ସକାଳ ୯ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ ଭୋଟିଂ, ୧୬.୬୫% ମତଦାନ ରେକର୍ଡ

Lok Sabha Election 2024: ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଆଜି ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଲୋକସଭା ଆସନ ପାଇଁ ଭୋଟିଂ ହେଉଛି । ଆସାମ, ବିହାର, ଛତିଶଗଡ଼, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଜମ୍ମୁ-କଶ୍ମୀରରେ ମତଦାନ ହେଉଛି ।

Lok Sabha Election 2024

ତେବେ ଆଜି ହେବିୱେଟଙ୍କର ହେବ ଭାଗ୍ୟ ପରୀକ୍ଷା । କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ଶଶି ଥରୁର୍, ଅରୁଣ ଗୋବିଲ ପ୍ରମୁଖ ପ୍ରାର୍ଥୀ ରହିଛନ୍ତି । ସେହିପରି ବିଜେପିର ହେମାମାଳିନୀ, ଓମ୍ ବିର୍ଲା, ଗଜେନ୍ଦ୍ରସିଂ ଶେଖାୱତ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ତୃତୀୟ ଥର ପାଇଁ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ତ୍ରିପୁରାରେ ସର୍ବାଧିକ 16.65% ମତଦାନ

ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ମତଦାନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସକାଳ 9ଟା ପର୍ଯ୍ୟନ୍ତ ମହାରାଷ୍ଟ୍ର 7.45% ସହିତ ସର୍ବନିମ୍ନ ରେକର୍ଡ କରାଯାଇଛି ସେହିପରି ତ୍ରିପୁରାରେ ସର୍ବାଧିକ 16.65% ଭୋଟ୍ ରେକର୍ଡ କରାଯାଇଛି ।

ଲୋକସଭା ନିର୍ବାଚନ ମୋଟ ୭ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଲୋକସଭା ଆସନ ପାଇଁ ମତଦାନ ହୋଇସାରିଛି । ଏଥିରେ ୬୫.୫ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା ।

ସୂଚନାଥାଉ ଯେ, କର୍ଣ୍ଣାଟକ ବେଙ୍ଗାଲୁରୁ ଆସନରୁ ବିଜେପିରୁ ତେଜସ୍ୱୀ ସୂର୍ଯ୍ୟା, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ମଧ୍ୟପ୍ରଦେଶ ଟିକମଗଡ ଆସନରୁ ବିଜେପିର ବିରେନ୍ଦ୍ର କୁମାର ଖଟିକ, କେରଳର ଅଲ୍ଲାପୁଝାରୁ କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ ସେମାନଙ୍କର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+