For Quick Alerts
Turn On Notification  
For Daily Alerts
Oneindia App Download

ଭୋଟ୍ ଦେଇ ପାରିଲେନି ଶଶିକଳା : କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଭିକେ ଶଶିକଳା ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି

|

ତାମିଲନାଡୁ : ଗୋଟିଏ ପଟରେ ଯେତେବେଳେ ତାମିଲନାଡୁର ଭୋଟର ରାଜ୍ୟରେ ଏକ ନୂଆ ସରକାର ବାଛିବା ପାଇଁ ଭୋଟ୍ ଦେଉଛନ୍ତି, ସେତେବେଳେ ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଭିକେ ଶଶିକଳା ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି । ତାଙ୍କ ନାମ ଭୋଟର ତାଲିକାରୁ ହଟାଯିବା ହେତୁ ଶଶିକଳା ଭୋଟ୍ ଦେଇପାରି ନାହାନ୍ତି । ଏହି ସୂଚନା ତାଙ୍କ ଓକିଲ ରାଜା ସେନ୍ଥୁର ପାଣ୍ଡିଆନ୍ ଗଣମାଧ୍ୟମକୁ ଦେଇଛନ୍ତି । ତାଙ୍କ କହିବାନୁସାରେ, ଶଶିକଳାଙ୍କ ଭୋଟର ନାଁ ହଜାରେ ଲାଇଟ୍ସ ବିଧାନସଭା ନିର୍ବାଚନମଣ୍ଡଳୀରେ ରହିଛି । ସେ ଏଠାରେ ପୋଏସ୍ ଗାର୍ଡେନରେ ଥିବା ଜୟଲଳିତାଙ୍କ ବାସଭବନରେ ରହୁଥିଲେ । ହେଲେ 2016 ରେ ଜୟଲଳିତାଙ୍କ ମୃତ୍ୟୁ ପରେ AIADMK ସରକାର ଏହାକୁ ଏକ ସ୍ମାରକୀରେ ପରିଣତ କରିବା ପାଇଁ ନିଜ ଦଖଲକୁ ନେଇଥିଲେ ।

ଶଶିକଳା

ରୋଲ ରିବାଇଜ୍ କାରଣରୁ 2019ରେ ଶଶିକଳାଙ୍କ ନାମ ଭୋଟର ତାଲିକାରୁ ହଟେଇ ଦିଆଯାଇଥିଲା । ପରେ, ଶଶିକଳାଙ୍କ ନାମକୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବାର ସମୟସୀମା ସମାପ୍ତ ହୋଇଯାଇଥିଲା ବୋଲି ନିର୍ବାଚନ ଅଧିକାରୀ ତାଙ୍କୁ କହିଥିବା ପାଣ୍ଡିଆନ୍ କହିଛନ୍ତି । ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଏସଂକ୍ରାନ୍ତରେ ନିର୍ବାଚନ ଆୟୋଗ ତାଙ୍କୁ ବାଙ୍ଗାଲୋରର ପରାପାନା ଅଗ୍ରହାରା ଜେଲରେ କାହିଁକି ନୋଟିସ ପଠାଇ ନାହାଁନ୍ତି ? ଏଠାରେ ସୂଚନାଥାଉକି, ଦୁର୍ନୀତି ଅଭିଯୋଗରେ ଚାରି ବର୍ଷ ଜେଲରେ ଥିବା ଶଶିକଳା କିଛି ମାସ ପୂର୍ବରୁ ମୁକ୍ତ କରାଯାଇଥିଲା । ଯଦିଓ ଶଶିକଳା ପୂର୍ବରୁ କହିଥିଲେ ଯେ ସେ ସକ୍ରିୟ ରାଜନୀତିରେ ପ୍ରବେଶ କରିବେ, କିନ୍ତୁ ପରେ ସେ ଏଥିରୁ ଦୂରେଇ ରହିବେ ବୋଲି ଘୋଷଣା କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
VK Sasikala, the close aide of late Chief Minister J.Jayalalithaa, could not vote as her name was removed from the electoral rolls
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X