Get Updates
Get notified of breaking news, exclusive insights, and must-see stories!

ଭୋଟ୍ ଦେଇ ପାରିଲେନି ଶଶିକଳା : କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଭିକେ ଶଶିକଳା ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି

ତାମିଲନାଡୁ : ଗୋଟିଏ ପଟରେ ଯେତେବେଳେ ତାମିଲନାଡୁର ଭୋଟର ରାଜ୍ୟରେ ଏକ ନୂଆ ସରକାର ବାଛିବା ପାଇଁ ଭୋଟ୍ ଦେଉଛନ୍ତି, ସେତେବେଳେ ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଭିକେ ଶଶିକଳା ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି । ତାଙ୍କ ନାମ ଭୋଟର ତାଲିକାରୁ ହଟାଯିବା ହେତୁ ଶଶିକଳା ଭୋଟ୍ ଦେଇପାରି ନାହାନ୍ତି । ଏହି ସୂଚନା ତାଙ୍କ ଓକିଲ ରାଜା ସେନ୍ଥୁର ପାଣ୍ଡିଆନ୍ ଗଣମାଧ୍ୟମକୁ ଦେଇଛନ୍ତି । ତାଙ୍କ କହିବାନୁସାରେ, ଶଶିକଳାଙ୍କ ଭୋଟର ନାଁ ହଜାରେ ଲାଇଟ୍ସ ବିଧାନସଭା ନିର୍ବାଚନମଣ୍ଡଳୀରେ ରହିଛି । ସେ ଏଠାରେ ପୋଏସ୍ ଗାର୍ଡେନରେ ଥିବା ଜୟଲଳିତାଙ୍କ ବାସଭବନରେ ରହୁଥିଲେ । ହେଲେ 2016 ରେ ଜୟଲଳିତାଙ୍କ ମୃତ୍ୟୁ ପରେ AIADMK ସରକାର ଏହାକୁ ଏକ ସ୍ମାରକୀରେ ପରିଣତ କରିବା ପାଇଁ ନିଜ ଦଖଲକୁ ନେଇଥିଲେ ।

ଶଶିକଳା

ରୋଲ ରିବାଇଜ୍ କାରଣରୁ 2019ରେ ଶଶିକଳାଙ୍କ ନାମ ଭୋଟର ତାଲିକାରୁ ହଟେଇ ଦିଆଯାଇଥିଲା । ପରେ, ଶଶିକଳାଙ୍କ ନାମକୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବାର ସମୟସୀମା ସମାପ୍ତ ହୋଇଯାଇଥିଲା ବୋଲି ନିର୍ବାଚନ ଅଧିକାରୀ ତାଙ୍କୁ କହିଥିବା ପାଣ୍ଡିଆନ୍ କହିଛନ୍ତି । ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଏସଂକ୍ରାନ୍ତରେ ନିର୍ବାଚନ ଆୟୋଗ ତାଙ୍କୁ ବାଙ୍ଗାଲୋରର ପରାପାନା ଅଗ୍ରହାରା ଜେଲରେ କାହିଁକି ନୋଟିସ ପଠାଇ ନାହାଁନ୍ତି ? ଏଠାରେ ସୂଚନାଥାଉକି, ଦୁର୍ନୀତି ଅଭିଯୋଗରେ ଚାରି ବର୍ଷ ଜେଲରେ ଥିବା ଶଶିକଳା କିଛି ମାସ ପୂର୍ବରୁ ମୁକ୍ତ କରାଯାଇଥିଲା । ଯଦିଓ ଶଶିକଳା ପୂର୍ବରୁ କହିଥିଲେ ଯେ ସେ ସକ୍ରିୟ ରାଜନୀତିରେ ପ୍ରବେଶ କରିବେ, କିନ୍ତୁ ପରେ ସେ ଏଥିରୁ ଦୂରେଇ ରହିବେ ବୋଲି ଘୋଷଣା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+