ବିଜେପି ସହ ଅଛନ୍ତି କି ନବୀନ ? ଟିଏମସି ନେତାଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ରାଜନୀତିରେ କାହା ସହ ଅଛନ୍ତି ? ବିଜେପି ସହ ଅଛନ୍ତି କି ନବୀନ ? ନା ବିରୋଧୀଙ୍କ ସହ ? ଜାତୀୟ ରାଜନୀତିରେ ନବୀନଙ୍କ ଆଭିମୁଖ୍ୟ ଏବଂ ବିଜେପି ଓ କଂଗ୍ରେସ ଠାରୁ ସମ-ଦୂରତାର କଥା କହୁଥିବା ବିଜେଡ଼ି ଅନଔପଚାରିକ ଭାବେ ବିଜେପି ସହ ଏକାଠି ଥିବା କହିଛନ୍ତି ଟିଏମସି ନେତା ଡାରେକ ଓବ୍ରାଏନ ।

ଆସନ୍ତା ୨୩ରେ ବିହାର ପାଟଣାରେ ମୋଦି ବିରୋଧୀ ଦଳଗୁଡ଼ିକ ଏକାଠି ହେଉଛନ୍ତି । ତେବେ ବିଜେଡି ପୂର୍ବରୁ ସ୍ପଷ୍ଟ କରିସାରିଛି, ତୃତୀୟ ମେଣ୍ଟ ସହ ଯିବନି ଦଳ । ସମଦୂରତାରେ ରହିବ ବିଜେଡି । କିନ୍ତୁ ତୃଣମୂଳ କଂଗ୍ରେସ ନେତା ଦେଇଥିବାନୂଆ ଥିଓରୀକୁ ନେଇ ଏବେ ଚର୍ଚ୍ଚା ହେଉଛି ।

CM Naveen Patnaik

ଟାଇମ୍ସ ଅଫ ଇଣ୍ଡିଆ କହିଛି, ନବୀନ ପଟ୍ଟନାୟକ ଫାଶୀବାଦ ସହିତ ଅଛନ୍ତି ଏବଂ ଅନୌପଚାରିକ ଭାବେ ବିଜେପି ସହିତ ବିଜେଡି ରହିଛି । ସେହିପରି ହିନ୍ଦି ସମ୍ବାଦପତ୍ର ଅମର ଉଜାଲା ମଧ୍ୟ ଟିଏମସି ନେତା ଡାରେକ ଓବ୍ରାଏନଙ୍କ କଥାକୁ ଉଲ୍ଲେଖ କରିଛି । ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଏବଂ ଦି ପ୍ରିଣ୍ଟ ୱେବସାଇଟରେ ମଧ୍ୟ ସମାନ ଧରଣର ଖବର ପ୍ରକାଶ ପାଇଛି ।

ଟିଏମସିର ରାଜ୍ୟସଭା ସାଂସଦ କହିଛନ୍ତି 'ଦୁଇଜଣ ବ୍ୟକ୍ତି ଫାଶୀବାଦ ଅର୍ଥାତ ଏକଛତ୍ରବାଦର ପକ୍ଷ ନେଉଛନ୍ତି, ସେମାନଙ୍କ ଭିତରୁ ନବୀନ ପଟ୍ଟନାୟକ ଜଣେ । ଯିଏ କି ଅନୌପଚାରିକ ଭାବରେ ବିଜେପି ସହିତ ରହିଛନ୍ତି । ଏହା ତାଙ୍କର ବାଧ୍ୟବାଧ୍ୟକତା । ଆରଏସଏସକୁ ସୁହାଇଲା ଭଲି ତାଙ୍କର ଆଭିମୁଖ୍ୟ । ମଣିପୁରରେ ଭୟାବହ ସ୍ଥିତି କିମ୍ବା ସେଠାରେ ୨୫୦ ଚର୍ଚ୍ଚ ପୋଡି଼ ଦିଆଯିବା ସଂପର୍କରେ ନବୀନ ଚୁପ ରହିଛନ୍ତି ।

ଉଲ୍ଲେଖଥାଉ କି, କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ହେଲେ ଏବେ ଟିଏମ୍‌ସି ଏଭଳି ଅଭିଯୋଗ କରିବା ପଛରେ କଣ ହୋଇଥାଇ ପାରେ କାରଣ ? ବିଜେଡି ମୋଦି ବିରୋଧୀ କ୍ୟାଂପକୁ ଯାଉ ନଥିବାରୁ ଏଭଳି ଅଭିଯୋଗ କରିଛି କି TMC ? ମମତାଙ୍କ ପ୍ରସ୍ତାବରେ ସେତେବେଳେ ରାଜି ହୋଇ ନଥିଲେ କି ନବୀନ ? ଏସବୁ ଚର୍ଚ୍ଚା ଭିତରେ TMCର ଅଭିଯୋଗକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି ।

ସେପଟେ ଗତ ମେ' ୨୭ ତାରିଖରେ ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ଯୋଗ ଦେଇନଥିଲେ ମୁଖ୍ୟମନ୍ତ୍ରୀ । ଏହା ପରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂଆ ସଂସଦ ଭବନର ଉଦଘାଟନ କରାଗଲା, ଏହି କାର୍ଯ୍ୟକ୍ରମରୁ ମଧ୍ୟ ଦୂରେଇ ରହିଲେ ନବୀନ ପଟ୍ଟନାୟକ । ଅନ୍ୟପକ୍ଷରେ ବିଜେପି ଓ ମୋଦୀ ବିରୋଧୀ ଦଳଗୁଡିକ ନୂଆ ସଂସଦ ଭବନ ଉଦଘାଟନକୁ ସଂପୂର୍ଣ୍ଣ ବୈକଟ୍ କରିଥିଲେ । ହେଲେ ବିଜେଡିର ପ୍ରାୟ ସମସ୍ତ ସାଂସଦ ପାର୍ଲାମେଣ୍ଟ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେଲେ । ଅର୍ଥାତ ବିରୋଧୀ ଗୋଷ୍ଠୀରୁ ନିଜକୁ ଦୂରେଇ ରଖିଲେ ନବୀନ ।

ତେବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍ ପ୍ରଶ୍ନ କରିଛନ୍ତି, ଏମିତି କଣ ମଜବୁରୀ ଅଛି ଯେ ବିଜେଡି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଛି ? ଏହା ବିଜେଡିର ଡବଲ ଷ୍ଟାଣ୍ଡାର୍ଡ ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ କଂଗ୍ରେସ TMCର ଅଭିଯୋଗକୁ ସମର୍ଥନ କରିଛି। କହିଛି ସିବିଆଇ, ଇଡି ଭୟରେ ବିଜେଡି ସବୁଥିରେ ବିଜେପିକୁ ସମର୍ଥନ କରୁଛି । ତେବେ ବିଜେପି ଓ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ବିଜେଡି କୌଣସି ଦଳ ସହ ସାମିଲ ନାହିଁ। ଟିଏମ୍ସି ଯାହା ଅଭିଯୋଗ କରିଛି ତାହା ସଂପୂର୍ଣ୍ଣ ମିଛ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+