କଂଗ୍ରେସରୁ ଲଢ଼ିବେନି ସୁରଙ୍କ ପୁଅ ମନ୍ମଥ: କାହିଁକି ନେଲେ ଏପରି ନିଷ୍ପତ୍ତି ?

କଂଗ୍ରେସରୁ ଲଢ଼ିବେନି ବିଧାୟକ ସୁର ରାଉତରାୟଙ୍କ ପୁଅ । ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ଲଢ଼ିବେନି । ତେବେ ସେ କେଉଁ ଦଳରୁ ଲଢ଼ିବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

ଏ ନେଇ ଅକ୍ଟୋବରରେ ଘୋଷଣା କରିବେ ମନ୍ମଥ ରାଉତରାୟ ।ଜଟଣୀବାସୀ ଓ କର୍ମୀଙ୍କ ମତାମତକୁ ନେଇ ନିଷ୍ପତ୍ତି ନେଇଥିବା କହିଲେ ମନ୍ମଥ ରାଉତ ରାୟ । ଏନେଇ ବାପାଙ୍କ ସହ ମଧ୍ୟ ଆଲୋଚନା କରିଥିବା ମଧ୍ୟ କହିଛନ୍ତି ମନ୍ମଥ ।

MANMATH_ROUTRAY

ତେବେ ଏ ଘୋଷଣା ପରେ ମନ୍ମଥ କେଉଁ ଦଳରୁ ଲଢ଼ିବେ ତାହା ଏବେ ପ୍ରଶ୍ନବାଚୀ । କଂଗ୍ରେସ ଖରାପ ପ୍ରଦର୍ଶନ କରିଥିବାରୁ ସେ ଏହି ନିଷ୍ପତି ନେଇଥାଇ ପାରନ୍ତି । ତାଙ୍କ ପୁଅ ମନ୍ମଥ କଂଗ୍ରେସରୁ ଠିଆ ହେବେ ବୋଲି ସୁର ରାଉତରାୟ କହିଥିଲେ । ତେବେ ଏବେ ତାଙ୍କ ପୁଅ ଏ ନେଇ ମନା କରି ଦେଇଛନ୍ତି ।

ଯଦି ମନ୍ମଥଙ୍କୁ ବିଜେଡି ଟିକେଟ ଦିଏ । ତେବେ ବିଭୂତି ବଳବନ୍ତ ରାୟ କେଉଁଠି ଠିଆ ହେବେ ସେ ନେଇ ବି ପ୍ରଶ୍ନ ? ବିଭୂତି ଖୋର୍ଦ୍ଧାରୁ ଠିଆ ହୋଇପାରନ୍ତି ବୋଲି କୁହାଯାଉଛି । ସେପଟେ ଯଦି ବିଜେପି ଟିକେଟରୁ ମନ୍ମଥ ଠିଆ ହେବେ ତେବେ ଲୁଲୁ ବଡଜେନାଙ୍କ ରାଜନୈତିକ କ୍ୟାରିଅରକୁ ନେଇ ପ୍ରଶ୍ନ ?

ଏହାରି ଭିତରେ ମନ୍ମଥ ଜଟଣୀରେ ସଙ୍ଗଠନ ସୁଦୃଢ଼ କଲେଣି । ବାପାଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ଯାଉଛନ୍ତି । ତା ସହ ଜଟଣୀ ନିର୍ବାଚନ ମଣ୍ଡଳୀରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+