ବାଚସ୍ପତିଙ୍କ ପରେ ମନ୍ତ୍ରୀଙ୍କ ଇସ୍ତଫା ଧାଡ଼ି: ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା
ଭୁବନେଶ୍ୱର:ମନ୍ତ୍ରୀମଣ୍ତଳରୁ ଇସ୍ତଫା ଦେଲେ ୨ ରାଷ୍ଟ୍ରମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦେଲେ ଇସ୍ତଫା । ବାଚସ୍ପତିଙ୍କ ପରେ ଦୁଇ ମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ରାଜ୍ୟରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ଆଜି ପ୍ରଥମେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ପରେ ମନ୍ତ୍ରୀମଣ୍ତଳର ବରିଷ୍ଠ ସଦସ୍ୟ ତଥା ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ଇସ୍ତଫା ଦେଇଥିଲେ । ଏହି ଦୁଇ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟମନ୍ତ୍ରୀ ମଣ୍ତଳରେ ବଡ଼ ଧରଣର ଅଦଳ ବଦଳ ହୋଇପାରେ ବୋଲି ଚର୍ଚ୍ଚା ଜୋରଧରିଛି । ସାଙ୍ଗଠନିକ କାର୍ଯ୍ୟ ପାଇଁ ଇସ୍ତଫା ଦେଇଥିବା କହିଛନ୍ତି ଉଭୟ ନେତା ।
୨୦୨୪ ନିର୍ବାଚନ ପର୍ବରୁ ରାଜ୍ୟ ମନ୍ତ୍ରୀ ମଣ୍ତଳରେ ବଡ଼ ଧରଣର ଅଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପରିକି ବାତସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି ।












Click it and Unblock the Notifications