ଆଜି ତ୍ରିପୁରାରେ ବିଧାନସଭା ନିର୍ବାଚନ: ୬୦ ଆସନ ପାଇଁ ଚାଲିଛି ମତଦାନ
ଆଜି ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଉଛି ତ୍ରିପୁରା । ମୋଟ୍ ୬୦ ଆସନ ପାଇଁ ଚାଲିଛି ମତଦାନ । ୩ ହଜାର ୩୨୮ କେନ୍ଦ୍ରରେ ଭୋଟିଂ ଆରମ୍ଭ ହୋଇଛି ।

Tripura Election :ଆଜି ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଉଛି ତ୍ରିପୁରା । ମୋଟ୍ ୬୦ ଆସନ ପାଇଁ ଚାଲିଛି ମତଦାନ । ୩.୩୩୭ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଚାଲିଛି ଭୋଟିଂ । ଯେଉଁଥିରୁ ୧୧୦୦ ବୁଥକୁ ସମ୍ବେଦନଶୀଳ ଏହଂ ୨୮ କେନ୍ଦ୍ରକୁ ଅତି ସମ୍ବେଦନଶୀଳ ଘୋଷଣା କରାଯାଇଛି । ମତଦାନ ପାଇଁ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ଆଜି ୨୫୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୮ ଲକ୍ଷରୁ ଅଧିକ ଭୋଟର ।
ଚଳିତ ବର୍ଷ ବିଜେପି, କଂଗ୍ରେସ, ବାମ ଦଳ ମେଣ୍ଟ ସହ ଆଞ୍ଚଳିକ ଦଳ ଟପରା ମୋଥା ମଧ୍ୟରେ ହେଉଛି କଡା ଟକ୍କର । ମୋଟ୍ ୬୦ ଆସନରୁ ବିଜେପି ପ୍ରାର୍ଥୀ ୫୫ଟି ଆସନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜେପି ସହ ମେଣ୍ଟରେ ଥିବା ଆଇପିଏଫଟି ୫ଟି ଆସନରୁ ପ୍ରତିଦ୍ୱନ୍ଦିତା କରୁଛି । ସେହିପରି କଂଗ୍ରେସ ୧୩ଟି ଆସନରୁ, ମେଣ୍ଟରେ ଥିବା ସିପିଆଇ, ଆପଏସପି ୪୭ଟି ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଟିପରା ମୋଥା ୪୨ଟି ଆସନରେ ଲଢୁଛି । ମାର୍ଚ୍ଚ ୨ ତାରିଖରେ ଭୋଟ୍ ଗଣତି ହେବା ସହ ଫଳାଫଳ ଘୋଷଣା କରାଯିବ ।
ନିର୍ବାଚନ ପ୍ରଚାର ସମୟରେ ବିଜେପି ଗତ ପାଞ୍ଚ ବର୍ଷ ମଧ୍ୟରେ ଉତ୍ତର-ପୂର୍ବ ରାଜ୍ୟରେ ହୋଇଥିବା ବିକାଶ ଉପରେ ଆଲୋକପାତ କରିଥିବାବେଳେ ବାମପନ୍ଥୀ ଏବଂ କଂଗ୍ରେସ ବିଜେପି-ଆଇପିଏଫଟି ସରକାରଙ୍କ 'ଭୁଲ୍' ଉପରେ ଗୁରୁତ୍ୱାରୋପ କରିଥିଲେ ।












Click it and Unblock the Notifications