ସିନ୍ଦେଙ୍କ ଜୀବନର ସେହି ଅନ୍ଧକାର ଦିନ; ଆଖି ଆଗରେ ଚାଲି ଯାଇଥିଲେ ପୁଅ ଓ ଝିଅ, ଛାଡିଥିଲେ ରାଜନୀତି
ଏକନାଥ ସିନ୍ଦେ ସାରା ଦେଶରେ ଚର୍ଚ୍ଚିତ ନାମ। କେବଳ ମହାରାଷ୍ଟ୍ର ନୁହେଁ ସାରା ଦେଶର ଲୋକଙ୍କ ମନରେ ବି ସମାନ ପ୍ରଶ୍ନ ? ଏମିତି କେଉଁ ଶକ୍ତି ଅଛି ସିନ୍ଦେଙ୍କ ପାଖରେ ଯେ ମୁଖ୍ୟମନ୍ତ୍ରୀଙ୍କ ଆସନ ଦୋହଲିଗଲାଣି ।
ନୂଆଦିଲ୍ଲୀ: ଏକନାଥ ସିନ୍ଦେ ସାରା ଦେଶରେ ଚର୍ଚ୍ଚିତ ନାମ। କେବଳ ମହାରାଷ୍ଟ୍ର ନୁହେଁ ସାରା ଦେଶର ଲୋକଙ୍କ ମନରେ ବି ସମାନ ପ୍ରଶ୍ନ ? ଏମିତି କେଉଁ ଶକ୍ତି ଅଛି ସିନ୍ଦେଙ୍କ ପାଖରେ ଯେ ମୁଖ୍ୟମନ୍ତ୍ରୀଙ୍କ ଆସନ ଦୋହଲିଗଲାଣି । ଶିବସେନାର 42 ବିଧାୟକଙ୍କୁ ନିଜ ସପକ୍ଷରେ କରି ରାଜନୀତିର ପଶାପାଲିକୁ ଦୋହଲାଇ ସାରିଲେଣି ।ରାଜନୀତି ସହ ଯୋଡି ହୋଇଥିବା ସମସ୍ତେ ବ୍ୟକ୍ତିଙ୍କୁ ସ୍ତବ୍ଧ କରି ସାରିଲେଣି ସିନ୍ଦେ। ମହାରଷ୍ଟ୍ରର ସତ୍ତା ପରିବର୍ତ୍ତନ ଏବେ ତାଙ୍କ ହାତରେ ବୋଲି କହିଲେ କିଛି ଭୁଲ ହେବ ନାହିଁ।

ନିଜ ସରକାର ବିରୁଦ୍ଧରେ ଯାଇ ଶିବସେନା ଏବଂ ଉଦ୍ଧବ ଠାକରେଙ୍କ ସିଂହାସନକୁ ଥରାଇ ଦେଇଛନ୍ତି। ପାରିବାରିକ ଦୁର୍ଘଟଣାରୁ ଏକଦା ରାଜନୀତି ଛାଡ଼ିଦେବେ ବୋଲି ମନସ୍ଥ କରିଥିବା ସିନ୍ଦେ ଏବେ ଠାକରେଙ୍କ ଗାଦି ଯିବା ପଛର ମୁଖ୍ୟ କାର୍ପେଟଦାର ପାଲଟିଛନ୍ତି । କଙ୍ଗନା ଭଳି ଅଭିନେତ୍ରୀଙ୍କ ଘର ଭାଙ୍ଗି ଦେଇଥିବା ଠାକରେଙ୍କୁ, ସିନ୍ଦେ କିପରି ନଚାଉଛନ୍ତି ତାହା ଆଶ୍ଚର୍ଯ୍ୟର କାରଣ ପାଲଟିଛି ।
ତେବେ କଣ ଥିଲା ସେହି ପାରିବାରିକ ଦୁର୍ଘଟଣା ?
22 ବର୍ଷ ପୂର୍ବେ ଅର୍ଥାତ୍ ଜୁନ୍ 2, 2000। ଏହି ସମୟରେ ଏକନାଥ ସିନ୍ଦେ ତାଙ୍କ ପତ୍ନୀ, 11 ବର୍ଷର ପୁଅ ଦୀପେଶ ଏବଂ 7 ବର୍ଷର ଝିଅ ଶୁଭଦ୍ରାଙ୍କ ସହ ସାତାରା ଯାଇଥିଲେ । ଏହି ସମୟରେ ସେ ପରିବାର ସହ ବୋଟିଂ କରୁଥିଲେ ଯେତେବେଳେ ଏକ ଦୁର୍ଘଟଣା ଘଟିଥିଲା । ଉଭୟ ପିଲା ଆଖି ସାମ୍ନାରେ ପାଣିରେ ବୁଡ଼ି ଯାଇଥିଲେ। ସେ ଚିତ୍କାର କଲେ, ହେଲେ ପିଲାମାନଙ୍କୁ ବଞ୍ଚାଇ ପାରିଲେନି। ପିଲାମାନେ ପାଣିରେ ବୁଡ଼ିଗଲେ। ତାଙ୍କ ଦୁଇ ପିଲା ତାଙ୍କ ସାମ୍ନାରେ ମରିଗଲେ। ଯେତେବେଳେ ସିନ୍ଦେ କଣ କରିବେ ସେ ନେଇ କିଛି ନିଷ୍ପତି ନେଇ ପାରୁ ନଥିଲେ, ରାଜନୀତିରେ ତାଙ୍କର ଡେବ୍ୟୁ ହେଉଥାଏ। ଆଉ ସେତେବେଳେ ରାଜନୀତି ଛାଡିବାକୁ ଭାବିଥିଲେ । ହଁ, ମାତ୍ର ଦୁଇ ବର୍ଷ ପରେ, ସେ 2004 ରେ ପ୍ରଥମ ଥର ପାଇଁ ଥାନେର କୋପରୀ-ପାଚପାଖାଡ଼ି ଆସନରୁ ବିଧାୟକ ଟିକେଟ୍ ପାଇଥିଲେ ଏବଂ ଜିତିବା ପରେ ବିଧାନସଭାରେ ପହଞ୍ଚିଥିଲେ।
ଯେତେବେଳେ ଏହି ଦୁର୍ଘଟଣା ଘଟିଲା, ସେତେବେଳେ ତାଙ୍କ ବଡ଼ ପୁଅ ଶ୍ରୀକାନ୍ତ ମଧ୍ୟ ତାଙ୍କ ସହିତ ଥିଲେ, ଯିଏକି ସଂପୂର୍ଣ୍ଣ କୁଶଳୀ ଥିଲେ, ସେତେବେଳେ ଶ୍ରୀକାନ୍ତଙ୍କୁ ମାତ୍ର 14 ବର୍ଷ ହୋଇଥିଲା । କିନ୍ତୁ ଆଜି ସେ ଜଣେ ସାଂସଦ ଏବଂ ତାଙ୍କ ପିତା ଏକନାଥ ସିନ୍ଦେ ଯିଏ ମହାରାଷ୍ଟ୍ର ସରକାରକୁ କୋଉ ମୁହୂର୍ତ୍ତରେ ପରିବର୍ତ୍ତନ କରିପାରନ୍ତି । କେହି କେହି କହିଲେଣି ଏକନାଥ ସିନ୍ଦେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରିବେ।












Click it and Unblock the Notifications