ନିରଞ୍ଜନଙ୍କ କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ସୁର
ପିସିସି ସଭାପତିଙ୍କ ନୋଟିସର ଜବାବ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ।
ଭୁବନେଶ୍ୱର: ପିସିସି ସଭାପତିଙ୍କ ନୋଟିସର ଜବାବ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ନିଜେ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ରାଉତ ପ୍ରମୁଖ ଏଭଳି ମନ୍ତବ୍ୟ ଦେଇଥିବା ବେଳେ ମୋ ବେଳକୁ କାହିଁକି ନୋଟିସ ବୋଲି ଓଲଟା ପ୍ରଶ୍ନ ବୋଲି କରିଛନ୍ତି ସୁର ।

ଦୁହେଁ ପିସିସି ସଭାପତି ନେଇ ନବୀନଙ୍କ କଥା କହିଥିଲେ, କିନ୍ତୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ବୋଲି ସୁର କହିଛନ୍ତି । ଆମେ ଦିନକୁ ୧୮ ଘଣ୍ଟା କାମ କରୁଛୁ ।
ତାରା ବାହିନୀପତି ଓ ସନ୍ତୋଷ ସିଂ ସାଲୁଜା ବହୁ ବିଶୃଙ୍ଖଳିତ ମନ୍ତବ୍ୟ ଦେଇଛନ୍ତି । ସେମାନଙ୍କ ପାଇଁ ଶୃଙ୍ଖଳା କମିଟି ନାହିଁ ବୋଲି ପ୍ରଶ୍ନ କରିଛନ୍ତ ସୁର । ଆଉ ନିଜ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ଖାତିର ନାହିଁ ବୋଲି କହିଛନ୍ତି ସୁର ।
କିଛି ଦିନ ତଳେ ସୁର କହିଥିଲେ ଯେ ରାଜ୍ୟ କଂଗ୍ରେସର ସଭାପତି ନବୀନ ପଟ୍ଟନାୟକ ସ୍ଥିର କରନ୍ତି । ଆଉ ଏହି ମନ୍ତବ୍ୟ ପରେ ସୁରଙ୍କଠାରୁ ଜବାବ ମାଗିଥିଲେ ପିସିସି ସଭାପତି ।












Click it and Unblock the Notifications