Assembly By Election Result: ପ୍ରକାଶ ପାଇଲା ୬ ରାଜ୍ୟର ୭ଟି ଆସନର ଫଳାଫଳ
Assembly By Election Result: ପ୍ରକାଶ ପାଇଲା ୬ ରାଜ୍ୟର ୭ଟି ଆସନର ଫଳାଫଳ
Assembly By Election Result: ଦେଶର ୬ ଟି ରାଜ୍ୟରେ ୭ଟି ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି । ନଭେମ୍ବର ୨ ରେ ସାତଟି ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା । ବିହାରର ୨ଟି ଏବଂ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣା, ତେଲେଙ୍ଗାନା, ଓଡ଼ିଶାରେ ଗୋଟିଏ ଆସନରେ ମତଦାନ ହୋଇଥିଲା । ବିହାରରେ ମୋକମା ଏବଂ ଗୋପାଳଗଞ୍ଜ ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡେ ଆସନ , ଓଡ଼ିଶାର ଧାମନଗର , ମହାରାଷ୍ଟ୍ରର ଅନ୍ଧେରି ପୂର୍ବ ଆସନ, ଉତ୍ତରପ୍ରଦେଶର ଗୋଲା ଗୋକରନ୍ନାଥ ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ବିହାର ବିଧାନସଭା ଉପନିର୍ବାଚନ
ନୀତୀଶ କୁମାର ତେଜସ୍ୱୀ ଯାଦବଙ୍କ ଆରଜେଡି ସହିତ ଜେଡିୟୁ ମିଳିତ ସରକାର ଗଠନ କରିବା ପରେ ଏହା ପ୍ରଥମ ଉପ-ନିର୍ବାଚନ । ବିହାରରେ ଦୁଇଟି ଆସନରେ ଉପନିର୍ବାଚନ ହୋଇଥିଲା । ଯାହାର ଫଳାଫଳ ଘୋଷଣା ହୋଇସାରିଛି । ମକୋମାରେ ଆରଜେଡି ପ୍ରାର୍ଥୀ ନୀଲମ ଦେବୀ ବିଜେପି ପ୍ରାର୍ଥୀ ସୋନମ ଦେବୀଙ୍କୁ ୧୬ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ନୀଲମ ଦେବୀଙ୍କୁ ୭୩ ହଜାର ୮୯୩ ଭୋଟ ମିଳିଥିବା ବେଳେ ସୋନମ ଦେବୀଙ୍କୁ ୫୭ ହଜାର ୧୪୧ ଭୋଟ ମିଳିଛି । ସେହିପରି ବିହାରରେ ଗୋପାଳଗଞ୍ଜ ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ କୁସୁମ ଦେବୀଙ୍କ ବିଜୟ ଉତ୍ସବ ପାଳନ କରାଯାଉଛି । କୁସୁମ ଦେବୀ କହିଛନ୍ତି, 'ସମଗ୍ର ଗୋପାଳଗଞ୍ଜ ଜିଲ୍ଲା ମୋ ସହ ଅଛି । ସମସ୍ତଙ୍କର ବିଜୟ ହେଉଛି ମୋର ବିଜୟ । ଆମକୁ ଅନେକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ପଡିବ । ତେବେ କୁସୁମଙ୍କୁ ୭୦ ହଜାର ୫୩ ଭୋଟ୍ ମିଳିଥିବା ବେଳେ ରାଜଦ ପ୍ରାର୍ଥୀଙ୍କୁ ୬୮ ହଜାର ୮୭୦ ଖଣ୍ତ ଭୋଟ୍ ମିଳିଥିବା ନେଇ ସୂଚନା ରହିଛି ।
ମହାରାଷ୍ଟ୍ର ବିଧାନସଭା ଉପନିର୍ବାଚନ
ମୁମ୍ବାଇ ଅନ୍ଧେରି ଇଷ୍ଟ ବିଧାନସଭା ନିର୍ବାଚନରେ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀର ପ୍ରାର୍ଥୀ ଋତୁଜା ଲଟକେଙ୍କ ବିଜୟୀ ହୋଇଛନ୍ତି । ଋତୁଜା ମୋଟ୍ ୬୬ ହଜାର ୫୩୦ ଖଣ୍ତ ଭୋଟରେ ଜିତିଛନ୍ତି । ତେବେ ସବୁଠୁ ଖାସ କଥା ହେଲା ନୋଟାରେ ୧୨ ହଜାର ୮୦୬ ଖଣ୍ଡ ଭୋଟ ପଡିଛି ।
ତେଲେଙ୍ଗାନା ବିଧାନସଭା ଉପନିର୍ବାଚନ
ତେଲେଙ୍ଗାନାର ମୁନୁଗୋଡ଼ ବିଧାନସଭାରେ ଦଶମ ରାଉଣ୍ଡ ଗଣନା ଶେଷ କରିବା ପରେ ଟିଆର୍ଏସ୍ ପ୍ରାର୍ଥୀ କୁସୁକୁନ୍ତଲା ପ୍ରଭାକର ରେଡ୍ଡୀ ଆଗୁଆ ଅଛନ୍ତି। ତାଙ୍କୁ ୬୭,୩୬୩ ଭୋଟ୍ ପାଇଛନ୍ତି । ଅନ୍ୟପକ୍ଷରେ, ବିଜେପିର କୋମାଟେରେଡି ରାଜ ଗୋପାଳ ରେଡ୍ଡୀ ୬୨,୯୨୩ ଭୋଟ ପଛରେ ଅଛନ୍ତି । ଏହି ସବୁ ବିଧାନସଭା ଆସନରେ ଉପ ନିର୍ବାଚନ ପାଇଁ ଗତ ତିନି ତାରିଖ ଦିନ ମତଦାନ ହୋଇଥିଲା ।
ହରିୟାଣାର ଆଦମପୁର ଉପନିର୍ବାଚନ
ହରିୟାଣାର ଆଦମପୁର ଆସନରେ ବିଜେପିର ଭବ୍ୟା ବିଷ୍ଣୋଇଙ୍କର ବିଜୟୀ ହୋଇଛନ୍ତି । ସେ ପ୍ରାୟ ୧୬ ହଜାର ଭୋଟରେ ବିଜୟୀ ହୋଇଛନ୍ତି ।
ଉତ୍ତରପ୍ରଦେଶର ଗୋଲା ଗୋକରନ୍ନାଥ ଉପନିର୍ବାଚନ
ଉତ୍ତରପ୍ରଦେଶର ଗୋଲା ଗୋକରନ୍ନାଥ ଆସନରେ ଜେପିର ଅମନ ଗିରି ବିଜୟୀ ହୋଇଛନ୍ତି । ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଓଡ଼ିଶା ଧାମନଗର ଉପନିର୍ବାଚନ
ଧାମନଗର ଉପନିର୍ବାଚନ ଫଳାଫଳରେ ବାଜିମାତ୍ କଲା ବିଜେପି । ବିଜେପି ପ୍ରାର୍ଥୀ ଦିବଂଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ୯୭୪୨ ଭୋଟରେ ହେଲେ ବିଜୟୀ । ସୂର୍ଯ୍ୟବଂଶୀଙ୍କୁ ମିଳିଲା ୮୦,୦୯୦ ଭୋଟ୍ । ସେହିପରି ବିଜେଡି ପ୍ରାର୍ଥୀନି ଅବନ୍ତି ଦାସଙ୍କୁ ୭୦୨୮୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣଙ୍କୁ ୩୫୩୩ ଖଣ୍ଡ ମିଳିଛି । ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୮୧୦୮ ଖଣ୍ଡ ଭୋଟ୍ ମିଳିଛି ।












Click it and Unblock the Notifications