ଆସନ୍ତାକାଲି ମେଘାଳୟ ଏବଂ ନାଗାଲାଣ୍ଡରେ ନିର୍ବାଚନ, ସିଲ୍ ହେଲା ନାଗାଲାଣ୍ଡ ସୀମା
ଆସନ୍ତା କାଲି ଅର୍ଥାତ୍ ଫେବୃଆରୀ ୨୭ରେ ମେଘାଳୟ ଏବଂ ନାଗାଲାଣ୍ଡରେ ମତଦାନ ଅନୁଷ୍ଠିତ ହେବ । ଯେଉଁଥିପାଇଁ ଗତକାଲିଠୁ ଅର୍ଥାତ୍ ଶନିବାରଠୁ ବନ୍ଦ ହୋଇଯାଇଛି ପ୍ରଚାର ।

Nagaland-Meghalaya Election: ଆସନ୍ତା କାଲି ଅର୍ଥାତ୍ ଫେବୃଆରୀ ୨୭ରେ ମେଘାଳୟ ଏବଂ ନାଗାଲାଣ୍ଡରେ ମତଦାନ ଅନୁଷ୍ଠିତ ହେବ । ଯେଉଁଥିପାଇଁ ଗତକାଲିଠୁ ଅର୍ଥାତ୍ ଶନିବାରଠୁ ବନ୍ଦ ହୋଇଯାଇଛି ପ୍ରଚାର । ମେଘାଳୟ ବିଧାନସଭାରେ ୫୯ଟି ଆସନ ପାଇଁ ଭୋଟ୍ ହେବା ପାଇଁ ଥିବାବେଳେ ନାଗାଲାଣ୍ଡର ୧୬ଟି ଜିଲ୍ଲାର ୬୦ଟି ବିଧାନସଭା ଆସନ ମଧ୍ୟରୁ ୫୯ ଟିରେ ଭୋଟ୍ ଗ୍ରହଣ କରାଯିବ । ମାର୍ଚ୍ଚ ୨ ରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ ।
ମେଘାଳୟ
ମେଘାଳୟ ନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଏଫ.ଆର ଖାର୍କୋଙ୍ଗୋର କହିଛନ୍ତି, ଶୃଙ୍ଖଳାର ସହିତ ନିର୍ବାଚନ ପ୍ରଚାର ସମାପ୍ତ ହୋଇଛି । ଫେବୃଆରୀ ୨୭ରେ ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମୋଟ୍ ୩,୪୧୯ ମତଦାନ କେନ୍ଦ୍ରରେ ଭୋଟିଂ ଦିଆଯିବାର ବ୍ୟବସ୍ତା କରାଯାଇଛି । ଯେଉଁଥିରୁ ୬୪୦ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି ।
୩୨୩ ମତଦାନ କେନ୍ଦ୍ର ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ୮୪ ମତଦାନ କେନ୍ଦ୍ର ଅଧିକ ବିପଦପୂର୍ଣ୍ଣ ବୋଲି ଚିହ୍ନଟ କରାଯାଇଛି ।
ଶାସକ ନ୍ୟାସନାଲ ପିପୁଲ୍ସ ପାର୍ଟି କ୍ଷମତାକୁ ଫେରିବାକୁ ଚେଷ୍ଟା କରୁଛି। ପାହାଡ଼ିଆ ଅଞ୍ଚଳରେ ଭିତ୍ତିଭୂମି ବିକାଶର ଅଭାବ ଏଥର ଏକ ପ୍ରମୁଖ ନିର୍ବାଚନ ପ୍ରସଙ୍ଗ । ଖାସି ପାହାଡରେ ବେଆଇନ କୋଇଲା ଖନନ ମାମଲା ଚଳିତ ବର୍ଷର ନିର୍ବାଚନ ଫଳାଫଳକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ଆଶା କରାଯାଉଛି ।
ମେଘାଳୟ ବିଜେପି ମୁଖ୍ୟ ଅର୍ନିଷ୍ଟ ମାୱରୀ କହିଛନ୍ତି ଯେ, ରାଜ୍ୟରେ ଖ୍ରୀଷ୍ଟିଆନ ଲୋକଙ୍କ ସଂଖ୍ୟା ଅଧିକ। ଯଦି ଦଳ ନିର୍ବାଚନରେ ଜିତେ ତେବେ ରାଜ୍ୟରେ ଖ୍ରୀଷ୍ଟିଆନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବ । ଗୋମାଂସ ଖାଇବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ସେ କହିଛନ୍ତି ।
ନାଗାଲାଣ୍ଡ
ଫେବୃଆରୀ ୨୭ ଅର୍ଥାତ୍ ଆସନ୍ତାକାଲି ନାଗାଲାଣ୍ଡରେ ମଧ୍ୟ ବିଧାନସଭା ନିର୍ବାଚନ ପାଇଁ ଅନୁଷ୍ଠିତ ହେବା ପାଇଁ ଯାଉଛି । ସୋମବାର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୧୬ଟି ଜିଲ୍ଲାର ୬୦ଟି ବିଧାନସଭା ଆସନ ମଧ୍ୟରୁ ୫୯ଟି ଆସନରେ ଭୋଟିଂ ଅନୁଷ୍ଠିତ ହେବ । ନାଗାଲାଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀ ଭି ଶଶାଙ୍କ ଶେଖରଙ୍କ ସୂଚନା ଅନୁସାରେ, ୫୯ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୩୧୫ ମତଦାନ କେନ୍ଦ୍ରରେ ମତଦାନ କରାଯିବ । ପ୍ରାୟ ୧୩ ଲକ୍ଷ ଭୋଟର, ୬.୫୫.୧୪୪ ମହିଳାଙ୍କ ସମେତ ଚାରିଜଣ ମହିଳା ପ୍ରାର୍ଥୀଙ୍କ ସମେତ ୧୮୩ ପ୍ରାର୍ଥୀଙ୍କ ନିର୍ବାଚନ ଭାଗ୍ୟ ନିର୍ଣ୍ଣୟ କରିବେ । ନିର୍ବାଚନ ପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ନାଗାଲାଣ୍ତର ସୀମା ସିଲ୍ କରାଯାଇଛି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications