Tripura Election 2023: ଅଧିକ ସଂଖ୍ୟାରେ ଭୋଟ୍ ଦେଇ ଗଣତନ୍ତ୍ରରର ପର୍ବକୁ ମଜବୁତ କରନ୍ତୁ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି, ମୁଁ ତ୍ରିପୁରାରବାସୀଙ୍କୁ ଅନୁରୋଧ କରୁଛି ଯେ, ଅଧିକ ସଂଖ୍ୟାରେ ଭୋଟ୍ ଦେଇ ଗଣତନ୍ତ୍ରର ପର୍ବକୁ ଦୃଢ କରନ୍ତୁ '। ବିଶେଷ କରି ଯୁବକମାନଙ୍କୁ ଭୋଟ ଦେବା ପାଇଁ ସେ ଆୱାନ ଦେଇଛନ୍ତି ।

Tripura Election : ଆଜି ତ୍ରିପୁରା ବିଧାନସଭା ନିର୍ବାଚନ । ୬୦ଟି ଆସନ ପାଇଁ ଭୋଟ ଦେଉଛନ୍ତି ତ୍ରିପୁରାବାସୀ । ଏହାର ଫଳାଫଳ ୨ ମାର୍ଚ୍ଚ ୨୦୨୩ରେ ଆସିବ । ସକାଳ ୭ଟାରୁ ଲମ୍ବା ଧାଡିରେ ଠିଆ ହୋଇ ଭୋଟ ଦେଉଛନ୍ତି ତ୍ରିପୁରାବାସୀ । ଅପରାହ୍ନ ୪ଟା ଯାଏଁ ଜାରି ରହିବ ମତଦାନ । ଆଜି ୨୮ଲକ୍ଷରୁ ଅଧିକ ଲୋକ ନିଜ ନେତା ବାଛିବେ । ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ତ୍ରିପୁରାବାସୀଙ୍କୁ ନିବେଦନ କରିଛନ୍ତି ଯେ,ଅଧିକ ସଂଖ୍ୟାରେ ଭୋଟ୍ ଦେଇ ଗଣତନ୍ତ୍ରର ପର୍ବକୁ ମଜବୁତ କରନ୍ତୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି, ମୁଁ ତ୍ରିପୁରାବାସୀଙ୍କୁ ଅନୁରୋଧ କରୁଛି ଯେ, ଅଧିକ ସଂଖ୍ୟାରେ ଭୋଟ୍ ଦେଇ ଗଣତନ୍ତ୍ରର ପର୍ବକୁ ଦୃଢ କରନ୍ତୁ '। ବିଶେଷ କରି ଯୁବକମାନଙ୍କୁ ଭୋଟ ଦେବା ପାଇଁ ସେ ଆହ୍ୱାନ କରିଛନ୍ତି ।
ତ୍ରିପୁରାରେ ମୋଟ ସଂଖ୍ୟା ଭୋଟର ୨୮,୧୪,୫୮୪
ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ତ୍ରିପୁରାରେ ମୋଟ ୨୮,୧୪,୫୮୪ ଭୋଟର ଅଛନ୍ତି, ସେମାନଙ୍କ ମଧ୍ୟରେ ୧୩,୯୯,୨୮୯ ଲକ୍ଷ ମହିଳା ଏବଂ ୧୪,୧୫,୨୩୩ ପୁରୁଷ ଅଛନ୍ତି , ଯେଉଁମାନେ ଆଜି ୨୫୯ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ । ଏହି ଭୋଟରଙ୍କ ମଧ୍ୟରେ ୧୮-୧୯ ବର୍ଷ ବୟସର ୯୪,୮୧୫ ଭୋଟର, ୨୨-୨୯ ବର୍ଷ ବୟସର ୬,୨୧,୫୯୫ ଭୋଟର, ୩୦-୩୯ ବର୍ଷ ବୟସର ୭,୧୪,୮୬୬ ଭୋଟର ଏବଂ ୫,୩୮,୩୧୦ ୪୦-୫୯ ବର୍ଷର ବୟସର ଭୋଟର ଅଛନ୍ତି ।
ବିଜେପି ୫୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି
ତ୍ରିପୁରାରେ ବିଜେପି ୫୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଏହାର ଆଇପିଏଫଟି ୫ଟି ଆସନରୁ । ସିପିଆଇ ୪୭ଟି ସିଟ୍ ଏବଂ ଏହାର ସହଯୋଗୀ ପାର୍ଟୀ କଂଗ୍ରେସ ୧୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଟିପରା ମୋଥା ୪୨ଟି ଆସନରୁ ପ୍ରତିଦ୍ୱନ୍ଦିତା କରୁଛି ।
ସକାଳ ୯ଟା ପର୍ଯ୍ୟନ୍ତ ୧୩.୯୬ପ୍ରତିଶତ ମତଦାନ ହୋଇଛି
ଭୋଟର ଟର୍ନଆଉଟ୍ ଆପ୍ ଅନୁଯାୟୀ, ତ୍ରିପୁରା ବିଧାନସଭା ନିର୍ବାଚନରେ ସକାଳ ୯ଟା ପର୍ଯ୍ୟନ୍ତ ପ୍ରାୟ ୧୩.୯୬ପ୍ରତିଶତ ମତଦାନ ହୋଇଥିଲା ।












Click it and Unblock the Notifications