Get Updates
Get notified of breaking news, exclusive insights, and must-see stories!

ଶୀଘ୍ର ଘୋଷଣା ହେବ ବିଜେପିର ରାଜ୍ୟ ଓ ଜିଲ୍ଲା ସଭାପତିଙ୍କ ନାମ: ପ୍ରତାପ ଷଡ଼ଙ୍ଗୀ

ଶୀଘ୍ର ଘୋଷଣା ହେବ ବିଜେପିର ରାଜ୍ୟ ଓ ଜିଲ୍ଲା ସଭାପତିଙ୍କ ନାମ। ସୂଚନା ଦେଲେ ରିଟର୍ଣ୍ଣିଂ ଅଫସିର ସାଂସଦ ପ୍ରତାପ ଷଡ଼ଙ୍ଗୀ। ସବୁ କିଛି ସହମତିରେ ହେବ, କୌଣସି ପ୍ରକାର ଦ୍ବନ୍ଦ୍ବ ନାହିଁ । ସଂସଦୀୟ କାର୍ଯ୍ୟ ପାଇଁ ବ୍ୟସ୍ତ ଥିବାରୁ ବିଳମ୍ବ ହୋଇଛି। ଯାଞ୍ଚ ଚାଲିଛି, ଏହାପରେ ଜିଲ୍ଲା ସଭାପତିଙ୍କ ନାମ ସାମ୍ନାକୁ ଆସିବ।

Pratap sarangi

ରାଜ୍ୟରେ କିଏ ହେବ ବିଜେପି ମୁଖିଆ ? ଶୁକ୍ରବାର ଏହାକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ରାଜ୍ୟ ବିଜେପି ଉପ ସଭାପତି ବିରଞ୍ଚି ତ୍ରିପାଠୀ ।

ସେ କହିଛନ୍ତି ଯେ, ରାଜ୍ୟ ନିର୍ବାଚନ ଶେଷ କରି ରାଷ୍ଟ୍ରୀୟ ସଭାପତି ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବ ରାଜ୍ୟ ବିଜେପି । ତେବେ ପାର୍ଟି ଆରମ୍ଭ ସମୟରୁ ହିଁ, ଭାରତୀୟ ଜନତା ପାର୍ଟି ସମୟ ଅବଧି ଭିତରେ ତାର ନିର୍ଦ୍ଧାରିତ କାର୍ଯ୍ୟ କରେ। ମଣ୍ଡଳ ସଭାପତି ଓ ବୁଥ ନିର୍ବାଚନ ସମାପ୍ତ ହୋଇଛି , ବହୁତ ଜଲଦି ଜିଲ୍ଲା ରାଜ୍ୟ ସଭାପତି ନିର୍ବାଚନ ସରିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଆମେ ତାରିଖ ନେଇ ଲକ୍ଷ୍ୟ ରଖିଥାଉ । ରାଜ୍ୟ ବିଜେପି ଅନ୍ୟ ରାଜ୍ୟ ସମକକ୍ଷ ହୋଇ ଚାଲିଛି, ଓଡ଼ିଶା ପଛାଇନି । ରାଷ୍ଟ୍ରୀୟ ନିର୍ବାଚନରେ ମଧ୍ୟ ଓଡ଼ିଶା ଭାଗ ନେବ ବୋଲି କହିଛନ୍ତି ବିରଞ୍ଚି ତ୍ରିପାଠୀ।

ସେପଟେ ଏକାଧିକ ଆଶାୟୀଙ୍କ ପ୍ରଶ୍ନରେ, ରାଜ୍ୟ ଉପସଭାପତି ଉତ୍ତର ଦେଇ କହିଛନ୍ତି ଯେ, ଆମେ ସମସ୍ତେ ଏକ । ଯାହା ଦଳ ପାଇଁ ଭଲ ତାହା ଭାରତୀୟ ଜନତା ପାର୍ଟି କରିବ । ଅତ୍ୟନ୍ତ ଶୃଙ୍ଖଳିତ ସହିତ ଭାରତୀୟ ଜନତା ପାର୍ଟି ନିର୍ବାଚନ ଶେଷ କରିବ ବୋଲି କହିଛନ୍ତି ବିରଞ୍ଚି ତ୍ରିପାଠୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+