Get Updates
Get notified of breaking news, exclusive insights, and must-see stories!

Champua Election 2024: ବିଗିଡ଼ିଯିବ ଚମ୍ପୁଆ ଅଙ୍କ!


Champua Election 2024: ରାଜ୍ୟ ରାଜନୀତିର ଏକ ପ୍ରମୁଖ ଆସନ କେନ୍ଦୁଝର ଲୋକସଭାର ଚମ୍ପୁଆ ବିଧାନସଭା ଆସନ । ଖଣି ଖାଦାନରେ ଭରା ଏହି ଅଞ୍ଚଳର ରାଜ୍ୟ ରାଜନୀତିରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଠାକାର ଭୋଟର ରାଜନୈତିକ ଦଳ ଅପେକ୍ଷା ସ୍ୱାଧୀନ ପ୍ରାର୍ଥୀଙ୍କ ଉପରେ ବେଶୀ ଭରସା କରୁଥିବା ଗତ କିଛି ନିର୍ବାଚନରୁ ଲକ୍ଷ୍ୟ କରାଯାଇଛି ।

ଚଳିତ ନିର୍ବାଚନରେ ଚମ୍ପୁଆରେ ଜୋରଦାର ହେବ ଟକ୍କର । ତିନି ପ୍ରମୁଖ ଦଳ ପକ୍ଷରୁ ପୁରୁଖା ଓ ଅଭିଜ୍ଞ ନେତା ପ୍ରାର୍ଥୀ ହୋଇଛନ୍ତି । ବିଜେଡି ଏଠାକାର ଟାଣୁଆ ନେତା ସନାତନ ମହାକୁଡ ପ୍ରାର୍ଥୀ କରିଛି । ବିଜେପିରୁ ମୁରଲୀ ମନୋହର ଶର୍ମା ଓ କଂଗ୍ରେସରୁ ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ ମଇଦାନକୁ ଓହ୍ଲାଇଛନ୍ତି ।

election 2024

ଗତଥର ପ୍ରାର୍ଥୀ ଦେଇ କିଙ୍କ୍ ମେକର ହୋଇଥିବା ସନାତନ ଏଥର ନିଜେ ମୈଦାନରେ । ଗତଥର ସନାଙ୍କ ସମର୍ଥନରେ ଚମ୍ପୁଆରୁ ବିଧାୟିକା ହୋଇଥିଲେ ମୀନାକ୍ଷୀ ମହନ୍ତ । ଏଥର ନିଜେ ପ୍ରାର୍ଥୀ ହୋଇଛନ୍ତି । ସ୍ବାଧୀନ ପ୍ରାର୍ଥୀ ଭାବେ 2014 ରେ ଚମ୍ପୁଆରୁ ଜିତିଥିବା ସନା ମହାକୁଡଙ୍କର ସଂଗଠନ ସାଙ୍ଗକୁ ନିଜସ୍ୱ ଭୋଟ୍ ବ୍ୟାଙ୍କ ରହିଛି । ବିଭିନ୍ନ ସମୟରେ ଲୋକଙ୍କୁ ଆର୍ଥିକ ସାହାଯ୍ୟ କରିଥିବାରୁ ସନାତନଙ୍କ ପ୍ରତି ସମର୍ଥନ ବି ରହିଛି । କେବଳ ଚମ୍ପୁଆ ନୁହେଁ ପୂରା କେନ୍ଦୁଝରରେ ସନାଙ୍କର ଭଲ ପ୍ରଭାବ ରହିଛି । ଏପରିକି ତାଙ୍କ ପ୍ରଭାବ ଲୋକସଭା ଭୋଟ୍ ଉପରେ ବି ପଡ଼ିପାରେ ।

ସେପଟେ ସନାଙ୍କ ପାଇଁ ଲଢେଇ ସହଜ କରିବାକୁ ଦେବେନି କଂଗ୍ରେସରୁ ପ୍ରାର୍ଥୀ । ପୂର୍ବତନ ସାଂସଦ ଯଶୋବନ୍ତ ଲାଗୁରୀ କଂଗ୍ରସରୁ ଫିଲ୍ଡିଂ କରୁଛନ୍ତି । ଯଶୋବନ୍ତଙ୍କ ପତ୍ନୀ ଶକୁନ୍ତଳା ଲାଗୁରୀ ସାଂସଦ ରହିଥିବା ବେଳେ ବାପା ଧନୁର୍ଜୟ ଲାଗୁରୀ ବିଧାୟକ ରହିଥିଲେ । ଉଭୟ ଯଶୋବନ୍ତ ଓ ଶକୁନ୍ତଳା ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ରାଜନୈତିକ ପରିବାର ଭାବେ ଯଶୋବନ୍ତଙ୍କର ଚମ୍ପୁଆ ନିର୍ବାଚନମଣ୍ଡଳୀରେ ଭଲ ସଂଗଠନ ରହିଛି । ଚମ୍ପୁଆ ବ୍ଲକ ଓ ଏନଏସିରେ ତାଙ୍କର ନିଜସ୍ବ ଭୋଟବ୍ୟାଙ୍କ ରହିଛି । ତେଣୁ ସନାଙ୍କ ସମୀକରଣ ବିଗାଡିପାରନ୍ତି ଯଶୋବନ୍ତ ଲାଗୁରୀ ।

ଅପରପକ୍ଷରେ 2019 ରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ମୁରଲୀ ମନୋହର ଶର୍ମାଙ୍କୁ ଏଥର ପୁଣି ରିପିଟ୍ କରିଛି ଦଳ । ଗତଥର 63 ହଜାରରୁ ଅଧିକ ଭୋଟ୍ ପାଇବା ସହ ବିଜେପି ଭୋଟ୍ ପର୍ସେଣ୍ଟେଜ୍ 30ପ୍ରତିଶତ ବଢାଇଥିଲେ । ଚମ୍ପୁଆ ଅଞ୍ଚଳରେ ମୁରଲୀଙ୍କର ଭଲ ସଂଗଠନ ରହିଛି । ଏହାସହ ମୋଦି ହାଓ୍ବା ତାଙ୍କ ସପକ୍ଷରେ ଯାଇପାରେ । ସନାଙ୍କୁ କଡା ଟକ୍କର ଦେଇପାରନ୍ତି ମୁରଲୀ ।

ଖଣିଜ ସଂପଦରେ ଭରପୂର ଚମ୍ପୁଆ ବିଧାନସଭା ଆସନରେ ଖଣି ଅର୍ଥର ରହିଛି ପ୍ରମୁଖ ଭୂମିକା । ଚମ୍ପୁଆରେ ଗତ 5 ଟି ନିର୍ବାଚନ ମଧ୍ୟରୁ 3ଟି ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ତେଣୁ ଏଥର କାହାକୁ ଭରସା କରିବ ଚମ୍ପୁଆ, ତାହା ଦେଖିବା ବାକି ରହିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+