ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ନିଲମ୍ବିତ
କଂଗ୍ରେସରୁ ମନ୍ମଥ ରାଉତରାୟ ନିଲମ୍ବିତ । ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମନ୍ମଥ ରାଉତରାୟ କଂଗ୍ରେସରୁ ନିଲମ୍ବିତ ।
ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ହେଉଛନ୍ତି ମନ୍ମଥ । କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଛି । ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସର ନ ହେବା ନେଇ ମିଡିଆରେ କହିଥିଲେ ମନ୍ମଥ । ସୋ' କଜ୍ ନୋଟିସର ଉତ୍ତର ନଦେବା ପରେ କାର୍ଯ୍ୟାନୁଷ୍ଠାନ ।

ଦୁଇଦିନ ତଳେ ବରିଷ୍ଠ କଂଗେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ କହିଥିଲେ ମୁଁ କଂଗ୍ରେସରୁ ଲଢିବିନି । ହେଲେ ୨୪ ଘଣ୍ଟା ବିତିନଥିବା ବେଳେ ସୁର ଭାଇ କହିଥିଲେ, ସେ କଂଗ୍ରେସରୁ ଲଢିବ । ଅଲବତ କଂଗ୍ରେସରୁ ଲଢିବ ।
ଜଟଣୀରୁ କଂଗ୍ରେସ ବିଧାୟକ ଥିବା ସୁରେଶ ରାଉତରାୟ ଆହୁରି କହିଥିଲେ ଯେ, ତାଙ୍କ ପୁଅ ଜଟଣୀ ଆସନରୁ ଲଢିବ । ସୁର ଭାଇ କହିଥିଲେ ଯେ, ଜଟଣୀ ଆସନରୁ କଂଗ୍ରେସ ଟିକେଟ ପୁଅକୁ ମିଳିବ । ଜଟଣୀବାସୀ ଓ ମୁଁ ତାକୁ ଜିତାଇବାର ଦାୟିତ୍ୱ ନେବୁ । ପୁଅ ଅଲଗା କଥା କହିଥିବା ବେଳେ ସୁର ଭାଇ ଆଜି ଅଲଗା କଥା କହିଥିଲେ ।
ସୁର ଭାଇ କହିଥିଲେ, ମୁଁ ଆଗାମୀ ନିର୍ବାଚନରେ ଲଢିବିନି । ମୋ ସାନ ପୁଅ ମନ୍ମଥ ନିର୍ବାଚନର ଜଟଣୀରୁ ଲଢିବ । ତାକୁ ଏବେ ଉଭୟ ବିଜେଡି ଓ ବିଜେପି ନିଜ ଦଳରେ ସାମିଲ କରିବାକୁ ଉଦ୍ୟମ କରୁଛନ୍ତି ।
ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ଲଢ଼ିବେନି ବୋଲି କାଲି କହିଥିଲେ । ତେବେ ସେ କେଉଁ ଦଳରୁ ଲଢ଼ିବେ ସେ ନେଇ କିଛି ସ୍ପଷ୍ଟ କରି ନଥିଲେ । ଏ ନେଇ ଅକ୍ଟୋବରରେ ଘୋଷଣା କରିବେ ବୋଲି ମନ୍ମଥ ରାଉତରାୟ କହିଥିଲେ ।
ଜଟଣୀବାସୀ ଓ କର୍ମୀଙ୍କ ମତାମତକୁ ନେଇ ନିଷ୍ପତ୍ତି ନେଇଥିବା କହିଥିଲେ ମନ୍ମଥ ରାଉତ ରାୟ । ଏନେଇ ବାପାଙ୍କ ସହ ମଧ୍ୟ ଆଲୋଚନା କରିଥିବା ମଧ୍ୟ କହିଥିଲେ ମନ୍ମଥ ।
ତେବେ ଏ ଘୋଷଣା ପରେ ମନ୍ମଥ କେଉଁ ଦଳରୁ ଲଢ଼ିବେ ତାହା ଏବେ ପ୍ରଶ୍ନବାଚୀ । କଂଗ୍ରେସ ଖରାପ ପ୍ରଦର୍ଶନ କରିଥିବାରୁ ସେ ଏହି ନିଷ୍ପତି ନେଇଥାଇ ପାରନ୍ତି ।
ଯଦି ମନ୍ମଥଙ୍କୁ ବିଜେଡି ଟିକେଟ ଦିଏ । ତେବେ ବିଭୂତି ବଳବନ୍ତ ରାୟ କେଉଁଠି ଠିଆ ହେବେ ସେ ନେଇ ବି ପ୍ରଶ୍ନ ? ବିଭୂତି ଖୋର୍ଦ୍ଧାରୁ ଠିଆ ହୋଇପାରନ୍ତି ବୋଲି କୁହାଯାଉଛି । ସେପଟେ ଯଦି ବିଜେପି ଟିକେଟରୁ ମନ୍ମଥ ଠିଆ ହେବେ ତେବେ ଲୁଲୁ ବଡଜେନାଙ୍କ ରାଜନୈତିକ କ୍ୟାରିଅରକୁ ନେଇ ପ୍ରଶ୍ନ ?
-
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ











Click it and Unblock the Notifications