ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣିଲେ ରାଜ୍ୟପାଳ, ‘ମୋତେ ମାରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁଣ୍ଡା ପଠାଇଥିଲେ’
କେରଳ:କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି । ଆରିଫ ମହମ୍ମଦ ଖାନ କହିଛନ୍ତି ଯେ କେରଳର ମୁଖ୍ୟମନ୍ତ୍ରୀ ବିଜୟ ତାଙ୍କୁ ଶାରୀରିକ ସ୍ତରରେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ରାଜ୍ୟ ସରକାର ଅସାମ୍ବିଧାନିକ କାର୍ଯ୍ୟକଳାପରେ ଜଡିତ ଥିବା ମଧ୍ୟ ରାଜ୍ୟପାଳ ଅଭିଯୋଗ କରିଛନ୍ତି । ରାଜ୍ୟପାଳ ଦିଲ୍ଲୀ ଗସ୍ତରେ ବାହାରିବାବେଳେ ତାଙ୍କ୍ କାରକେଡକୁ ଅଟକାଇଥିଲେ ଏସଏଫଆଇ ସଂଗଠନର ସଦସ୍ୟ । ଏହାସହ କିଛି ସ୍ଥାନରେ ମଧ୍ୟ କଳାପତାକା ପ୍ରଦର୍ଶନ କରିଥିଲେ । ତିରୁବନନ୍ତପୁରମରେ ଦିଲ୍ଲୀ ଯାତ୍ରା ପାଇଁ ରାଜ୍ୟପାଳ ବାହାରିବାବେଳେ ସିପିଆଇର ଛାତ୍ର ସଂଗଠନ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ଏସଏଫଆଇର ସଦସ୍ୟ ରାଜ୍ୟପାଳଙ୍କ ଗାଡିକୁ ଅଟକାଇଥିଲେ ।

ସେ ଆହୁରି କହିଛନ୍ତି , ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଧ୍ୱସ୍ତ ହୋଇଗଲାଣି । କେମିତି ରାଜ୍ୟପାଳଙ୍କ କାରକେଡ୍ ଯିବାବେଳେ ସେହି ରାସ୍ତାରେ ପ୍ରଦର୍ଶନକାରୀଙ୍କୁ ଯିବାକୁ ଅନୁମତି ଦିଆଗଲା ବୋଲି ପ୍ରଶ୍ନ ପଚାରିଥିବା ବେଳେ ମୁଖ୍ୟମନ୍ତ୍ରୀ ହିଁ ଏହି ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ । ସୁଚନାନୁସାରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏବଂ ମୁଖ୍ୟମନ୍ତ୍ରୀ ବିଜୟଙ୍କ ମଧ୍ୟରେ ଅନେକ ସମୟରେ ବିବାଦର ଖବର ଆସିଛି । ଆରିଫ ମହମ୍ମଦ ୬ ସେପ୍େଟମ୍ବର ୨୦୧୯ ଠାରୁ କେରଳର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଆସୁଛନ୍ତି ।












Click it and Unblock the Notifications