଦୀୟ ମନ୍ତବ୍ୟ । ବରିଷ୍ଠ କଂଗ୍ରେସ ନେତା ଉଦିତ ରାଜ ରାଷ୍ଟ୍ରପତି ମୁର୍ମୁଙ୍କୁ ନେଇ ଏକ ବିବାଦୀୟ ଟ୍ବିଟ କରିଛନ୍ତି ।

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତା ଦେଲେ ବିବାଦୀୟ ମନ୍ତବ୍ୟ । ବରିଷ୍ଠ କଂଗ୍ରେସ ନେତା ଉଦିତ ରାଜ ରାଷ୍ଟ୍ରପତି ମୁର୍ମୁଙ୍କୁ ନେଇ ଏକ ବିବାଦୀୟ ଟ୍ବିଟ କରିଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି । ସେ ଟ୍ବିଟରେ ଲେଖିଛନ୍ତି, ''କୌଣସି ଦେଶକୁ ଦ୍ରୌପଦୀ ମୁର୍ମୁଙ୍କ ପରି ରାଷ୍ଟ୍ରପତି ନମିଳୁ । ଗୁଜୁରାଟରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ନିଜ ସମ୍ବୋଧନରେ ଦେଶର 70 ପ୍ରତିଶତ ନାଗରିକ ଗୁଜୁରାଟର ଲୁଣ ଖାଉଥିବା ମନ୍ତବ୍ୟକୁ ସେ ନିନ୍ଦା କରି ଏପରି ଟ୍ବିଟ କରିଛନ୍ତି । ରାଷ୍ଟ୍ରପତିଙ୍କ ଏପରି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ।''

udit raj

ତେବେ ଏଭଳି ଟ୍ବିଟ ଦେଖିବା ପରେ ବିଜେପି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ବିଜେପି ପ୍ରବକ୍ତା ସେହଜାଦ ପୁନାଓ୍ବାଲା ଏପରି ମନ୍ତବ୍ୟକୁ ଘୋର ନିନ୍ଦା କରିଛନ୍ତି । ଏହା ପୂର୍ବରୁ ମଧ୍ୟ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ସଂସଦରେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହି ବିବାଦକୁ ଆସିଥିଲେ। ପରେ ସେ ଏପରି ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ ଉଦ୍ଦେଶ୍ୟମୂଳକ ନୁହେଁ ବରଂ ଭୁଲବଶତଃ ତାଙ୍କ ପାଟିରୁ ବାହାରି ଯାଇଥିବା କହି ସଫେଇ ଦେଇଥିଲେ । ଆବଶ୍ୟକ ପଡିଲେ ସେ ରାଷ୍ଟ୍ରପତିଙ୍କୁ ଭେଟି ବ୍ୟକ୍ତିଗତ ଭାବେ କ୍ଷମା ପ୍ରାର୍ଥନା ମଧ୍ୟ କରିବା ନେଇ ସୂଚନା ଦେଇଥିଲେ ।

ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯାଇ , ସେଠାରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ କିଛି କାର୍ଯ୍ୟକ୍ରମକୁ ସମ୍ବୋଧିତ ମଧ୍ୟ କରିଥିଲେ । ନିଜ ସମ୍ବୋଧନରେ ଲୁଣ ଉତ୍ପାଦନରେ ଦେଶରେ ସବୁଠୁ ଆଗରେ ଥିବା ଗୁଜୁରାଟ ସମ୍ପର୍କରେ କହିଥିଲେ । ଦେଶର 70 ପ୍ରତିଶତ ଲୋକ ଗୁଜୁରାଟର ଲୁଣ ଖାଆନ୍ତି । ଏହାପରେ କଂଗ୍ରେସ ନେତା ଉଦିତ ରାଜ ଏପରି ବିବାଦୀୟ ଟ୍ବିଟ କରି ବର୍ତ୍ତମାନ ଚର୍ଚ୍ଚିତ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+