ବିବାଦରେ ସଂପୃକ୍ତି ଯୋଗୁଁ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେନି ଏମାନେ!
ଶେଷ ହୋଇଛି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ । ସାମିଲ ହୋଇଛନ୍ତି କିଛି ନୂଆ ଚେହେରା । ହେଲେ ବର୍ତ୍ତମାନ ପ୍ରତାପ ଜେନା, ଅରୁଣ ସାହୁ ଏବଂ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀପଦ ନ ମିଳିବାକୁ ନେଇ ଚର୍ଚ୍ଚା।
ଭୁବନେଶ୍ବର : ଶେଷ ହୋଇଛି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ । ସାମିଲ ହୋଇଛନ୍ତି କିଛି ନୂଆ ଚେହେରା । ହେଲେ ବର୍ତ୍ତମାନ ପ୍ରତାପ ଜେନା, ଅରୁଣ ସାହୁ ଏବଂ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀପଦ ନ ମିଳିବାକୁ ନେଇ ଚର୍ଚ୍ଚା। ବିଭିନ୍ନ ବିବାଦରେ ଏମାନେ ସଂପୃକ୍ତ ଥିବା ଯୋଗୁଁ ଏମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନାହିଁ।

ବିବାଦ ଯୋଗୁଁ ଦଳର ଭାବମୂର୍ତ୍ତି ନଷ୍ଟ ହେଉଥିଲା । ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ପ୍ରତାପ ଜେନାଙ୍କୁ ଦାୟୀ କରାଯାଇ ବିରୋଧୀ ଦଳଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା ।

ଏପଟେ ନୟାଗଡ଼ ପରୀ ହତ୍ୟା ମାମଲାରେ ଅରୁଣ ସାହୁଙ୍କ ସଂପୃକ୍ତିକୁ ନେଇ ଅଭିଯୋଗ ହୋଇଥିଲା। ଏସବୁକୁ ବଳି ଯାଇଥିଲା କଳାହାଣ୍ଡି ମମିତା ମୃତ୍ୟୁ ପ୍ରସଙ୍ଗ। ଏଥିପାଇଁ ବିବାଦରେ ଛନ୍ଦି ହୋଇଥିଲେ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। ଏହି ତିନି ଘଟଣାରେ ତତ୍କାଳୀନ ଏହି ତିନି ମନ୍ତ୍ରୀ ଚର୍ଚ୍ଚାକୁ ଆସିଥିଲେ। ସେ ସମୟରେ ବିରୋଧୀଙ୍କ ଆଗରେ ମୁଣ୍ଡ ନୁଆଁଇନଥିଲେ ରାଜ୍ୟ ସରକାର।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ, ବିରୋଧୀଙ୍କ ଚାପରେ ସେ କାହାକୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବେ ନାହିଁ।












Click it and Unblock the Notifications