Get Updates
Get notified of breaking news, exclusive insights, and must-see stories!

ଇଣ୍ଡିଆ ମେଣ୍ଟର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥିଲା, ଏହାକୁ ଭାଙ୍ଗିିଦେବା ଉଚିତ୍: ଓମାର ଅବଦୁଲ୍ଲା

ଲୋକସଭା ନିର୍ବାଚନ ପରେ ବୋଧହୁଏ I.N.D.I.A. ମେଣ୍ଟରେ ଫାଟ ସୃଷ୍ଟି ହୋଇଛି । ବର୍ତ୍ତମାନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ମେଣ୍ଟକୁ ସମାଲୋଚନା କରି କହିଛନ୍ତି, ନିର୍ବାଚନ ପରେ କୌଣସି ବୈଠକ ଅନୁଷ୍ଠିତ ହୋଇ ନାହିଁ ଏପରିକି ମେଣ୍ଟର ନେତୃତ୍ୱ, ଏଜେଣ୍ତା, ଅସ୍ଥିତ୍ୱ ବିଷୟରେ କୌଣସି ସ୍ପଷ୍ଟତା ନାହିଁ । ତେବେ ଯଦି ଲୋକସଭା ନିର୍ବାଚନ 2024ପାଇଁ ଯଦି କେବଳ ଏହି I.N.D.I.A. ମେଣ୍ଟ ଗଠନ କରାଯାଇଥିଲା ତେବେ ବର୍ତ୍ତମାନ ଏହାକୁ ଭାଙ୍ଗି ଦେବା ଉଚିତ୍ ।

ତେବେ ଏହି ବିବାଦ ଦିଲ୍ଲୀ ବିଧାନସଭା ନିର୍ବାଚନରୁ ଆରମ୍ଭ ହୋଇଛି । ପ୍ରଥମେ କଂଗ୍ରେସ ଆପ ପରସ୍ପର ବିରୋଧରେ ଲଢିବାର ଘୋଷଣା କରିଥିଲେ । ସେହିପରି I.N.D.I.A. ମେଣ୍ଟର ଅନ୍ୟ ସହଯୋଗୀ ଦଳ ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ସମର୍ଥନ କରିବାର ନିଷ୍ପତ୍ତି ନେଇଛି ।

I N D I A alliance

ଓମାର ଅବଦୁଲ୍ଲା ଦିଲ୍ଲୀ ମେଣ୍ଟକୁ ନେଇ କହିଛନ୍ତି, ଯେହେତୁ ଆମ ଦଳ ଦିଲ୍ଲୀ ନିର୍ବାଚନରେ ଅଂଶଗ୍ରହଣ କରୁନାହିଁ ।ତେଣୁ ଏହି ପ୍ରସଙ୍ଗରେ ମୋର କିଛି କହିବାର ନାହିଁ । ରାଜ୍ୟରେ ବିଜେପିକୁ କିପରି ହରାଇବାକୁ ପଡିବ ସେ କଥା ଉଭୟ ପାର୍ଟି କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ଏଜେଣ୍ତା ବନାଇ ଉଚିତ । ଇଣ୍ଡିଆ ମେଣ୍ଟର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+