ଜଟଣୀ ନିର୍ବାଚନମଣ୍ଡଳୀରୁ ଲଢ଼ିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ
ଜଟଣୀ ନିର୍ବାଚନମଣ୍ଡଳୀରୁ ଲଢ଼ିବେ କ୍ୟାପଟେନ୍ ମନ୍ମଥ ରାଉତରାୟ । ଜଟଣୀରୁ ଲଢ଼ିବା ନେଇ ନିଜେ ସ୍ପଷ୍ଟ କଲେ ମନ୍ମଥ ରାଉତରାୟ । କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ।
ହେଲେ କଂଗ୍ରେସ ଟିକେଟରୁ ଲଢ଼ିବେନି ବୋଲି କହିଲେ ମନ୍ମଥ । ବିଜେଡିରୁ ଅଫର୍ ମଧ୍ୟ ଅଛି କହିଲେ ମନ୍ମଥ ରାଉତରାୟ । 'ବିଜେଡିର ବରିଷ୍ଠ ନେତାଙ୍କ ସହ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି । ଜଟଣୀରୁ ଲଢ଼ିବା ପାଇଁ ବାପା ମୋତେ କହିଥିଲେ ବୋଲି ସେ କହିଛନ୍ତି ।
ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ହେଉଛନ୍ତି ମନ୍ମଥ । କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ ତାଙ୍କୁ ଦଳରୁ ବାହାର କରଯାଇଥିଲା । ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସର ନ ହେବା ନେଇ ମିଡିଆରେ କହିଥିଲେ ମନ୍ମଥ । ସୋ' କଜ୍ ନୋଟିସର ଉତ୍ତର ନଦେବା ପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।

ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ଲଢ଼ିବେନି ବୋଲି କହିଥିଲେ । ତେବେ ସେ କେଉଁ ଦଳରୁ ଲଢ଼ିବେ ସେ ନେଇ କିଛି ସ୍ପଷ୍ଟ କରି ନଥିଲେ । ଏ ନେଇ ଅକ୍ଟୋବରରେ ଘୋଷଣା କରିବେ ବୋଲି ମନ୍ମଥ ରାଉତରାୟ କହିଥିଲେ ।












Click it and Unblock the Notifications