ଟିଏମସିରେ ଯୋଗ ଦେଲେ ଲିଆଣ୍ଡର ପେସ: ମମତା କହିଲେ, ମୋ ସାନଭାଇ
ଭାରତର ପ୍ରସିଦ୍ଧ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ ଆଜି ଗୋଆରେ ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ଯୋଗ ଦେଇଛନ୍ତି। ଟିଏମ୍ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି।
ପାଣାଜୀ: ଭାରତର ପ୍ରସିଦ୍ଧ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ ଆଜି ଗୋଆରେ ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ଯୋଗ ଦେଇଛନ୍ତି। ଟିଏମ୍ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି।

ଏନେଇ ମମତା କହିଛନ୍ତି କି, "ମୋତେ ଏହା ଖୁସି ଦେଇଛି କି, ଲିଆଣ୍ଡର ପେସ୍ ଭଳି ଜଣେ ଲୋକପ୍ରିୟ ଟେନିସ ଖେଳାଳୀ ଆଜି ଟିଏମସିରେ ଯୋଗ ଦେଇଛନ୍ତି, ମୁଁ ତାଙ୍କୁ ଅନେକ ବର୍ଷ ଆଗରୁ ଜାଣିଛି,ସେ ମୋର ସାନ ଭାଇ ଭଳି ।" ତେବେ ଲିଆଣ୍ଡରଙ୍କ ସହ ଅଭିନେତ୍ରୀ ନଫୀସା ଅଲୀ ମଧ୍ୟ ଟିଏମ୍ସିରେ ଯୋଗ ଦେଇଛନ୍ତି।
କହିରଖୁ କି ଗୋଆରେ ଟିଏମସି ଏବେ ବଳ ଗୋଟାଇବାରେ ଲାଗିଛି । ମମତା ବାନାର୍ଜୀ ତିନି ଦିନିଆ ଗୋଆ ଗସ୍ତରେ ଅଛନ୍ତି। ଗତକାଲି ସନ୍ଧ୍ୟାରେ ସେ ଆସି ଏଠାରେ ପହଞ୍ଚିଥିଲେ। ସେ ଏଠାରେ ଟିଏମ୍ସି କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ବିଜେପି ତାଙ୍କୁ ହିନ୍ଦୁ ବିରୋଧୀ ବୋଲି କହୁଛି। ତାଙ୍କ ଚରିତ୍ରକୁ ନେଇ ପ୍ରମାଣପତ୍ର ଦେବା ଅଧିକାର ବିଜେପିର ନାହିଁ। ତାଙ୍କ ପାର୍ଟି ଟିଏମ୍ସି- ମନ୍ଦିର, ମସ୍ଜିଦ୍ ଓ ଚର୍ଚ୍ଚ ପାଇଁ ଉଦ୍ଦିଷ୍ଟ। ତାଙ୍କ ଦଳ ଲୋକଙ୍କୁ ଧର୍ମ ଆଧାରରେ ଭାଗ କରେ ନାହିଁ।












Click it and Unblock the Notifications