ଶେଷ ଦିନରେ ଧାମନଗର ଉପନିର୍ବାଚନ ପ୍ରଚାର, ବିଜେଡି ପାଇଁ ବର୍ଷାଙ୍କ ହାଇଭୋଲଟେଜ କ୍ୟାମ୍ପେନ
ଆଜି ଶେଷ ହେଉଛି ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର । ହାଇଭୋଲଟେଜ୍ କ୍ୟାମ୍ପେନରେ କମ୍ପୁଛି ଧାମନଗର ମୈଦାନ । ପ୍ରଚାର ପାଇଁ ମୈଦାନରେ ବହୁ ହେଭିୱେଟ ।
ଭଦ୍ରକ: ଆଜି ଶେଷ ହେଉଛି ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର । ହାଇଭୋଲଟେଜ୍ କ୍ୟାମ୍ପେନରେ କମ୍ପୁଛି ଧାମନଗର ମୈଦାନ । ପ୍ରଚାର ପାଇଁ ମୈଦାନରେ ବହୁ ହେଭିୱେଟ । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରୁଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ୬ ନମ୍ବର ଜୋନ ଦୋଳ ସାହି ପଞ୍ଚାୟତରେ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ଚାଲିଛି ପ୍ରଚାର ।

ଅବନ୍ତୀ ଦାସଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ବର୍ଷା । ବର୍ଷାଙ୍କ ସହ ଅନେକ ବିଜେଡି ନେତା ସାମିଲ ହୋଇଛନ୍ତି । ସେହିଭଳି ବିଜେଡି ଷ୍ଟାର ପ୍ରଚାରକ ଆକାଶ ଦାସ ନାୟକ ଓ ଅରିନ୍ଦମଙ୍କୁ ପ୍ରଚାର ମୈଦାନର ମଙ୍ଗ ଧରିଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାଙ୍କ ପାଇଁ ପୂରା ଦମ୍ ଲଗାଇଛନ୍ତି ବିଜେଡି ଷ୍ଟାର ପ୍ରଚାରକ । ବିଜେଡି ପାଇଁ ପ୍ରଚାର କରୁଥିବା ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି, ଲୋକଙ୍କ ମନରେ ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ କରୁଛନ୍ତି। ଆଗାମୀ ନିର୍ବାଚନରେ ବି କରିବେ। ଆମ ମୁଖ୍ୟମନ୍ତ୍ରୀ ଅପ୍ରତିଦ୍ୱନ୍ଦ୍ୱୀ, ତେଣୁ ବିଜେଡି ନିହାତି ଜିତିବ ।
ଗତକାଲି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧାମନଗର ବିକାଶ ଦାୟିତ୍ବ ନିଜେ ନେବା ସହ ପଞ୍ଚାୟତ, ପୌର ଭଳି ଏଥର ବି ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦେବାକୁ ଅନୁରୋଧ କରିଛନ୍ତି ନବୀନ । ୫ବର୍ଷର କାମ ୧୮ ମାସରେ ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମିଶନ ଶକ୍ତି ମାଆ ଅବନ୍ତୀ ଦାସଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି ନବୀନ ।
ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । ବିଜେପିର ବିଧାୟକ ମନ୍ତ୍ରୀ ଓ କର୍ମୀ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିଛନ୍ତି । ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ ଓ ସନ୍ତୋଷ ସିଂହ ସାଲୁଜାଙ୍କ ସହ ଅନେକ ନେତା ଦଳୀୟ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ଡୋର ଟୁ ଡୋର୍ କ୍ୟାମ୍ପେନ୍ କରିଛନ୍ତି ।
ଉଲ୍ଲେଖଥାଉ କି, ଆସନ୍ତା ୩ ତାରିଖରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ ଓ ୬ ତାରିଖରେ ହେବ ଗଣତି । ଆଜି ସନ୍ଧ୍ୟା ୫ଟାରେ ସରିବ ନିର୍ବାଚନ ପ୍ରଚାର ।












Click it and Unblock the Notifications