ଜୟ ନାରାୟଣଙ୍କୁ ଭେଟିଲେ ସୋମାଲିକା: ବିଧାନସଭାରେ ଉଠିବ ବିଧାୟକ ବିଜୟଶଙ୍କରଙ୍କ ପ୍ରସଙ୍ଗ
ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଭେଟିଲେ ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବି । ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବୀ ହେଉଛନ୍ତି ସୋମାଲିକା ଦାଶ । ବିଜୟଶଙ୍କର ଦେଇଥିବା ନିର୍ଯାତନା ନେଇ ଅବଗତ କରାଇଛନ୍ତି ।

ଭୁବନେଶ୍ୱର: ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଭେଟିଲେ ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବି । ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବୀ ହେଉଛନ୍ତି ସୋମାଲିକା ଦାଶ । ବିଜୟଶଙ୍କର ଦେଇଥିବା ନିର୍ଯାତନା ନେଇ ଅବଗତ କରାଇଛନ୍ତି । ବିଧାନସଭାରେ ତାଙ୍କ ପ୍ରସଙ୍ଗ ଉଠାଇବା ପାଇଁ ସେ ବିରୋଧୀ ଦଳ ନେତାଙ୍କୁ ନିବେଦନ କରିଛନ୍ତି । ପୋଲିସ ପ୍ରଶାସନଠାରୁ ନିରାଶ ହୋଇ ସେ ଆଜି ବିରୋଧ ଦଳ ନେତାଙ୍କୁ ଭେଟିଛନ୍ତି ବୋଲି ଜଣାପଡ଼ିଛି ।
ବିଜୟ ଶଙ୍କର ଓ ସୋମାଲକାଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଚାଲିଛି । ସୋମାଲିକା ନିଜକୁ ବିଜୟଶଙ୍କରଙ୍କ ପ୍ରେମିକା ଭାବେ ଦାବି କରିଆସୁଛନ୍ତି । ଏପରିକି ଉଭୟ ବିବାହ କରିବେ ବୋଲି ପ୍ରଥମେ ଚର୍ଚ୍ଚା ହୋଇଥିଲା । ଦୁହିଁଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥାଇ ସୁଦ୍ଧା ସୋମିଲିକାଙ୍କୁ ବିବାହ କରିବାକୁ ଅମଙ୍ଗ ହୋଇଥିଲେ ବିଜୟ ଶଙ୍କର । ଏହାପରେ ଏହି ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଥିଲା ଓ ଏହି ମାମଲା କୋର୍ଟରେ ପହଞ୍ଚିିଥିଲା ।

ବିରୋଧୀଦଳ ନେତାଙ୍କୁ ଭେଟିଲା ପରେ ସୋମାଲି ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସବୁ ପ୍ରମାଣ ସତ୍ତ୍ୱେ ବିଜେଡିର ସଦସ୍ୟ ଥିବାରୁ କାର୍ଯ୍ୟୀନଚଷ୍ଠାନ ହେଉନି । ମୁଁ କେବଳ ପୋଲିସ ଓ କୋର୍ଟରେ ଚକର କାଟୁଛି । ଏତଲା ପଞ୍ଜୀକୃତ ହେବାକୁ ୯ ମାସ ସମୟ ଲାଗିଗଲା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲାକୁ ୨୧ ଦିନ ପୂରିଛି କିନ୍ତୁ କିଛି ହେଉନାହିଁ । ବିଜେଡିର ସମସ୍ତେ କ୍ଲିନ ଥିବାକୁ କାର୍ଯ୍ୟନୁଷ୍ଠାନ ହେଉନି କହି କଟାକ୍ଷ ପ୍ରକାଶ କରିଛନ୍ତି ସୋମାଲିକା ।

ସୋମାଲିକା କହିଛନ୍ତି, ମୋର ୧୬୧, ୧୬୪ରେ ବୟାନ୍ ରେକର୍ଡ କରାଯାଇଛି। ମୋ' ପାଖରେ ଯାହା ପ୍ରମାଣ ଥିଲା, ସବୁ ଦେଇଦେଇଛି। କିନ୍ତୁ ଯିଏ ଦୋଷୀ, ସିଏ ଖୋଲମ୍ଖୋଲା ବୁଲୁଛନ୍ତି। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। କାରଣ ସେମାନଙ୍କ ହାତ ବନ୍ଧା ହୋଇଛି। ପୁଲିସ୍ ପାଖକୁ ଯାହା ଅର୍ଡର ଆସୁଛି, ସେହି ହିସାବରେ ସେମାନେ କାମ କରୁଛନ୍ତି ବୋଲି ସୋମାଲିକା କହିଛନ୍ତି।












Click it and Unblock the Notifications