ଶପଥ ପୂର୍ବରୁ ଗଣେଶଙ୍କୁ ପୂଜା କଲେ ଟୁକୁନି ସାହୁ
ନବୀନଙ୍କ ନୂଆ ଟିମର ଶପଥପାଠ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି। ଶପଥ ଗ୍ରହଣ ପୂର୍ବରୁ ବାବା ଗଣପତିଙ୍କୁ ଆରାଧନା କଲେ ଟିଟଲାଗଡର ବିଧାୟିକା ଟୁକୁନି ସାହୁ । ତେବେ ନବୀନଙ୍କ ଟିମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ ଭଲ ପ୍ରଦର୍ଶନ ବିଶ୍ୱାସ ଜିଣିଥିବାରୁ ତାଙ୍କୁ ଏହ
ଭୁବନେଶ୍ବର: ନବୀନଙ୍କ ନୂଆ ଟିମର ଶପଥପାଠ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି। ଶପଥ ଗ୍ରହଣ ପୂର୍ବରୁ ବାବା ଗଣପତିଙ୍କୁ ଆରାଧନା କଲେ ଟିଟଲାଗଡର ବିଧାୟିକା ଟୁକୁନି ସାହୁ । ତେବେ ନବୀନଙ୍କ ଟିମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ ଭଲ ପ୍ରଦର୍ଶନ ବିଶ୍ୱାସ ଜିଣିଥିବାରୁ ତାଙ୍କୁ ଏହି ପଦ ପାଇଁ ମନୋନିତ କରାଯାଇଛି ।

ଶପଥ ଗ୍ରହଣ ପୂର୍ବରୁ ସେ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣି ଥରେ ବିଶ୍ୱାସ କରିଥିବାରୁ ତାଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ମହିଳାମାନଙ୍କୁ ନେଇ ତାଙ୍କର ଦୂରଦୃଷ୍ଟିକୁ ସଫଳ କରିବାକୁ ଚେଷ୍ଟା କରିବି । ବିଜୁ ଜନତା ଦଳ ଗୋଟେ ଶୃଙ୍ଖଳିତ ଦଳ । ପ୍ରତ୍ୟେକ କର୍ମୀ ଲୋକଙ୍କ ସେବାରେ ଲାଗିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଯାହା ଦାୟିତ୍ୱ ଦେବେ ମୁଁ ତାକୁ ସୂଚାରୁରୂପେ ତୁଲାଇବି । କ୍ୟାବିନେଟ୍ ପାହ୍ୟା ମୋ ପାଇଁ ବଡ ଜିନିଷ ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋ ପାଇଁ ବଡ, ତାଙ୍କ ଭରସା ମୋ ପାଇଁ ବଡ ବୋଲି କହିଛନ୍ତି ଟୁକୁନି ସାହୁ ।












Click it and Unblock the Notifications