୧୨ ଓ ୧୩ରେ ବିଜେପି ସାଂସଦ ଓ ବିଧାୟକଙ୍କ ପାଇଁ ପ୍ରଶିକ୍ଷଣ ଶିବିର

ସାଂସଦ ଓ ବିଧାୟକଙ୍କ ପାଇଁ ପ୍ରଶିକ୍ଷଣ ଶିବିର । ଆସନ୍ତା ୧୨ ଓ ୧୩ତାରିଖରେ ପୁରୀ ମେରାଇନ୍ ଡ୍ରାଇଭ୍ ରୋଡ୍‌ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ୨୦ଜଣ ଲୋକସଭା ସାଂସଦ, ୭୮ଜଣ ବିଜେପି ବିଧାୟକ, ୩ଜଣ ସ୍ବାଧୀନ ବିଧାୟକ, ଦଳର ରାଜ୍ୟ ସଭାପତିଙ୍କ ଠାରୁ ଆରମ୍ଭ କରି ସାଧାରଣ ସମ୍ପାଦକ (ସଂଗଠନ) ଏବଂ ସମସ୍ତ ପଦାଧିକାରୀ ଯୋଗଦେବେ।

ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଉଦ୍‌ଘାଟନ କରିବେ। ଏହାପରେ ଏଥିରେ ଦଳର ଜାତୀୟ ସ୍ତରର କେତେକ ସଂଗଠକ, କୋର୍‌ କମିଟି ସଦସ୍ୟ ଏବଂ କେନ୍ଦ୍ର ମନ୍ତ୍ରୀ ଯୋଗଦେଇ ସାଂସଦ ଓ ବିଧାୟକଙ୍କୁ ତାଲିମ ଦେବେ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଦ୍ବିତୀୟ ଥର ପାଇଁ ପ୍ରଶିକ୍ଷଣ ଶିବିର ।

Training camp for BJP MPs and MLAs

ଏହି ବୈଠକ ଯେପରି ସୂଚାରୁ ରୂପେ ଆୟୋଜନ ହେବ ସେଥିପାଇଁ ଆଜି ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗଦେଇ ଆଲୋଚନା କରିଛନ୍ତି।

୧୨ରୁ ପୁରୀରେ ଦୁଇଦିନିଆ ଶିବିର
ସଂଗଠନ ଓ ସରକାର ମଧ୍ୟରେ ସମନ୍ବୟ ପାଇଁ ତାଲିମ

ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ପ୍ରତିବର୍ଷ ପରି ଚଳିତଥର ମଧ୍ୟ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ ହେଉଛି। ହେଲେ ଏବେ ରାଜ୍ୟରେ ବିଜେପି ସରକାର ଥିବାରୁ ଏହି ଶିବିରର ଗୁରୁତ୍ବ ବଢ଼ିଛି। ସାଂସଦ ଓ ବିଧାୟକମାନେ କିପରି ସରକାର ଓ ସଂଗଠନ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବେ, ବୁଥ୍‌ ସ୍ତରରେ ସଂଗଠନକୁ ମଜଭୁତ୍ କରିବାକୁ କର୍ମୀମାନଙ୍କୁ କିପରି ଉତ୍ସାହିତ କରିବେ, ସଂସଦ ଓ ବିଧାନସଭାରେ କିପରି ପ୍ରଭାବଶାଳୀ ଢଙ୍ଗରେ ଆଲୋଚନା କରିବେ, ଭାଷଣ ଭଲ ଦେବେ ସେନେଇ ତାଲିମ ଦିଆଯିବ। ସେହିପରି ଆଜିର ବୈଠକରେ ଜେପି ନଡ୍ଡାଙ୍କ ଆଗାମୀ ଓଡ଼ିଶା ଗସ୍ତ, ଆୟୁଷ୍ମାନ ଭାରତ ଯୋଜନାର ଲୋକାର୍ପଣ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+