ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ୍: କହିଲେ- ମୋତେ ହତ୍ୟା ପାଇଁ ହୋଇଛି ଷଡ଼ଯନ୍ତ୍ର
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ୍ । କହିଲେ, ମୋତେ ହତ୍ୟା ପାଇଁ ହୋଇଛି ଷଡ଼ଯନ୍ତ୍ର । ଏହି ଷଡ଼ଯନ୍ତ୍ର କରିଛନ୍ତି ଜଣେ ପ୍ରଶାସନିକ ଅଧିକାରୀ। ଯିଏ ଗୋପାଳପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଅଛନ୍ତି ।
ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ୍ । କହିଲେ, ମୋତେ ହତ୍ୟା ପାଇଁ ହୋଇଛି ଷଡ଼ଯନ୍ତ୍ର । ଏହି ଷଡ଼ଯନ୍ତ୍ର କରିଛନ୍ତି ଜଣେ ପ୍ରଶାସନିକ ଅଧିକାରୀ। ଯିଏ ଗୋପାଳପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଅଛନ୍ତି । ତେବେ କିଏ ସେ ଅଫିସ୍ର ସେ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି ।

ସେ କହିଛନ୍ତି ଯେ, ବିଶ୍ୱସ୍ତ ସୂତ୍ର ଓ ଦାୟିତ୍ୱବାନ ତଦନ୍ତକାରୀ ସଂସ୍ଥାଠାରୁ ଖବର ପାଇଛି ଯେ, ଜଣେ ଅଫିସର ଯିଏ କି ନିର୍ବାଚନ ମଣ୍ଡଳୀ ଦେଖୁଛନ୍ତି ସେ କୁଆଡେ କ୍ରିମିନାଲ ହାଏର୍ କରିଛି ତାଙ୍କୁ ରାସ୍ତାରୁ ହଟାଇବାକୁ । ମୋତେ ସିଧାସଳଖ କଲ ଆସିନି କିନ୍ତୁ ଯେଉଁ ଏଜେନ୍ସି ଦ୍ୱାରା ଖବର ଆସିଛି, କିଛି କ୍ରିମିନାଲ ବିଜେଡିର ପଲିଟିକାଲ ଲୋକ ଏଥିପାଇଁ ହାଏର ହୋଇଥିବା କଥା କହିଛନ୍ତି ପ୍ରଦୀପ । ତାଙ୍କ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ରାସ୍ତାରେ ମୁଁ କଣ୍ଟା ହୋଇଥିବାରୁ ସେ ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି।
ଏଥିପାଇଁ ସ୍ୱଚ୍ଛ ନିର୍ମଳ ଥିବା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ପ୍ରଦୀପ । ସେ କହିଛନ୍ତି, ଯେଉଁ ରାଜ୍ୟକୁ ଜଣେ ତଥାକଥିତ ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ନେତୃତ୍ୱ ନେଉଛନ୍ତି, ସେଠାରେ ଏପରି ଘଟଣା ଅତ୍ୟନ୍ତ ସମ୍ୱେଦନଶୀଳ। ଏହି ଘଟଣା ପରେ ମୋତେ ତାଙ୍କ ସ୍ୱଚ୍ଛତା ଉପରେ ସନ୍ଦେହ ସୃଷ୍ଟି ହେଲାଣି। ଏହି ଘଟଣାର ତଦନ୍ତ ହେବା ଆବଶ୍ୟକ। ମୋତେ ଓ ମୋ ସମର୍ଥକଙ୍କୁ ହତ୍ୟା କରିବାକୁ ବିଜେଡି ରାଜନେତାମାନେ ଅପରାଧୀଙ୍କ ଯୋଗାଯୋଗରେ ରହିବା ଘଟଣାର ତଦନ୍ତ ଜରୁରୀ ବୋଲି ବିଧାୟକ କହିଛନ୍ତି।
ଯେଉଁ ରାଜ୍ୟରେ ଆଇନ ବୋଲି ନାହିଁ, ସେ ଜାଗାରେ କାହାକୁ ଭରସା କରି କହିବି । ଅଫିସର ମାନେ ଆମ ସହ କଥା ହୁଅନ୍ତି ନାହିଁ କାରଣ ମୁଖ୍ୟମନ୍ତ୍ରୀଙ୍କ ଅଫିସ ସେମାନଙ୍କୁ ଖରାପ ଭାବେ । ଗଣତାନ୍ତ୍ରିକ ଦେଶରେ ଜିଲ୍ଲାର ଦାୟିତ୍ବରେ ଥିବା ଅଫିସର ମାନେ ଏମଏଲଏଙ୍କ ସହ ଆଲୋଚନା ହେବା କଥା କିନ୍ତୁ କରୁନାହାନ୍ତି । ତେଣୁ ମରିଯିବି ପଛେ କାହାକୁ ଏଥିପାଇଁ ଅନୁରୋଧ କରିବି ନାହିଁ । ଧମକ ହେଉ, ମାରିଦେବେ ତ ମାରି ଦିଅନ୍ତୁ କିନ୍ତୁ ଯଦି କିଛି ଅଘଟଣ ଘଟେ ଏଥିପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ରହିବେ ବୋଲି ପ୍ରଦୀପ କହିଛନ୍ତି ।
ମୋତେ, ମୋ ପରିବାର ଏବଂ ମୋ ୱାର୍କର ଯଦି କାହାର ବି କିଛି କ୍ଷତି ହୁଏ ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟର ଗୃହମନ୍ତ୍ରୀ ହିଁ ଦାୟୀ ରହିବେ । ମୁଁ ଏବେ ଏକୁଟିଆ ଆସି ଯାଉଛି, ମାଡ଼ ହେବାକୁ ଥିଲେ ହବ, ମୁଁ ମରିବାର ଅଛି ମରିବି, ଯଦି ବଞ୍ଚିବାର ଅଛି ଡରିବି ନାହିଁ ବୋଲି ସେ କହିଛନ୍ତି ।












Click it and Unblock the Notifications